ରୋହିଙ୍ଗିଆ ଗଣହତ୍ୟା

ରୋହିଙ୍ଗିଆ ହତ୍ୟାକାଣ୍ଡ ରୋହିଙ୍ଗିଆ ମୁସଲମାନ ଲୋକଙ୍କ ବିରୋଧରେ ମିଆଁମାର (ପୂର୍ବତନ ବର୍ମା) ସରକାରଙ୍କଦ୍ୱାରା ଲାଗିରହିଥିବା ଅତ୍ୟାଚାରସମୂହ । ଆଜି ପର୍ଯ୍ୟନ୍ତ ଏହି ଗଣହତ୍ୟା ଦୁଇଟି ପର୍ଯ୍ୟାୟରେ ହୋହିଛି: ପ୍ରଥମଟି ୨୦୧୬ ଅକ୍ଟୋବରରୁ ୨୦୧୭ ଜାନୁଆରୀ ପର୍ଯ୍ୟନ୍ତ ହୋଇଥିଲା ଏବଂ ଦ୍ୱିତୀୟଟି ୨୦୧୭ ଅଗଷ୍ଟରୁ ଚାଲିଆସିଛି । ଏହି ସଙ୍କଟ ଏକ ମିଲିଅନରୁ (୧୦ ଲକ୍ଷ) ଅଧିକ ରୋହିଙ୍ଗିଆଙ୍କୁ ଅନ୍ୟ ଦେଶସବୁକୁ ପଳାୟନ କରିବାକୁ ବାଧ୍ୟ କରିଥିଲା । ଅଧିକାଂଶ ବଙ୍ଗଳାଦେଶକୁ ପଳାୟନ କରିବା ବେଳେ ଅନ୍ୟମାନେ ଭାରତ, ଥାଇଲାଣ୍ଡ, ମାଲେସିଆ ଏବଂ ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ଏସିଆର ଅନ୍ୟ ଭାଗକୁ ପଳାଇଗଲେ ।

ରୋହିଙ୍ଗିଆ ଗଣହତ୍ୟା‌
୨୦୧୭ ସେପ୍ଟେମ୍ବରରେ ରାଖାଇନ ରାଜ୍ୟରେ ଧ୍ୱସ୍ତ ରୋହିଙ୍ଗିଆ ଗ୍ରାମ
୨୦୧୭ ସେପ୍ଟେମ୍ବରରେ ରାଖାଇନ ରାଜ୍ୟରେ ଧ୍ୱସ୍ତ ରୋହିଙ୍ଗିଆ ଗ୍ରାମ
ତାରିଖ9 ଅକ୍ଟୋବର 2016 (2016-10-09) – ଜାନୁଆରୀ ୨୦୧୭
25 ଅଗଷ୍ଟ 2017 (2017-08-25) – ବର୍ତ୍ତମାନ
ଅବସ୍ଥିତିରାଖାଇନ ରାଜ୍ୟ, ମିଆଁମାର
କାରଣ
ଫଳାଫଳ
  • ଅନେକ ରୋହିଙ୍ଗିଆ ଗ୍ରାମ ଧ୍ୱଂସ
  • ହଜାର ହଜାର ରୋହିଙ୍ଗିଆ ଲୋକଙ୍କୁ ହତ୍ୟା କରାଯାଇଛି
  • ୭୦୦,୦୦୦+ ଶରଣାର୍ଥୀ ବିଦେଶକୁ ପଳାୟନ କରିଛନ୍ତି (୨୫ ଅଗଷ୍ଟ ୨୦୧୭ ପରଠାରୁ)[୧]
  • ମିଆଁମାର ସୁରକ୍ଷା ବାହିନୀ ଏବଂ ସ୍ଥାନୀୟ ସେନାଦ୍ୱାରା ବ୍ୟାପକ ମାନବାଧିକାର ଉଲ୍ଲଙ୍ଘନ
  • ଶରଣାର୍ଥୀମାନଙ୍କର ଗଣବିସ୍ଥାପନ
  • ବାଧ୍ୟତାମୂଳକ ବିସ୍ଥାପନ
  • ମୁଖ୍ୟତଃ ରୋହଙ୍ଗିଆ ମହିଳା ଏବଂ ଝିଅମାନଙ୍କ ଗଣଧର୍ଷଣ ଏବଂ ଅନ୍ୟ ପ୍ରକାରର ଯୌନ ହିଂସା
ମୃତ୍ୟୁ୧,୦୦୦+ (୨୦୧୬–୨୦୧୭)[୨][୩]

୨୪,୦୦୦+ (୨୦୧୭–୨୦୧୮)[୪]


[ଆଧାର ଲୋଡ଼ା] (୨୦୧୯-ବର୍ତ୍ତମାନ)
ମିଆଁମାରରେ ରାଖାଇନ ରାଜ୍ୟର ଅବସ୍ଥିତି

ରୋହିଙ୍ଗିଆମାନଙ୍କର ମିଆଁମାରରୁ ପଳାୟନ କରିବାର ସବୁଠାରୁ ବଡ଼ ଜୁଆର ୨୦୧୭ରେ ଆରମ୍ଭ ହୋଇଥିଲା ଏବଂ ଏହା ଥିଲା ଭିଏତନାମ ଯୁଦ୍ଧ ପରଠାରୁ ଏସିଆରେ ହୋଇଥିବା ବିଶାଳତମ ମାନବ ବିସ୍ଥାପନ ।[୫] ୨୦୧୬ର ରୋହିଙ୍ଗିଆ ଲୋକଙ୍କ ଉପରେ ସାମରିକ ଆକ୍ରମଣକୁ ମିଳିତ ଜାତିସଂଘ (ଯାହା ସମ୍ଭାବ୍ୟ "ମାନବିକତା ବିରୋଧରେ ଅପରାଧ" ବୋଲି ଉଲ୍ଲେଖ କରିଥିଲା), ମାନବ ଅଧିକାର ଗୋଷ୍ଠୀ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ, ଆମେରିକାର ରାଜ୍ୟ ବିଭାଗ, ଏବଂ ବଙ୍ଗଳାଦେଶ ତଥା ମାଲେସିଆ ସରକାର ଭଳି ପଡ଼ୋଶୀ ସରକାର ଆଦି ସମାଲୋଚନା କରିଥିଲା । ବର୍ମୀୟ ନେତା ଏବଂ ଜାତୀୟ ପରାମର୍ଶଦାତା (ସରକାରୀ ମୁଖ୍ୟ) ଏବଂ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ଅଙ୍ଗ ସାନ ସୁ କିଙ୍କୁ ଏହି ପ୍ରସଙ୍ଗରେ ତାଙ୍କର ନିଷ୍କ୍ରିୟତା ଓ ନୀରବତା ପାଇଁ ସମାଲୋଚନା କରାଯାଇଛି ।[୬][୭][୮][୯][୧୦] ସେ ଏହି ସାମରିକ ଅପବ୍ୟବହାରକୁ ରୋକିବା ପାଇଁ କିଛି କରିନାହାଁନ୍ତି । ତାଙ୍କ ନେତୃତ୍ୱରେ ମିଆଁମାର ସାମ୍ବାଦିକମାନଙ୍କୁ ଦଣ୍ଡଦେବା ମଧ୍ୟ ସମାଲୋଚିତ ହୋଇଛି ।[୧୧]

୨୦୧୬ର ଶେଷଭାଗରେ ମିଆଁମାରର ସଶସ୍ତ୍ର ବାହିନୀ ଏବଂ ପୋଲିସ ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ରାଖାଇନ ରାଜ୍ୟରେ ରୋହିଙ୍ଗିଆମାନଙ୍କ ଉପରେ ଏକ ପ୍ରମୁଖ ଆକ୍ରମଣ ଆରମ୍ଭ କରିଥିଲେ । ବର୍ମୀୟ ସେନା ବିରୋଧରେ ମିଳିତ ଜାତିସଂଘର ବିଭିନ୍ନ ଏଜେନ୍ସି, ଆନ୍ତର୍ଜାତିକ ଅପରାଧ ନ୍ୟାୟାଳୟ ଅଧିକାରୀଗଣ, ମାନବ ଅଧିକାର ଗୋଷ୍ଠୀସମୂହ, ସାମ୍ବାଦିକଗଣ ଏବଂ ଆମେରିକା ସମେତ ଅନ୍ୟାନ୍ୟ ସରକାରସମୂହ ଜାତିଭିତ୍ତିକ ହତ୍ୟାକାଣ୍ଡ ଏବଂ ଗଣହତ୍ୟା ଅଭିଯୋଗ କରିଛନ୍ତି ।[୧୨][୧୩][୧୪][୧୫][୧୬][୧୭] ମିଳିତ ଜାତିସଂଘ[୧୮][୧୯][୨୦] ଅଣଆଇନଗତ ହତ୍ୟା ସମେତ ବ୍ୟାପକ ମାନବ ଅଧିକାର ଉଲ୍ଲଙ୍ଘନର ପ୍ରମାଣ ପାଇଥିଲା: ଗଣଧର୍ଷଣ; ରୋହିଙ୍ଗିଆ ଗ୍ରାମଗୁଡ଼ିକରେ ଅଗ୍ନିକାଣ୍ଡ, ବ୍ୟବସାୟସମୂହ ଏବଂ ବିଦ୍ୟାଳୟଗୁଡ଼ିକର ଅଗ୍ନିକାଣ୍ଡ, ଏବଂ ଶିଶୁହତ୍ୟା । ଏସବୁକୁ ବର୍ମୀୟ ସରକାର "ଅତିରଞ୍ଜନ" ବୋଲି ପ୍ରତ୍ୟାଶିତ ମନା କରିଛନ୍ତି ।[୨୧][୨୨]

ବଙ୍ଗଳାଦେଶର କକ୍ସ ବଜାରରେ ଥିବା ମୋଟ ୩,୩୨୧ ରୋହଙ୍ଗିଆ ଶରଣାର୍ଥୀ ପରିବାରକୁ ନେଇ କରାଯାଇଥିବା ସର୍ବେକ୍ଷଣ ଆଧାରରେ ପରିସଂଖ୍ୟାନକୁ ବ୍ୟବହାର କରି ୨୦୧୮ ଜାନୁଆରୀରେ ଅନୁମାନ କରାଯାଇଥିଲା ଯେ ସାମରିକ ଏବଂ ସ୍ଥାନୀୟ ରାଖାଇନ ବୌଦ୍ଧମାନେ ଅତି କମରେ ୨୪,୦୦୦ ରୋହିଙ୍ଗିଆ ଲୋକଙ୍କୁ ହତ୍ୟା କରିଥିଲେ ଏବଂ ୧୮,୦୦୦ ରୋହିଙ୍ଗିଆ ମୁସଲିମ ମହିଳା ଏବଂ ଝିଅମାନଙ୍କୁ ଗଣଧର୍ଷଣ ଏବଂ ଅନ୍ୟାନ୍ୟ ପ୍ରକାରର ଯୌନ ହିଂସା କରିଥିଲେ । ଏଥି ସହିତ ୧୧୬,୦୦୦ ରୋହିଙ୍ଗିଆଙ୍କୁ ପିଟାଯାଇଥିଲା ଏବଂ ୩୬,୦୦୦ଜଣଙ୍କୁ ନିଆଁରେ ଫିଙ୍ଗିଦିଆଯାଇଥିଲା ।[୨୩][୪][୨୪][୨୫][୨୬][୨୭]

ସାମରିକ କାର୍ଯ୍ୟକଳାପ ବହୁ ସଂଖ୍ୟାରେ ରୋହିଙ୍ଗିଆ ଲୋକଙ୍କୁ ବିସ୍ଥାପିତ କରି ଏକ ଶରଣାର୍ଥୀ ସଙ୍କଟକୁ ବଢ଼ାଇଥିଲା । ମିଳିତ ଜାତିସଂଘ ରିପୋର୍ଟ ଅନୁସାରେ ୭,୦୦,୦୦୦ରୁ ଅଧିକ ରୋହିଙ୍ଗିଆ ଲୋକ ପଳାୟନ କରିଥିଲେ କିମ୍ବା ସେମାନଙ୍କୁ ରାଖାଇନ ରାଜ୍ୟରୁ ବାହାର କରିଦିଆଯାଇଥିଲା ଏବଂ ସେମାନେ ୨୦୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ପଡ଼ୋଶୀ ବଙ୍ଗଳାଦେଶରେ ଆଶ୍ରୟ ନେଇଥିଲେ । ୨୦୧୭ ଡିସେମ୍ବରରେ ଇନ ଦିନ ହତ୍ୟାକାଣ୍ଡକୁ ଖବର ସଂଗ୍ରହ କରୁଥିବା ଦୁଇଜଣ ରୟଟର୍ସ ସାମ୍ବାଦିକଙ୍କୁ ଗିରଫ କରି କାରାଗାରରେ ବନ୍ଦୀ କରାଯାଇଥିଲା । ୨୦୧୮ ନଭେମ୍ବରରେ ମିଆଁମାର ବଙ୍ଗଳାଦେଶର କ୍ୟାମ୍ପରୁ ୨,୦୦୦ ରୋହିଙ୍ଗିଆ ଶରଣାର୍ଥୀଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ବୈଦେଶିକ ସଚିବ ମିଣ୍ଟ ଥୁ ସାମ୍ବାଦିକମାନଙ୍କୁ କହିଥିଲେ ।[୨୮]

ଆଧାର ସମ୍ପାଦନା

  1. "Myanmar: UN Fact-Finding Mission releases its full account of massive violations by the military in Rakhine, Kachin and Shan States". Office of the High Commissioner for Human Rights. Archived from the original on 1 October 2018. Retrieved 30 September 2018.
  2. "Burmese government 'kills more than 1,000 Rohingya Muslims' in crackdown". The Independent. 8 February 2017. Archived from the original on 5 July 2017. Retrieved 27 June 2017.
  3. "Village Official Stabbed to Death in Myanmar's Restive Rakhine State". Radio Free Asia. Archived from the original on 19 June 2017. Retrieved 27 June 2017.
  4. ୪.୦ ୪.୧ "Former UN chief says Bangladesh cannot continue hosting Rohingya". Al Jazeera. Archived from the original on 26 July 2019. Retrieved 26 July 2019.
  5. "Myanmar attacks, sea voyage rob young father of everything". 27 October 2017. Archived from the original on 17 October 2019. Retrieved 17 October 2019.
  6. Taub, Amanda; Fisher, Max (31 October 2017). "Did the World Get Aung San Suu Kyi Wrong?". The New York Times. Archived from the original on 14 November 2017. Retrieved 14 November 2017.
  7. Beech, Hannah (25 September 2017). "What Happened to Myanmar's Human-Rights Icon?". The New Yorker. Archived from the original on 14 November 2017. Retrieved 14 November 2017.
  8. "Dispatches – On Demand – All 4". Channel 4. Archived from the original on 15 May 2018. Retrieved 14 May 2018.
  9. Cook, Jesselyn (24 April 2018). "Suu Kyi's Silence: Why Myanmar's Leader Is Ignoring The Rohingya Genocide". HuffPost. Archived from the original on 23 May 2020. Retrieved 22 May 2020.
  10. The Guardian, 12 November 2018 amnesty betrayal Archived 12 November 2018 at the Wayback Machine.
  11. "China to mediate on Rohingya crisis". theindependent.in. 11 November 2017. Archived from the original on 2 February 2018. Retrieved 14 January 2018.
  12. "AP finds mass graves, latest evidence of Rohingya genocide in Myanmar". CBS News. 1 February 2018. Archived from the original on 11 April 2018. Retrieved 10 April 2018.
  13. "U.N. genocide advisor: Myanmar waged 'scorched-earth campaign' against the Rohingya". Los Angeles Times. 13 March 2018. Archived from the original on 11 April 2018. Retrieved 10 April 2018.
  14. Wilkinson, Bard (12 March 2018). "UN official convinced of Myanmar Rohingya 'genocide'". CNN. Archived from the original on 11 April 2018. Retrieved 10 April 2018.
  15. "UN Security Council: End disgraceful inaction on Myanmar's Rohingya crisis" (Press release). Amnesty International. 11 December 2017. Archived from the original on 11 April 2018. Retrieved 10 April 2018.
  16. Westcott, Ben; Koran, Laura (22 November 2017). "Tillerson: Myanmar clearly 'ethnic cleansing' the Rohingya". CNN. Archived from the original on 10 April 2018. Retrieved 10 April 2018.
  17. "'Hallmarks of genocide': ICC prosecutor seeks justice for Rohingya". The Guardian. Archived from the original on 10 April 2018. Retrieved 10 April 2018.
  18. "Rohingya Refugee Crisis". United Nations Office for the Coordination of Humanitarian Affairs. 21 September 2017. Archived from the original on 11 April 2018.
  19. "Report of OHCHR mission to Bangladesh – Interviews with Rohingyas fleeing from Myanmar since 9 October 2016" (PDF). OHCHR. Archived (PDF) from the original on 14 April 2018. Retrieved 10 April 2018.
  20. "'No other conclusion,' ethnic cleansing of Rohingyas in Myanmar continues – senior UN rights official". UN News. 6 March 2018. Archived from the original on 11 April 2018.
  21. "Government dismisses claims of abuse against Rohingya". Al Jazeera. 6 August 2017. Archived from the original on 6 August 2017. Retrieved 7 August 2017.
  22. "Myanmar rejects allegations of human rights abuses against Rohingya". Reuters. 6 August 2017. Archived from the original on 6 August 2017. Retrieved 7 August 2017.
  23. Habib, Mohshin; Jubb, Christine; Ahmad, Salahuddin; Rahman, Masudur; Pallard, Henri (18 July 2018). Forced migration of Rohingya: the untold experience. Ontario International Development Agency, Canada. ISBN 9780986681516. Archived from the original on 17 July 2019. Retrieved 26 July 2019 – via National Library of Australia (new catalog).
  24. "Dutch House of Representatives adopts motion for probe on Rohingya genocide". The Daily Star. 5 July 2019. Archived from the original on 17 July 2019. Retrieved 26 July 2019.
  25. "Bangladeshi PM calls for safe repatriation of Rohingya". 4 April 2019. Archived from the original on 17 July 2019. Retrieved 26 July 2019.
  26. "UN Official Cites Horrific Crimes against Rohingya". TRANSCEND Media Service. Archived from the original on 17 July 2019. Retrieved 26 July 2019.
  27. Khan, Ahmed. "Prevalence of violence against children: Evidence from 2017 Rohingya Refugee crises". ResearchGate. Retrieved 14 August 2019.
  28. "Myanmar prepares for the repatriation of 2,000 Rohingya". The Thaiger. November 2018. Archived from the original on 1 November 2018. Retrieved 1 November 2018.