ରିସସ ରୋଗ
ରିସସ ରୋଗ (ଇଂରାଜୀ ଭାଷାରେ Rhesus disease/ Rh), ଯାହା ନବଜାତ ଶିଶୁର ଆର-ହେମୋଲାଇଟିକ ରୋଗ (Rh-hemolytic ( Rh-HDFN ) ଭାବରେ ମଧ୍ୟ ଜଣାଶୁଣା, ନାମ ଦିଆଯାଏ ଯେତେବେଳେ ଗର୍ଭବତୀ ମହିଳାମାନଙ୍କ ଆଣ୍ଟିବଡି ତାଙ୍କ ଶିଶୁର ଲାଲ ରକ୍ତ କଣିକା ଭାଙ୍ଗିଦିଏ ।[୨] [୧] ଏହାର ଲକ୍ଷଣରେ ସାଧାରଣତଃ ଶିଶୁର ସ୍ୱଳ୍ପ ଲୋହିତ ରକ୍ତ କଣିକା ଏବଂ ଜଣ୍ଡିସ ହୋଇଥାଏ ।[୨] ଜନ୍ମ ପୂର୍ବରୁ କିମ୍ବା ଅଳ୍ପ ସମୟ ପରେ ରୋଗ ଆରମ୍ଭ ହୋଇପାରେ ।[୩] ରୋଗ ଜଟିଳତା ମଧ୍ୟରେ ମୃତ ପ୍ରସବ, ହାଇଡ୍ରପ୍ସ ଫିଟାଲିସ, ବୌଦ୍ଧିକ ଅକ୍ଷମତା, ଶ୍ରବଣ ଶକ୍ତି ହ୍ରାସ, କିମ୍ବା ଦୃଷ୍ଟି ଶକ୍ତି ହ୍ରାସ ହୋଇପାରେ ।[୨] [୧]
Rh disease | |
---|---|
Rh-hemolytic disease the newborn, Rh (D) disease[୧] | |
ବିଭାଗ | Paediatrics, haematology, transfusion medicine |
ଲକ୍ଷଣ | Baby: Low red blood cells, jaundice[୨] Mother: None[୨] |
ଆକ୍ରାନ୍ତ ସମୟ | Before or shortly after birth[୩] |
କାରଣ | Exposure of Rh-D negative women to Rh-D positive blood before a subsequent Rh-D positive pregnancy[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Routine prenatal care[୪] |
ପ୍ରତିକାର | Rho(D) immune globulin[୨] |
ଚିକିତ୍ସା | Blood transfusions, phototherapy, intravenous immunoglobulin[୨] |
Prognosis | 30% risk of severe disability[୫] |
ପୁନଃପୌନିକ | >350,000 per year[୫] |
ମୃତ୍ୟୁ ସାନ୍ଦ୍ରତା | ~38% risk of death[୫] |
ଆଣ୍ଟି-ଡି ଆଣ୍ଟିବଡି କାରଣରୁ ଏହା ଗର୍ଭସ୍ଥ ଶିଶୁ ଏବଂ ନବଜାତ ଶିଶୁର (HDFN) ଏହ ଏକ ପ୍ରକାର ହେମୋଲାଇଟିକ୍ ରୋଗ ।[୧] ଏହା ଆରଏଚ-ଡି (Rh-D) ନକାରାତ୍ମକ ମହିଳାମାନଙ୍କଠାରେ ଘଟିଥାଏ, ଯେଉଁମାନେ ଆରଏଚ-ଡି ସକରାତ୍ମକ ରକ୍ତ ପ୍ରତି ସମ୍ବେଦନଶୀଳ ଅଟନ୍ତି ଏବଂ ତା ପରେ ଆରଏଚ-ଡି ପଜିଟିଭ୍ ଶିଶୁ ସହିତ ଗର୍ଭବତୀ ହୁଅନ୍ତି ।[୨] ପୂର୍ବ ଗର୍ଭଧାରଣ ସମୟରେ କିମ୍ବା ରକ୍ତ ଉତ୍ପାଦର ସଂସ୍ପର୍ଶରେ ସମ୍ବେଦନଶୀଳତା ଘଟିପାରେ ।[୧] ସମ୍ବେଦନଶୀଳତା ପାଇଁ ବିପଦ କାରଣରେ ମାଆର 'ଓ' ରକ୍ତ ଥିବା ଆବଶ୍ୟକ ।[୧] ଗର୍ଭାବସ୍ଥାର ରୁଟିନ ଯତ୍ନ ସମୟରେ ଏହି ଅବସ୍ଥା ନିର୍ଣ୍ଣୟ ହୋଇଥାଏ ।[୪]
ଆରଏଚ-ଡି ନକାରାତ୍ମକ ଗର୍ଭବତୀ ମହିଳାଙ୍କୁ ଆରଏଚଓ (ଡି) ଇମ୍ୟୁନ ଗ୍ଲୋବ୍ୟୁଲିନ ଇଞ୍ଜେକସନ ଦେଇ ପ୍ରାୟ ୯୯% କ୍ଷେତ୍ରରେ ଏହି ରୋଗ ପ୍ରତିରୋଧ ଯୋଗ୍ୟ କରାଯାଇପାରେ ।[୨] [୬] ପ୍ରଭାବିତ ଶିଶୁମାନଙ୍କର ଚିକିତ୍ସା ଗମ୍ଭୀରତା ଉପରେ ନିର୍ଭର କରେ ଏବଂ ରକ୍ତ ଟ୍ରାନ୍ସଫ୍ୟୁଜନ, ଫୋଟୋଥେରାପି କିମ୍ବା ଶିରାଭ୍ୟନ୍ତର ଇମ୍ୟୁନୋଗ୍ଲୋବୁଲିନ ଥେରାପି ଦିଆଯାଏ ।[୨] [୭] ଜନ୍ମ ପୂର୍ବରୁ ଶିଶୁକୁ ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଇପାରେ ।[୭] କେତେକ କ୍ଷେତ୍ରରେ ସମୟ ପୂର୍ବ ପ୍ରସବ ପାଇଁ ସୁପାରିଶ କରାଯାଇପାରେ; ତେଣୁ ପୂର୍ବରୁ ଚିକିତ୍ସା ଆରମ୍ଭ କରାଯାଇପାରିବ ।[୭]
ରିସସ ରୋଗ ବର୍ଷକୁ ୩୫୦,୦୦୦ରୁ ଅଧିକ ଶିଶୁଙ୍କୁ ପ୍ରଭାବିତ କରିବା ଆକଳନ କରାଯାଇଛି ।[୫] ବିକଶିତ ଦୁନିଆରେ ଏହା ଅସାଧାରଣ; ବିକାଶଶୀଳ ଦେଶମାନଙ୍କରେ ଏହା ଅପେକ୍ଷାକୃତ ବାରମ୍ବାର ହୋଇଥାଏ ।[୨] [୫] ସଙ୍କଟପୂର୍ଣ୍ଣ ଗର୍ଭଧାରଣରେ ପ୍ରାୟ ଏକ ତୃତୀୟାଂଶ ଶିଶୁ ମୃତ୍ୟୁବରଣ କରନ୍ତି ଏବଂ ଅନ୍ୟ ଏକ ତୃତୀୟାଂଶ ଅକ୍ଷମ ହୁଅନ୍ତି ।[୫] ୨୦୨୦ ମସିହା ସୁଦ୍ଧା ପ୍ରାୟ ଅର୍ଦ୍ଧେକ ମହିଳା ଯେଉଁମାନେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ ଥିଲା, ସେମାନେ ତାହା କରିନଥିଲେ ।[୬] ଏହି ଅବସ୍ଥା ଅତି କମରେ ୧୬୦୯ ମସିହାରେ ଫ୍ରାନ୍ସରେ ବର୍ଣ୍ଣନା କରାଯାଇଥିଲା କିନ୍ତୁ ସମ୍ଭବତଃ ଖ୍ରୀଷ୍ଟପୂର୍ବ ୪୦୦ ମସିହାରେ ହିପୋକ୍ରେଟସ ଦ୍ୱାରା ମଧ୍ୟ ବର୍ଣ୍ଣନା କରାଯାଇଥିଲା ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Jackson, ME; Baker, JM (March 2021). "Hemolytic Disease of the Fetus and Newborn: Historical and Current State". Clinics in laboratory medicine. 41 (1): 133–151. doi:10.1016/j.cll.2020.10.009. PMID 33494881.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ "Rhesus disease". nhs.uk (in ଇଂରାଜୀ). 23 October 2017. Archived from the original on 22 February 2023. Retrieved 19 October 2023.
- ↑ ୩.୦ ୩.୧ "Rhesus disease - Symptoms". nhs.uk (in ଇଂରାଜୀ). 23 October 2017. Archived from the original on 20 July 2023. Retrieved 19 October 2023.
- ↑ ୪.୦ ୪.୧ "Rhesus disease - Diagnosis". nhs.uk (in ଇଂରାଜୀ). 23 October 2017. Archived from the original on 24 January 2023. Retrieved 19 October 2023.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ Zipursky, A; Bhutani, VK (February 2015). "Impact of Rhesus disease on the global problem of bilirubin-induced neurologic dysfunction". Seminars in fetal & neonatal medicine. 20 (1): 2–5. doi:10.1016/j.siny.2014.12.001. PMID 25582277.
- ↑ ୬.୦ ୬.୧ Pegoraro, V; Urbinati, D; Visser, GHA; Di Renzo, GC; Zipursky, A; Stotler, BA; Spitalnik, SL (2020). "Hemolytic disease of the fetus and newborn due to Rh(D) incompatibility: A preventable disease that still produces significant morbidity and mortality in children". PloS one. 15 (7): e0235807. doi:10.1371/journal.pone.0235807. PMID 32687543.
{{cite journal}}
: CS1 maint: unflagged free DOI (link) - ↑ ୭.୦ ୭.୧ ୭.୨ "Rhesus disease - Treatment". nhs.uk (in ଇଂରାଜୀ). 23 October 2017. Archived from the original on 7 March 2023. Retrieved 19 October 2023.