ଲକ୍ଷ୍ମଣ ମିଶ୍ର
ଲକ୍ଷ୍ମଣ ମିଶ୍ର(୧୯୦୦-୧୯୮୯) ଓଡ଼ିଶାର ଜଣେ ବନୌଷଧି ବିଶେଷଜ୍ଞ ଥିଲେ । ଚେର, ମୂଳ ଓ ପତ୍ରଦ୍ୱାରା ସମ୍ଭବ ଘରୋଇ ଚିକିତ୍ସା ବିଷୟରେ ତାଙ୍କଦ୍ୱାରା ରଚିତ ବିଭିନ୍ନ ପୁସ୍ତକ ଓଡ଼ିଶାର ପ୍ରଚଳିତ । ବୃତ୍ତିରେ ସେ ଜଣେ ପୁଲିସ ଅଧିକାରୀ ଥିଲେ ଓ ଶ୍ରୀମନ୍ଦିରର ପ୍ରଶାସକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ଲକ୍ଷ୍ମଣ ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୦୦ ବୀରପ୍ରତାପପୁର, ପୁରୀ |
ମୃତ୍ୟୁ | ଜାନୁଆରୀ ୨୬, ୧୯୮୯ |
ଶିକ୍ଷାନୁଷ୍ଠାନ | ସତ୍ୟବାଦୀ ବନ ବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ |
ଜୀବିକା | ବନୌଷଧୀ ବିଶେଷଜ୍ଞ |
ଜୀବନୀସମ୍ପାଦନ କରନ୍ତୁ
ଲକ୍ଷ୍ମଣ ମିଶ୍ର, ୧୯୦୦ ମସିହାରେ ପୁରୀ ଜିଲ୍ଲାର ବୀରପ୍ରତାପପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ସତ୍ୟବାଦୀ ବନ ବିଦ୍ୟାଳୟରୁ ଶିକ୍ଷାଲାଭ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ସେ ସ୍ନାତକ ପାଠ ପଢ଼ିଥିଲେ । ୧୯୨୪ମସିହାରେ ସେ ପୁଲିସ ବିଭାଗରେ ଯୋଗଦେଇ ୧୯୫୮ ମସିହାରେ ଅବସର ଗ୍ରହଣ କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଭାବରେ କାର୍ଯ୍ୟ କରିଥିଲେ । ଅବସର ପରେ ସେ ଶ୍ରୀମନ୍ଦିରର ପ୍ରଶାସକ ଭାବରେ ୫ବର୍ଷ ଧରି କାର୍ଯ୍ୟ କରିଥିଲେ । ପୁରୀର "ଗୋପବନ୍ଧୁ ଆୟୁର୍ବେଦ ଚିକିତ୍ସା ମହାବିଦ୍ୟାଳୟ" ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଭାବରେ ସେ କାର୍ଯ୍ୟ କରିଥିଲେ ।
ସତ୍ୟବାଦୀ ବନ ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ଆଚାର୍ଯ୍ୟ ହରିହରଙ୍କଦ୍ୱାରା ଅନୁପ୍ରାଣିତ ହୋଇ ଲକ୍ଷ୍ମଣ ରୋଗୀସେବା ପ୍ରତି ଆକୃଷ୍ଟ ହୋଇଥିଲେ । ତାଙ୍କର ଆଦର୍ଶ ଥିଲା "ଲୋକସେବା ହିଁ ଭଗବତ ସେବା" । ବ୍ୟୟବହୁଳ ଚିକିତ୍ସା ପଦ୍ଧତିରୁ ଦରିଦ୍ର ଜନସାଧାରଣଙ୍କୁ ରକ୍ଷା କରିବାପାଇଁ ସେ ଇଚ୍ଛୁକ ଥିଲେ । ଏଥିପାଇଁ ଚରକ ଓ ସୁଶ୍ରୁତଙ୍କଦ୍ୱାରା ରଚିତ ବିଭିନ୍ନ ପୁସ୍ତକର ଅଧ୍ୟୟନ ଏବଂ ବୃକ୍ଷଲତା, ଚେରମୂଳି ଆଦିର ଅନୁଧ୍ୟାନ ଓ ଗବେଷଣା ଆରମ୍ଭ କରିଥିଲେ । ଏହି ଅନୁଧ୍ୟାନ ଓ ଗବେଷଣାଲବ୍ଧ ଜ୍ଞାନକୁ ସେ ନିଜ ବହି ମାଧ୍ୟମରେ ଲେଖିଥିଲେ । ସର୍ପଦଂଶନ, ବସନ୍ତ ଆଦିର ସେ ସଫଳ ଚିକିତ୍ସା କରିପାରୁଥିଲେ ।
ରଚନାବଳୀସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ "ଭୁଲିଯାଇଛୁ ବନୌଷଧି ସଂଜୀବନୀ ମନ୍ତ୍ରଦ୍ରଷ୍ଟାଙ୍କୁ". No. ଓଡ଼ିଶା ନିତିଦିନ ୦୬/୦୪/୨୦୧୯ ପୃଷ୍ଠା ୮. Retrieved 10 April 2019.
- ↑ "National Library Online Catalogue". opac.nationallibrary.gov.in. National Library. Retrieved 10 April 2019.