ରେନାଲ ଟ୍ୟୁବଲାର ଏସିଡୋସିସ

ରେନାଲ ଟ୍ୟୁବଲାର ଏସିଡୋସିସ ( RTA ) ରୋଗରେ ବୃକ୍‌କ ସାଧାରଣ ଭାବରେ କାର୍ଯ୍ୟ କରିବା ସତ୍ତ୍ୱେ ମୂତ୍ରକୁ ସଠିକ୍ ଭାବରେ ଅମ୍ଳ କରିବାରେ ବୃକ୍‌କ ବିଫଳ ହେବା ହେତୁ ଶରୀରରେ ଏସିଡ ପରିମାଣ ବୃଦ୍ଧିପ୍ରାପ୍ତ ହୁଏ ।[] [] ଅଧିକାଂଶ ସମୟରେ କୌଣସି ଲକ୍ଷଣ ଦେଖା ନ ଗଲେ ମଧ୍ୟ ନିର୍ଜଳନ, ଦୁର୍ବଳତା କିମ୍ବା ମାନସିକ ଦ୍ୱନ୍ଦ୍ୱ ହୋଇପାରେ ।[][] ଚିକିତ୍ସା ବିନା ରୋଗ ଜଟିଳ ହୋଇ ବୃକ୍‌କ ପଥର ରୋଗ, କମ୍ (ହାଇପୋକାଲେମିଆ) କିମ୍ବା ଅଧିକ ପୋଟାସିୟମ (ହାଇପରକାଲେମିଆ), ରିକେଟ କିମ୍ବା ଓଷ୍ଟିଓମାଲାସିଆ ଭଳି ହାଡର ଅସ୍ୱାଭାବିକତା ଦେଖାଯାଏ ଏବଂ କିଡନୀ ବିଫଳତା ମଧ୍ୟ ହୋଇପାରେ ।[][]

Significant bilateral nephrocalcinosis (calcification of the kidneys) on a frontal X-ray (radiopacities (white) in the right upper and left upper quadrant of the image), as seen in distal renal tubular acidosis
ବିଭାଗNephrology
ଲକ୍ଷଣNone, dehydration, weakness, confusion[][]
କାରଣLupus, multiple myeloma, diabetic kidney disease, certain medications, following a kidney transplant[]
ରୋଗ ନିର୍ଣ୍ଣୟ ପଦ୍ଧତିMetabolic acidosis with a normal anion gap, high blood chloride, and normal glomerular filtration rate[]
ଚିକିତ୍ସାDepends on the cause and type[]
ପୁନଃପୌନିକUncommon[]

ଜୀବନରେ ପରବର୍ତ୍ତୀ ସମୟରେ ଏହି ରୋଗ ଅଧିକ ପ୍ରାପ୍ତ ହୁଏ ଏବଂ ସାଧାରଣତଃ ପିତାମାତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ କିଛି ଲୋକଙ୍କୁ ମିଳିଥାଏ ।[] ଅନ୍ୟ କେତେକ କାରଣ ମଧ୍ୟରେ ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍, ଏକାଧିକ ମଲ୍ଟିପ୍ଲ ମାୟେଲୋମା, ମଧୁମେହ ସମ୍ବନ୍ଧୀୟ ବୃକ୍‌କ ରୋଗ, କିଛି ଔଷଧ ଏବଂ ବୃକ୍‌କ ପ୍ରତିରୋପଣ ହୋଇପାରେ ।[] ଏହି ରୋଗର ଚାରୋଟି ପ୍ରକାର ଅଛି: ଟାଇପ୍ ୧ (ଡିଷ୍ଟାଲ୍) ପରିସ୍ରା ମଧ୍ୟରେ ହାଇଡ୍ରୋଜେନ ଆୟନ ମୁକ୍ତ କରିବାରେ ବିଫଳତା, ଟାଇପ୍ 2 (ପ୍ରକ୍ସିମାଲ୍) ପରିସ୍ରାରୁ ବାଇକାର୍ବୋନାଟ ପୁନଃ ଅବଶୋଷଣ କରିବାରେ ବିଫଳତା, ଟାଇପ୍ ୨ ପ୍ରଥମ ଦୁଇଟିର ମିଶ୍ରଣ ଏବଂ ଟାଇପ୍ ୪ରେ ଆଲଡୋଷ୍ଟେରନ୍ ପ୍ରତି କମ୍ କିମ୍ବା ଅଧିକପ୍ରତିରୋଧ ହେତୁ ହୋଇଥାଏ ।[] ମେଟାବୋଲିକ୍ ଏସିଡୋସିସ୍ ସ‌ହିତ ସାଧାରଣ ଆୟନ ଫାଙ୍କା, ଉଚ୍ଚ ରକ୍ତ କ୍ଲୋରାଇଡ୍ ଏବଂ ସାଧାରଣ ଗ୍ଲୋମେରୁଲାର ଫିଲ୍ଟରେସନ୍ ହାର ଥିଲେ ରେନାଲ ଟ୍ୟୁବଲାର ଏସିଡୋସିସ ରୋଗ ନିର୍ଣ୍ଣୟ କରାଯାଏ ।[]

କାରଣ ଉପରେ ଚିକିତ୍ସା ନିର୍ଭର କରେ ।[] ଟାଇପ ୧ ଏବଂ ଟାଇପ ୨ ପ୍ରକାରର ଚିକିତ୍ସାରେ ସୋଡିୟମ୍ ବାଇକାର୍ବୋନେଟ୍ କିମ୍ବା ପୋଟାସିୟମ୍ ସାଇଟ୍ରେଟ୍ ଗ୍ରହଣ କରାଯାଇପାରେ ।[] ଫସଫେଟ୍ ଏବଂ ଭିଟାମିନ୍ ଡି ପରିପୂରକ ମଧ୍ୟ ଆବଶ୍ୟକ ହୋଇପାରେ ।[] ଫ୍ଲୁଡ୍ରୋକର୍ଟିଜୋନ ଔଷଧ ଦେଇ କିମ୍ବା ପୋଟାସିୟମ ଖାଦ୍ୟ ଓ ଡାଇୟୁରେଟିକ୍ ସୀମିତ କରି ଟାଇପ୍ ୪ ରୋଗର ଚିକିତ୍ସା କରାଯାଇପାରେ ।[] ରେନାଲ୍ ଟ୍ୟୁବୁଲାର୍ ଏସିଡୋସିସ୍ ଏକ ଅଭାବନୀୟ ଘଟଣା ଓ କ୍ୱଚିତ ହୁଏ ।[] ଏହି ଅବସ୍ଥା ପ୍ରଥମେ ୧୯୩୫ ମସିହାରେ ଲାଇଟଉଡ‌ଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[]

  1. ୧.୦ ୧.୧ Yaxley J, Pirrone C (2016-12-21). "Review of the Diagnostic Evaluation of Renal Tubular Acidosis". The Ochsner Journal. 16 (4): 525–530. PMC 5158160. PMID 27999512. Archived from the original on 2019-11-03. Retrieved 2019-11-03. ଆଧାର ଭୁଲ: Invalid <ref> tag; name "Yax2016" defined multiple times with different content
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ Mustaqeem, R; Arif, A (January 2020). "Renal Tubular Acidosis". PMID 30085586. {{cite journal}}: Cite journal requires |journal= (help) ଆଧାର ଭୁଲ: Invalid <ref> tag; name "Stat2020" defined multiple times with different content
  3. ୩.୦ ୩.୧ ୩.୨ ୩.୩ Laing CM, Toye AM, Capasso G, Unwin RJ (June 2005). "Renal tubular acidosis: developments in our understanding of the molecular basis". The International Journal of Biochemistry & Cell Biology. 37 (6): 1151–61. doi:10.1016/j.biocel.2005.01.002. PMID 15778079. ଆଧାର ଭୁଲ: Invalid <ref> tag; name "La2005" defined multiple times with different content
  4. "Renal Tubular Acidosis | NIDDK". National Institute of Diabetes and Digestive and Kidney Diseases. Archived from the original on 9 January 2021. Retrieved 23 January 2021.
  5. Avner, Ellis D.; Harmon, William E.; Niaudet, Patrick; Yoshikawa, Norishige (2009). Pediatric Nephrology (in ଇଂରାଜୀ). Springer Science & Business Media. p. 979. ISBN 978-3-540-76327-7. Archived from the original on 2021-08-29. Retrieved 2021-01-23.