ରୂପମତୀ
ରୂପମତୀ (ଇଂରାଜୀ ଭାଷାରେ Rani Roopmati) ଜଣେ କବୟିତ୍ରୀ ଥିଲେ ଯିଏ ମାଲୱା ସୁଲତାନ 'ବାଜ ବାହାଦୂର'ଙ୍କ ପତ୍ନୀ ଥଲେ । ମାଲୱା ଲୋକକଥାରେ ସୁଲତାନ ଓ ରୂପମତୀଙ୍କର ପ୍ରେମ ବିଷୟରେ ମୁଖ୍ୟତଃ ଚର୍ଚ୍ଚା ହୋଇଥାଏ । ରୂପମତୀଙ୍କର ଅଲୌକିକ ସୌନ୍ଦର୍ଯ୍ୟ ବିଷୟ ଶୁଣି ମାଣ୍ଡୁ (Mandu) ବିଜୟ କରିବାକୁ ଆଦମ ଖାନ ପ୍ରଲୋଭିତ ହୋଇଥିଲା । ଆଦମ ଖାନ ବିଜୟ ପଥରେ ବାହାରିଲେ ଓ ଫୋର୍ଟରେ ବାଜ ବାହାଦୂର ଅହିତ ସାକ୍ଷାତ ହେଲା । ବାଜ ବାହାଦୂରଙ୍କର ଗୋଟିଏ ଛୋଟ ସୈନ୍ୟ ବାହିନୀ ଥିଲା । ତେଣୁ ସେ ଅକ୍ଳେଶରେ ହାରିଗଲେ । ରୂପମତୀ ବିଷ ଖାଇ ଆତ୍ମହତ୍ୟା କଲେ । ଏହିପରି ଭାବରେ ଏକ ସଙ୍ଗୀତମୟ, କାବ୍ୟିକ, ପ୍ରେମର ଯୁଦ୍ଧ ହୋଇ ଅବଶେଷରେ ମୃତ୍ୟୁ ହୋଇଗଲା ।[୧] ଏହି ପ୍ରେମ କାହାଣୀକୁ ଅନେକ ଲୋକକଥା କହନ୍ତି କିନ୍ତୁ ବହୁତ ଲୋକ ଏହାକୁ ସତ୍ୟ କାହାଣୀ କହନ୍ତି ।
ଜୀବନୀ
ସମ୍ପାଦନାବାଜ ବାହାଦୂର ସର୍ବଦା ସଙ୍ଗୀତକୁ ବହୁତ ଭଲ ପାଉଥିଲେ । ମାଣ୍ଡୁ ରାଜ୍ୟର ସେ ଶେଷ ସ୍ୱାଧୀନ ରାଜା ଥିଲେ । ଜଙ୍ଗଲରେ ଶିକାର କରୁଥିବା ବେଳେ ବାଜ ବାହାଦୂର ଥରେ ଗୋଟିଏ ଗାଈ ଚରାଳୀ କ୍ରୀଡ଼ାରତା ଝିଅକୁ ତାର ସାଥିମାନଙ୍କ ସହିତ ଗୀତ ଗାଇ ଗାଇ ବୁଲୁଥିବାର ଦେଖିଲେ । ସେହି ଝିଅର ଅନୁପମ ସୌନ୍ଦର୍ଯ୍ୟ ଓ ଗୀତର କଣ୍ଠସ୍ୱରରେ ବିମୋହିତ ହୋଇ ସେ ରୂପମତୀଙ୍କୁ ତାଙ୍କ ସାଥିରେ ତାଙ୍କ ରାଜଧାନୀରେ ଥିବା ଉଆସକୁ ଆସିବାକୁ ନିମନ୍ତ୍ରଣ କଲେ । ମାଣ୍ଡୁ ଯିବାକୁ ଏକ ସର୍ତ୍ତରେ ରୂପମତୀ ରାଜି ହୋଇଥିଲେ: ପବିତ୍ର ନର୍ମଦା ପାଖରେ ଗୋଟିଏ ଉଆସରେ ସେ ତାଙ୍କ ବାସ କରିବ ଯେଉଁଠାରୁ ତାଙ୍କୁ ପ୍ରେମିକ ବାଜ ବାହାଦୂର ଦେଖିପାରିବେ । ଏହି ଭଳି ଭାବରେ ମାଣ୍ଡୁ ପାଖରେ ରେବା କୁଣ୍ଡ ତିଆରି ହୋଇଥିଲା ।
ଦୁର୍ଭାଗ୍ୟ ବଶତଃ ମୁସଲମାନ ରାଜପୁତ୍ର ବାଜ ବାହାଦୂର ସାଥିରେ ସେହି ହିନ୍ଦୁ ଗାଈ ଚରାଳୀର ପ୍ରେମ ଅଧିକ ଦିନ ସ୍ଥାୟୀ ହୋଇପାରିଲାନି ଓ ଅସଫଳ ହୋଇଗଲା । ମୁଗଲ ସମ୍ରାଟ ଆକବର ସେହି ମାଣ୍ଡୁ ରାଜ୍ୟ ଆକ୍ରମଣ କରି ରୂପମତୀ ଓ ବାଜ ବାହାଦୂରକୁ ଅଧୀନସ୍ଥ କରିବାକୁ ସ୍ଥିର କଲେ । ମୋଗଲ ସମ୍ରାଟ ଆକବର ମଧ୍ୟ ପ୍ରଦେଶରେ ଥିବା ସେହି ମାଣ୍ଡୁ (Mandu) ରାଜ୍ୟକୁ ଅଧିକାର କରିବାକୁ ଆଦମ ଖାନକୁ ପଠେଇଲେ । ବାଜ ବାହାଦୂର ଏକ ସ୍ୱଳ୍ପ ସଂଖ୍ୟକ ସୈନ୍ୟ ବାହିନୀକୁ ନେଇ ଯୁଦ୍ଧ କଲେ ଓ ବିରାଟ ମୋଗଲ ସେନା ବାହିନୀ ଆଗରେ ଠିଆ ନହୋଇପାରି ସହଜରେ ପରାଜିତ ହୋଇଥିଲେ ।
ବାଜ ବାହାଦୂର ସାହାଯ୍ୟ ମାଗିବା ଉଦ୍ଦେଶ୍ୟରେ ଚିତ୍ତୋରଗଡ଼କୁ ପଳାୟନ କଲେ । ଆଦମ ଖାନ ମାଣ୍ଡୁକୁ ଆସିବା ପରେ ରୂପମତୀର ସୌନ୍ଦର୍ଯ୍ୟ ଦେଖି ବିମୋହିତ ହୋଇଯାଇଥିଲେ । ଧରା ନ ପଡ଼ିବା ନିମନ୍ତେ ରାଣୀ ରୂପମତୀ ପ୍ରେମ କାହାଣୀର ଅନ୍ତ କରି ନିର୍ଲିପ୍ତ ଭାବରେ ବିଷ ପାନ ପୂର୍ବକ ଇହଲୀଳା ସମ୍ବରଣ କରିଥିଲେ ।[୧]
ରାଣୀ ରୂପମତୀ ରଚିତ କବିତା
ସମ୍ପାଦନାସନ ୧୫୯୯ରେ ଶରାଫ-ଉଦ-ଦିନ ମିର୍ଜାଙ୍କ ସେବାରେ ଥିବା ଅହମଦ-ଉଲ-ଉମ୍ରି ତୁର୍କୋମନ ପ୍ରଥମେ ପର୍ସିଆ ଭାଷାରେ ରାଣୀ ରୂପମତୀଙ୍କର କାହାଣୀ ଲେଖିଥିଲେ । ତାଙ୍କ ରଚିତ ୨୫ଟି କବିତା ସଂଗ୍ରହ କରି ତାଙ୍କ ନିଜର ରଚନାବଳୀରେ ମଶ୍ରଣ କରିଦେଲେ । ମୂଳ ପାଣ୍ଡୁଲିପିଟି ତାଙ୍କ ନାତି ଫୁଲାଦ ଖାନ ହାତରେ ପଡ଼ିବା ପରେ ନିଜ ସାଙ୍ଗ ମିର ଜାଫର ଅଲି ସାଥିରେ ମିଶି ସନ ୧୬୫୩ରେ ସେହି ପାଣ୍ଡୁଲିପିର ଏକ ପ୍ରତିଲିପି (କପି) ତିଆରି କଲେ । ମିର ଜାଫର ଅଲିର କପି ପରେ ଦିଲ୍ଲୀର ମେହବୁବ ଅଲି ପାଖକୁ ହସ୍ତାନ୍ତର ହୋଇଥିଲା ଓ ତାଙ୍କ ମୃତ୍ୟୁ ହେବା ପରେ ଦିଲ୍ଲୀରେ ଥିବା ଏକ ମହିଳାଙ୍କ ପାଖକୁ ହସ୍ତାନ୍ତର ହୋଇଥିଲା । ଏହା ପରେ ଭୋପାଲର ଜେମାଦାର ଇନାୟତ ଅଲି ସେହି ମହିଳାଙ୍କଠାରୁ ପାଣ୍ଡୁଲିପିକୁ ନେଇ ଦିଲ୍ଲୀ ଯାଇଥିଲେ । ପରବର୍ତ୍ତୀ କାଳରେ ସେହି ପାଣ୍ଡୁଲିପି ସି.ଇ. ଲୁଆର୍ଡ଼ ହାତରେ ପଡ଼ିଥିଲେ ଓ ତାହାକୁ ଏଲ.ଏମ. କ୍ରମ୍ପ ଇଂରାଜୀ ଭାଷାରେ ସନ ୧୯୨୬ରେ ଅନୁବାଦ କରି ତାହାର ଶୀର୍ଷକ ରଖିଥିଲେ: ପଦ୍ମ ମହିଳା ମାଣ୍ଡୁର ରାଣୀ ରୂପମତୀ: ଅସାମାନ୍ୟ ବିଶ୍ୱସ୍ତତାର କାହାଣୀ (The Lady of the Lotus: Rupmati, Queen of Mandu: A Strange Tale of Faithfulness in 1926)। ସେହି ପାଣ୍ଡୁଲିପିରେ ୧୨ଟି ଦୋହା, ୧୦ଟି କବିତା ଓ ୩ଟି ସୱିଇୟା ଲିଖିତ ଥିଲା । [୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Rewa kund". Archived from the original on 14 March 2006. Retrieved 20 June 2006.
- ↑ Khare, M.D. (ed.) (1981). Malwa through the Ages, Bhopal: Directorate of Archaeology and Museums, Government of M.P., pp.365-7