ରେଙ୍ଗାଳୀ ଡେମ ଭାରତୀୟ ରାଜ୍ୟ ଓଡ଼ିଶାରେ ଅବସ୍ଥିତ । ଏହା ଅନୁଗୁଳ ଜିଲ୍ଲାସ୍ଥ ରେଙ୍ଗାଲି ଗ୍ରାମ ନିକଟରେ ବ୍ରାହ୍ମଣୀ ନଦୀରେ ନିର୍ମିତ ବହୁମୂଖୀ ପ୍ରକଳ୍ପ ।[୧] 

ନିର୍ମାଣ  ସମ୍ପାଦନା

ଏହି ପ୍ରକଳ୍ପ ୧୯୮୫ରେ ନିର୍ମିତ ହେଇଥିଲା ।[୨] ଏହାର ନିର୍ମାଣ ପୂର୍ବରୁ ଓ ନିର୍ମାନ ଚାଲୁଥିବା ବେଳେ ବହୁ ବିରୋଧର ସମ୍ମୁଖୀନ ହେଇଥିଲା ।[୩] ଏହି ପ୍ରକଳ୍ପଦ୍ୱାରା ବିସ୍ଥାପିତ ହେଇଥିବା ୧୦,୭୦୦ ପରିବାର ଓ ସ୍ଥାନୀୟ ନେତୃବୃନ୍ଦ ଏହାକୁ ପ୍ରବଳ ନିରୋଧ କରିଥିଲେ ।[୪] ସରକାରଙ୍କଦ୍ୱାରା ଦିଆଯାଇଥିବା ପୁନର୍ବାସ ପ୍ରସ୍ତାବକୁ ନେଇ ମଧ୍ୟ ବିରୋଧ ହେଇଥିଲା । 

ସବିଶେଷ ତଥ୍ୟ ସମ୍ପାଦନା

ରେଙ୍ଗାଲି ଡେମର ଉଚ୍ଚତା ୭୦ ମିଟର ହେଇଥିବା ସ୍ଥଳେ ଏହା ୧୦୪୦ ମିଟର ଦୀର୍ଘ । ଡେମଦ୍ୱାରା ହେଇଥିବା ଜଳାଶୟର ଆୟତନ ୨୭,୮୪୦ ହେକ୍ଟର ( ପୂର୍ଣ ଜଳଧାରଣ ସମୟରେ ) ଓ ହାରାହାରି ଆୟତନ ୨୮,୦୦୦ ହେକ୍ଟର । ଜଳାଶୟକୁ ଜଳ ପ୍ରଦାନକାରୀ ଅଞ୍ଚଳର ଆୟତନ ୨୫,୨୫୦ ବର୍ଗ କିଲୋମିଟର । ଡେମର ୫ଟି ଜଳବିଦ୍ୟୁତ କେନ୍ଦ୍ରରୁ ୫୦ ମେଗାୱାଟ ପରମାଣ ଲେଖା ବିଦ୍ୟୁତ ଉପ୍ପନ୍ନ ହୁଏ । ଜଳଭଣ୍ଡାରରେ ୩୪୧୨୦ ଲକ୍ଷ୍ୟ ଘନ ମିଟର ଜଳ ସଞ୍ଚିତ ହୁଏ ଓ ଏହା ଓଡ଼ିଶାର ହୀରାକୁଦ ପରେ ଦ୍ୱିତୀୟ ବୃହତ ଜଳଭଣ୍ଡାର ।[୧][୫] 

ଜଳସେଚନ  ସମ୍ପାଦନା

ରେଙ୍ଗାଲି ଡେମର ଉଦବୃତ୍ତ ଜଳକୁ ଧାରଣ କରି ସେଥିରୁ ଚାଷ ପାଇଁ ଜଳସେଚନ ପାଇଁ ଡେମର ତଳ ମୁଣ୍ଡରେ ୩୫ କିଲୋମିଟର ଦୁରତ୍ୱରେ ଏକ ବାରେଜ ନିର୍ମିତ ହୋଇଛି । ଏହି ବାରେଜ ମଧ୍ୟ ଡେମର ଜଳ ବ୍ୟତୀତ ୪,୭୮୦ ବର୍ଗ କିଲୋମିଟର ଅଞ୍ଚଳର ଜଳକୁ ଧରି ରଖିଥାଏ ଓ କେନାଲ ସବୁଦ୍ୱାରା ନିକଟ ବାରଟି ଚାଷ ଜମିରେ ଜଳସେଚନ କରିଥାଏ ।[୧][୬]  

ପରିବେଶ ଉପରେ ପ୍ରଭାବ  ସମ୍ପାଦନା

ବ୍ରାହ୍ମଣୀ ନଦୀର ତଳ ମୁଣ୍ଡରେ ବଙ୍ଗୋପସାଗର ନିକଟରେ ଥିବା ଭିତର କନିକା ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଉପରେ ଏହି ରେଙ୍ଗାଲି ବନ୍ଧ ନିର୍ମାଣ ହେଲା ପରେ ପ୍ରଭାବ ପଡିଛି ବୋଲି କୁହାଯାଏ। ପରିବେଶବିଦମାନଙ୍କ ଅନୁସାରେ ଭିତର କନିକାର ବିରଳ ଜାତୀୟ ବୃକ୍ଷସବୁ ପୂର୍ବରୁ ନଦୀରେ ଆସୁଥିବା ପଟୁ ମାଟି ଓ ଧାତବ ଦ୍ରବଣରୁ ସାର ଗ୍ରହଣ କରି ବୃଦ୍ଧି ହଉଥିଲେ । ଡେମ ହେଲାପରେ ସେ ଜଳରୁ ପଟୁମାଟି ଓ ଧାତବ ଲବଣ ସବୁ ଡେମରେ ରହିଯିବାଦ୍ୱାରା ତାହା ଭିତର କନିକା ଅରଣ୍ୟକୁ ଉପଲବ୍ଧ ହଉନାହିଁ । ଜଳ ପରିମାଣ ମଧ୍ୟ କମି ଯାଉଛି ।  

ଡେମ ନିର୍ମାଣ ପୂର୍ବରୁ ଆସୁଥିବା ୧୯,୫୧୪ ମିଲିୟନ ଘନ ମିଟର ଜଳ , ବନ୍ଧ ନିର୍ମାଣ ପରେ ୧୭.୩୮୯ ମିଲିୟନକୁ କମିଯାଇଛି । ଭବିଷ୍ୟତରେ ଏହା ଆହୁରି କମି ୧୪,୦୦୦ ମିଲିୟନ ଘନ ମିଟରକୁ ଆସିଯିବା ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଅନୁଧ୍ୟାନ କରିଥିବା ବିଶେଷଜ୍ଞମାନେ ।  

ନିର୍ମାଣ ସମ୍ପାଦନା

୧୯୮୫ରେ ଏହି ବନ୍ଧ ନିର୍ମାଣ କରାଯାଇଥିଲା [୨] ଅନେକ ଲୋକଙ୍କ ବିସ୍ଥାପନ ଏବଂ ସରକାରଙ୍କର ଏହି ସମସ୍ୟାର ମୁକାବିଲା କରିବାର ଦୁର୍ବଳ ଉପାୟ ହେତୁ ଏହି ପ୍ରକଳ୍ପର ଧାରଣା ଏବଂ ପ୍ରାରମ୍ଭିକ କାର୍ଯ୍ୟକାରିତା ସମୟରେ ସ୍ଥାନୀୟ ଲୋକମାନେ ଏହି ପ୍ରକଳ୍ପକୁ ସ୍ୱାଗତ କରିନଥିଲେ । [୭] ଏହି ପ୍ରକଳ୍ପରେ ସମୁଦାୟ ୧୦,୭୦୦ ପରିବାର ବିସ୍ଥାପିତ ହୋଇଥିଲେ । [୮]

ଆଧାର ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା

  1. ୧.୦ ୧.୧ ୧.୨ Hydrology and Water Resources of India by Sharad K. Jain, Pushpendra K. Agarwal, Vijay P.
  2. ୨.୦ ୨.୧ "Scientists see threat to mangrove forest". Archived from the original on 2008-05-03. Retrieved 2018-02-27.
  3. Environmental impact of large reservoir projects on human settlement by A.K. Dalua
  4. Community forest management by Joe Human, Manoj Pattanaik
  5. Angul District official website: Water Resources
  6. Dam threat to wildlife
  7. Environmental impact of large reservoir projects on human settlement by A.K. Dalua
  8. Community forest management by Joe Human, Manoj Pattanaik