ରୁଚା ଇନାମଦାର
ରୁଚା ଇନାମଦାର ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଓ ମରାଠୀ କଥାଚିତ୍ରରେ କାମ କରନ୍ତି । ୨୦୧୪ ମସିହାରେ ସେ ଚିଲ୍ଡ୍ରେନ୍ ଅଫ୍ ୱାର୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧][୨] ୨୦୧୫ ମସିହାରେ ସେ ସନ୍ରେ କାମ କରିଥିଲେ ।[୩][୪] ୨୦୧୭ ମସିହାରେ ସେ ଗଣେଶ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ମରାଠୀ କଥାଚିତ୍ର ଭିକାରୀରେ ଅଭିନୟ କରିଥିଲେ ।[୫]
ରୁଚା ଇନାମଦାର | |
---|---|
ଜନ୍ମ | |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୨–ଏବେଯାଏଁ |
ରୁଚା କ୍ରିମିନାଲ୍ ଜଷ୍ଟିସ୍ ଜରିଆରେ ୱେବ୍ ସିରିଜ୍ରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଅବନୀ ଭୂମିକାରେ ଅଭିନୟ କରିଥିଲେ ।[୬] ଏହି ଚରିତ୍ରରେ ତାଙ୍କ ଅଭିନୟକୁ ଦର୍ଶକ ପ୍ରଶଂସା କରିଥିଲେ ।[୭] ହଟ୍ଷ୍ଟାର୍ରେ ପ୍ରଦର୍ଶିତ ୱେବ୍ ସିରିଜ୍ ଦି ଗ୍ରେଟ୍ ଇଣ୍ଡିଆନ୍ ମର୍ଡରରେ ରିତୁ ରାୟ ଭୂମିକାରେ ଅଭିନୟ କରିଥିଲେ ।[୮]
ପ୍ରାରମ୍ଭିକ ଜୀବନ
ସମ୍ପାଦନାରୁଚା ମୁମ୍ବାଇର ଜେଜେ ହସ୍ପିଟାଲ କ୍ୟାମ୍ପସରେ ବଡ଼ ହୋଇଥିଲେ । ସେ ଦନ୍ତ ଚିକିତ୍ସକ ଭାବରେ ପାଠ ପଢ଼ିଛନ୍ତି ।
ଅଭିନୟ ଜୀବନ
ସମ୍ପାଦନାରୁଚା ଜଣେ ମଡେଲ୍ ଭାବରେ ୭୦ରୁ ଅଧିକ ଦୂରଦର୍ଶନ ବିଜ୍ଞାପନରେ କାମ କରିଛନ୍ତି, ଯେଉଁଥିରେ ସେ ଅମିତାଭ ବଚ୍ଚନ, ଅମିର ଖାନ୍, ଶାହାରୁଖ୍ ଖାନ୍, ଅନିଲ କପୁର, ଜନ୍ ଆବ୍ରାହମଙ୍କ ଭଳି ଜଣାଶୁଣା କଳାକାରଙ୍କ ସହିତ କାମ କରିଥିଲେ । ସେ ଥିଏଟରରେ ମଧ୍ୟ କାମ କରିଛନ୍ତି । କଥକ ଏବଂ ଲାଟିନ୍ ବଲ୍ରୁମ୍ ଡ୍ୟାନ୍ସର୍ ଆଦିରେ ସେ ପ୍ରଶିକ୍ଷଣ ନେଇଛନ୍ତି ।
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ଯ |
---|---|---|---|
୨୦୧୪ | ଚିଲ୍ଡ୍ରେନ୍ ଅଫ୍ ୱାର୍ | କୌସର୍ | ହିନ୍ଦୀ କଥାଚିତ୍ରରେ ଅଭିନୟ ଆରମ୍ଭ |
୨୦୧୫ | ଅଣ୍ଡର୍ ଦି ସେମ୍ ସନ୍ | ଯସ୍ମିନ୍ | |
୨୦୧୭ | ଭିକାରୀ | ମଧୁ | ମରାଠୀ କଥାଚିତ୍ରରେ ଅଭିନୟ ଆରମ୍ଭ |
ମୋହ ଦିଆ ଥଣ୍ଡା | ମନ୍ନୋ | କ୍ଷୁଦ୍ର ଚଳଚ୍ଚିତ୍ର | |
୨୦୧୯ | ୱେଡିଂ ଚା ଶିନେମା | ପରି ପ୍ରଧାନ | |
କ୍ରିମିନାଲ୍ ଜଷ୍ଟିସ୍ | ଅବନୀ ଶର୍ମା ପରାଶର | ହଟଷ୍ଟାର୍ ସ୍ପେସିଆଲ୍[୯] | |
୨୦୨୦ | ଅପରେସନ୍ ପରିନ୍ଦେ | ଏସ୍.ପି. କୋମଲ ଭରଦ୍ୱାଜ | ଅତିଥି କଳାକାର[୧୦] |
ସେଭେନ୍ ଫିଟ୍ | ଆଞ୍ଚଲ୍ | କ୍ଷୁଦ୍ର ଚଳଚ୍ଚିତ୍ର | |
୨୦୨୧ | ନଟ୍ ଟୁଡେ | ଆଲିଆ ରୁପାୱାଲା | |
୨୦୨୨ | ଦି ଗ୍ରେଟ୍ ଇଣ୍ଡିଆନ୍ ମର୍ଡ଼ର୍ | ରିତୁ ରାୟ | ହଟଷ୍ଟାର୍ |
୨୦୨୩ | ମାଇନସ୍ ୩୧: ଦି ନାଗପୁର
ଫାଇଲ୍ସ |
ପ୍ରେକ୍ଷା ଶର୍ମା |
ଆଧାର
ସମ୍ପାଦନା- ↑ "Cast: Indraneil Sengupta, Raima Sen, Pavan Malhotra, Riddhi Sen, Rucha Inamdar, Tillotama Shome, Victor Bannerjee, Farooque Shaikh, Joy Sengupta". indianexpress.com. Retrieved 1 May 2016.
- ↑ "Children of War- shocking reminder of brutalities of 1971 Bangladesh liberation war". dnaindia.com. ANI. 17 May 2014. Retrieved 26 May 2020.
- ↑ Rangan, Baradwaj (17 May 2014). "Children of War: Oppressing issues". The Hindu. Retrieved 26 May 2020.
- ↑ "under-the-same-sun". underthesamesunthefilm.com. Archived from the original on 2016-05-07. Retrieved 2016-05-01.
- ↑ "No Godfather, performance and effort counts (Marathi)". MahaMTB. Archived from the original on 25 August 2017. Retrieved 26 July 2017.
- ↑ "Criminal Justice Trailer: Hotstar Sets April Release Date for Indian Remake of British Series". Retrieved 9 April 2019.
- ↑ "Review: 'Criminal Justice' Is Sluggish But Saved by Good Performances". Retrieved 9 April 2019.
- ↑ "Ad-girl to actor (Marathi)". timesofindia.com Maharashtra Times, Pune. Archived from the original on 25 August 2017. Retrieved 29 July 2017.
- ↑ Criminal Justice on Hotstar, archived from the original on 2021-06-27, retrieved 2023-07-29
- ↑ cameo Operation Parindey on Zee5
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରୁଚା ଇନାମଦାର