ରୋଜୀ ଆଫସାରୀ
ରୋଜୀ ଆଫସାରୀ (୨୩ ଅପ୍ରେଲ ୧୯୪୬ - ୯ ମାର୍ଚ୍ଚ ୨୦୦୭), ରୋଜୀ ସାମାଡ଼ ନାମରେ ମଧ୍ୟ ପରିଚିତ, ଜଣେ ବାଂଲାଦେଶୀ କଥାଚିତ୍ର ଅଭିନେତ୍ରୀ ଥିଲେ । ସେ ମୁଖ୍ୟତଃ ବଙ୍ଗଳାଦେଶ ବଙ୍ଗାଳୀ କଥାଚିତ୍ର ଜଗତରେ ଅଭିନୟ କାମ କରୁଥିଲେ । ୧୯୬୪ ମସିହାରୁ ସେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ୧୯୭୫ ମସିହାରେ ଲାଥିଆଲ୍ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ତାଙ୍କୁ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୧] ସେ ବଙ୍ଗଳାଦେଶୀ କଥାଚିତ୍ର ସହିତ ଉର୍ଦ୍ଦୁ କଥାଚିତ୍ରରେ ମଧ୍ୟ ଅଭିନୟ କରୁଥିଲେ । ବାକ୍ସା ପୁରସ୍କାର, ଜାହିର ରାୟହାନ ପଦକ, ନିଗର ପୁରସ୍କାର ଆସି ପୁରସ୍କାରରେ ସେ ମଧ୍ୟ ସମ୍ମାନିତ ହୋଇଛନ୍ତି ।
ରୋଜୀ ଆଫସାରୀ | |
---|---|
রোজী আফসারী | |
ଫାଇଲ:Rosy Afsari (Cropped).jpg | |
ଜନ୍ମ | ଶମିମା ଅକ୍ତାର ରୋଜୀ ୨୦ ଅପ୍ରେଲ ୧୯୪୬ ଲକ୍ଷ୍ମୀପୁର, ବେଙ୍ଗଲ ପ୍ରେସିଡେନ୍ସି, ବ୍ରିଟିଶ୍ ଭାରତ |
ମୃତ୍ୟୁ | ୯ ମାର୍ଚ୍ଚ ୨୦୦୭ ଢାକା, ବାଂଲାଦେଶ | (ବୟସ ୬୦)
ଜାତୀୟତା | ବାଂଲାଦେଶୀ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୬୭ – ୨୦୦୪ |
ବୈବାହିକ-ସାଥୀ(s) | ଅବଦୁସ ସାମାଡ଼ ମଲେକ ଆଫସାରୀ |
ସନ୍ତାନ | ୩ |
ପୁରସ୍କାର | ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ୧୯୭୫ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାରୋଜୀ ଆଫସାରୀ ୧୯୪୬ ମସିହାର ଅପ୍ରେଲ ମାସ ୨୩ ତାରିଖରେ ବଙ୍ଗଳାଦେଶର ଲକ୍ଷ୍ମୀପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳେ ତାଙ୍କ ନାମ ଥିଲା ଶାମିମା ଅକ୍ତାର ରୋଜୀ ଏବଂ ପରେ ବିବାହା ପରେ ଶିମିମା ରୋଜି ଆଫସାରୀ ହୋଇଥିଲା ।
ଅଭିନୟ ଜୀବନ
ସମ୍ପାଦନାରୋଜୀ ଆଫସାରୀ ୧୯୬୪ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତ ଧଲିଉଡ୍ରେ କାମ କାରିବା ଆରମ୍ଭ କରିଥଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଇଟୋ ଜିବନ୍ , ଯାହାର ନିର୍ଦ୍ଦେଶନା ଦେଇଥିଲେ ଜିଲୁର୍ ରହିମିନ୍ । ସେହି ବର୍ଷ ପାକିସ୍ତାନର ପ୍ରଥମ ରଙ୍ଗୀନ ଚଳଚ୍ଚିତ୍ର ସଙ୍ଗମ୍ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ଏବଂ ଜାହିର ରିହାନ୍ ଏହାର ନିର୍ଦ୍ଦେଶନା ଦେଇଥିଲେ ।
ରୋଜୀ ଆଫସାରୀ ତାଙ୍କ ଅଭିନୟ ସମୟରେ ୨୦୦ରୁ ଅଧିକ ବଙ୍ଗାଳୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ସର୍ବଦା ଏକ ସକରାତ୍ମକ ଓ ଦୁଃଖଭରା ଭୂମିକାରେ ଅଭିନୟ କରୁଥିଲେ ।[୨] ବଙ୍ଗଳା ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ସହିତ ସେ ୨୫ଟି ଉର୍ଦ୍ଦୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ।[୩] ସେ ଜିଆ ସାଙ୍ଗସ୍କୃତ ପରିଷଦର ସଭାପତି ଥିଲେ ।[୪]
ତାଙ୍କ ଅଭିନୟ ଶ୍ରେଷ୍ଠ ଚଳଚ୍ଚିତ୍ର ଗୁଡ଼ିକ ହେଲା ଜୀବନ ଥେକେ ନେୟା (୧୯୭୦), ତିତାସ ଏକଟି ନଦୀର ନାମ (୧୯୭୩), ସୂର୍ଯ୍ୟ ସଂଗ୍ରାମ (୧୯୭୪), ସୂର୍ଯ୍ୟ ଗ୍ରହଣ (୧୯୭୬), ଅଶିକ୍ଷିତ (୧୯୭୮), ଗୋଲାପୀ ଏଖନ ଟ୍ରେନେ (୧୯୭୮) ଓ ଏଇ ଘର ଏଇ ସଂସାର (୧୯୯୬) । ୨୦୦୫ ମସିହାରେ ତାଙ୍କର ଶେଷ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।
ବ୍ୟକ୍ତିଗତ ଜୀବନ
ସମ୍ପାଦନାତାଙ୍କର ଜନ୍ମନାମ ଥିଲା ଶମିମା ଅକ୍ତାର ରୋଜୀ । ସେ ପ୍ରଥମେ ଚଳଚ୍ଚିତ୍ର ନିର୍ମାତା ଅବଦୁସ ସାମାଡ଼ଙ୍କୁ ବିବାହ କରିଥିଲେ । ତା’ପରେ ୧୯୮୧ ମସିହାରେ ସେ ଚଳଚ୍ଚିତ୍ର ନିର୍ମାତା ମଲେକ ଆଫସାରୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ସାଙ୍ଗିଆକୁ ରୋଜି ଆଫସାରୀରେ ପରିବର୍ତ୍ତନ କରିଥିଲେ ।[୧]
ପୁରସ୍କାର
ସମ୍ପାଦନା- ୧୯୭୫ - ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ଶ୍ରେଷ୍ଠ ସହାୟକ ଅଭିନେତ୍ରୀ
- ବାକ୍ସା ପୁରସ୍କାର
- ଜାହିର ରାୟହାନ ପାଦକ
- ନିଗର ପୁରସ୍କାର[୫]
ମୃତ୍ୟୁ
ସମ୍ପାଦନାରୋଜୀ ୨୦୦୭ ମସିହାର ମାର୍ଚ୍ଚ ମାସ ୯ ତାରିଖରେ ମୃତ୍ୟୁବରଣ କରିଥିଲେ । ସେ ବୃକ୍କ ଜନିତ ସମସ୍ୟା ଯୋଗୁଁ ଢାକାସ୍ଥିତ ବାର୍ଡମ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ବୃକ୍କ ବିଫଳତାରେ ମୃତ୍ୟୁବରଣ କରିଥିଲେ ।[୬][୭] ୨୩ ଅପ୍ରେଲ ୨୦୧୯ରେ ଏକ ଗୁଗୁଲ୍ ଡୁଡଲ୍ ଆଫସାରୀଙ୍କ ୭୩ ତମ ଜନ୍ମ ବାର୍ଷିକୀକୁ ସ୍ମରଣ କରିଥିଲା ।[୮]
ଆଧାର
ସମ୍ପାଦନା- ↑ ୧.୦ ୧.୧ "রোজীকে মনে পড়ে". Daily Samakal. March 4, 2010. Retrieved November 4, 2015.[permanent dead link]
- ↑ "Remembering Rosy Afsari: Departure of a thespian". The Daily Star. March 11, 2007. Archived from the original on January 28, 2016. Retrieved November 4, 2015.
- ↑ Deepannita Ity (March 8, 2015). "ঋত্বিক ঘটকের 'দ্য বিউটি'- রোজী আফসারী". Bangla Mail. Archived from the original on October 24, 2015. Retrieved November 4, 2015.
- ↑ "রোজী আফসারী". Priyo News. Retrieved November 4, 2015.
- ↑ "রোজী আফসারী". Daily Samakal. Archived from the original on December 27, 2015. Retrieved November 4, 2015.
- ↑ "রোজী আফসারীর অষ্টম মৃত্যুবার্ষিকী আজ - Rosy Afsari's 8th Death Anniversary Today". The Times Info. March 9, 2015. Archived from the original on March 4, 2016. Retrieved November 4, 2015.
- ↑ Aminul E Shanto (March 9, 2015). "রোজী আফসারীর প্রয়াণ দিবসে শ্রদ্ধাঞ্জলি". Risingbd. Archived from the original on March 13, 2015. Retrieved November 4, 2015.
- ↑ "Rosy Afsari's 73rd Birthday". Google. 23 April 2019.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରୋଜୀ ଆଫସାରୀ
- ବଙ୍ଗଳା ଚଳଚ୍ଚିତ୍ର ଡାଟାବେସରେ ରୋଜି ଆଫସାରୀ |