ରିନା କୁମାରୀ (୧୫ ଜାନୁଆରୀ ୧୯୮୪) ଯମେ ଭାରତୀୟ ମହିଳା କ୍ରୀଡ଼ାବିଦ୍‌ । ସେ ଭାରତକୁ ଆର୍ଚେରୀରେ ଅଲିମ୍ପିକ ସମେତ ବିଭିନ୍ନ ପ୍ରତିଯୋଗୀତାରେ ପ୍ରତିନିଧିତ୍ୱ କରିଛନ୍ତି । [୧][୨]

ରିନା ୨୦୦୪ ମସିହା ଅଲିମ୍ପିକରେ ଭାରତ ତରଫରୁ ଆର୍ଚେରୀରେ ଭାଗ ନେବା ପାଇଁ ଯୋଗ୍ୟତା ହାସଲ କରିଥିଲେ । .[୩] ସେ ସେଥିରେ ମହିଳା ସିଙ୍ଗଲ୍ସରେ ୪୩ ତମ ରେଙ୍କିଙ୍ଗ ସ୍ଥାନରେ ରହିଥିଲେ । ଏହି ପ୍ରତିଯୋଗୀତାରେ ସେ ବିଶ୍ୱର ନାମୀ ଆର୍ଚର  ଜର୍ଜିଆର ଏସେବୁଆଙ୍କୁ ପରାସ୍ତ କରି ପ୍ରି-କ୍ୱାଟରଫାଇନାଲରେ ପ୍ରବେଶ କରିଥିଲେ । ସେଥିରେ ସେ ବିଶ୍ୱର ୬ ନମ୍ବର ରେଙ୍କର ଚୀନ ତାୟପେର ୟାନ ଶୁ ଚି  ଙ୍କଠାରୁ ହାରି ଯାଇଥିଲେ । 

ଏହି ଅଲିମ୍ପିକରେ ସେ ଦଳଗତ ପ୍ରତିଯୋଗୀତାରେ ମଧ୍ୟ ଭାଗ ନେଇ ଦଳକୁ ୮ ମ ସ୍ଥାନ ପାଇବାରେ ସାହାଯ୍ୟ କରିଥିଲେ । 

ଆଧାର  ସମ୍ପାଦନା

  1. "Ready, Aim, Aspire..." India Today. 9 August 2004. Archived from the original on 6 December 2012. Retrieved 6 February 2010.
  2. "Reena Kumari". sports-reference.com. Retrieved 6 February 2010.
  3. "Indian women lose narrowly". The Hindu. 21 August 2004. Archived from the original on 24 August 2004. Retrieved 6 February 2010.

ବାହାର ଲିଙ୍କ  ସମ୍ପାଦନା