ରିତିକା ସିଂହ
୨୦୧୬ରେ ରିତିକା
Born
ରିତିକା ମୋହନ ସିଂହ

(1994-12-16) ୧୬ ଡିସେମ୍ବର ୧୯୯୪ (ବୟସ ୨୯)[୧]
Nationalityଭାରତୀୟ

‌ରିତିକା ସିଂହ‌ (ଜନ୍ମ: ୧୬ ଡିସେମ୍ବର ୧୯୯୪) ଜଣେ ଭାରତୀୟ ‌ମୁଷ୍ଟି ଯୋଦ୍ଧା‌ ଏବଂ କଥାଚିତ୍ର ଅଭିନେତ୍ରୀ, ଯିଏକି ତେଲୁଗୁ, ତାମିଲ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ରିତିକା ୨୦୦୯ରେ ‌ଏସିଆନ ଇନ୍‌ଡୋର୍ ଗେମ୍‌ସ୍‌‌ରେ ଭାରତୀୟ ମୁଷ୍ଟି ଯୋଦ୍ଧା ଭାବରେ ଭାଗନେଇଥିଲେ ଏବଂ ୨୦୧୨ରେ ‌ସୁପର ଫାଇଟ୍ ଲିଗ୍‌‌ରେ ମଧ୍ୟ ଭାଗନେଇଥିଲେ । ଏହାପରେ ସେ ୨୦୧୬ରେ ସୁଧା କୋଙ୍ଗର ପ୍ରସାଦଙ୍କ ତାମିଲ ଚଳଚ୍ଚିତ୍ର ‌ଇରୁଧି ସୁତ୍ତ୍ରୁ‌ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରଟି ମଧ୍ୟ ହିନ୍ଦୀରେ ‌ସଳା ଖଡ଼ୁସ୍‌‌ଭାବରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ଅଭିନେତା ‌ଆର୍ ମାଧବନ୍‌‌ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୨] ଇରୁଧି ସୁତ୍ତ୍ରୁରେ ଅଭିନୟ ପାଇଁ ରିତିକାଙ୍କୁ ୬୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରେ ଏକ ସ୍ୱତନ୍ତ୍ର ପୁରସ୍କାର ମିଳିଥିଲା । ସେହିପରି ଏହାର ହିନ୍ଦୀ ସଂସ୍କରଣ ସଳା ଖଡ଼ୁସ୍ ପାଇଁ ୬୨ତମ ଫିଲ୍ମ‌ଫେୟାର ଉତ୍ସବରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲାବେଳେ ‌ଜି ସିନେ ଆୱାର୍ଡ଼‌ରେ ମଧ୍ୟ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା ।

ପ୍ରାରମ୍ଭିକ ଜୀବନ ସମ୍ପାଦନା

ରିତିକା ସିଂହ ୧୬ ଡିସେମ୍ବର ୧୯୯୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ମୋହନ ସିଂହ ହେଉଛନ୍ତି ଜଣେ ମୁଷ୍ଟି ଯୋଦ୍ଧା । ରିତିକା ୭ବର୍ଷ ବୟସରୁ ତାଙ୍କ ବାପାଙ୍କ ତ‌ତ୍ୱାବଧାନରେ ମୁଷ୍ଟି ଯୁଦ୍ଧର ପ୍ରଶିକ୍ଷଣ ନେଇଥିଲେ ।[୩]

ମୁଷ୍ଟି ଯୁଦ୍ଧ ସମ୍ପାଦନା

ରିତିକା ତାଙ୍କ ବାପାଙ୍କଠାରୁ ମୁଷ୍ଟିଯୁଦ୍ଧର ପ୍ରଶିକ୍ଷଣ ନେବା ପରେ ୨୦୦୯ରେ ଏସିଆନ୍ ଇନ୍‌ଡୋର୍ ଗେମ୍‌ରେ ୫୨ କେଜି ବର୍ଗ ମୁଷ୍ଟିଯୁଦ୍ଧରେ ଭାଗନେଇଥିଲେ । ଏହାପରେ ସେ ୨୦୧୨ରେ ସୁପର ଫାଇଟ୍ ଲିଗ୍‌‌ରେ ଭାଗନେଇଥିଲେ, ଯେଉଁଠି ସେ ମୁଷ୍ଟିଯୁଦ୍ଧ ସ‌ହ କିଛି ମିଶ୍ରିତ ସାମରିକ ଯୁଦ୍ଧରେ ଲଢ଼ିଥିଲେ । [୪][୫]

ଅଭିନୟ ଜୀବନ ସମ୍ପାଦନା

୨୦୧୩ରେ ତାମିଲ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧା କୋଙ୍ଗର ପ୍ରସାଦ ରିତିକାଙ୍କୁ ସୁପର ଫାଇଟ୍ ଲିଗ୍‌ରେ ଦେଖିଥିଲେ ଏହାପରେ ସେ ତାଙ୍କୁ ତାଙ୍କର ଦ୍ୱୀଭାଷୀ ଚଳଚ୍ଚିତ୍ର ‌ଇରୁଧି ସୁତ୍ତ୍ରୁ/ସଳା ଖଡ଼ୁସ୍‌‌ରେ ଅଭିନୟ ପାଇଁ ସୁପର ଫାଇଟ୍ ଲିଗ୍‌ର ସଭପତି ରାଜ କୁନ୍ଦ୍ରାଙ୍କଦ୍ୱାରା ପ୍ରସ୍ତାବ ଦେଇଥିଲେ ।[୬] ଏହି ଚଳଚ୍ଚିତ୍ର ଉଭୟ ତାମିଲ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ମୁଖ୍ୟ ଭୂମିକାରେ ଥିବା ଆର୍. ମାଧବନ୍ ଏବଂ ରାଜକୁମାର ହିରାନୀ । ଚେନ୍ନାଇର ଏକ ବସ୍ତି ଅଞ୍ଚଳରେ ବଢ଼ିଥିବା ଗୋଟେ ଝିଅକୁ ମୁଷ୍ଟି ଯୁଦ୍ଧର ପ୍ରଶିକ୍ଷଣ ଦେଇ ଆନ୍ତର୍ଜାତୀୟ ସ୍ତରରେ ବିଜୟିନୀ କରିବାର ଦୃଶ୍ୟ ଦେଖାଯାଇଥିଲା ଚଳଚ୍ଚିତ୍ରରେ । ଏହି ଚଳଚ୍ଚିତ୍ରଟି ୨୦୧୬ ଜାନୁଆରୀରେ ମୁକ୍ତିଲାଭ କରିଥିଲା ।[୭] ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ରିତିକାଙ୍କୁ ଉତ୍ତମ ମନ୍ତବ୍ୟ ମିଳିଥିଲା ।[୮] ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ରିତିକାଙ୍କୁ ୬୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଏକ ସ୍ୱତନ୍ତ୍ର ସମ୍ମାନ ମିଳିଥିଲା ।[୯] ଏହି ଚଳଚ୍ଚିତ୍ର ପାଇଁ ରିତିକାଙ୍କୁ ୬୨ତମ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ସମ୍ମାନ ମିଳିଥିଲା[୧୦] ଏବଂ ଜି ସିନେ ଆୱାର୍ଡ଼ରେ ମଧ୍ୟ ଶ୍ରେଷ୍ଠ ନବାଗତା ସମ୍ମାନ ମିଳିଥିଲା ।[୧୧] ଏହାପରେ ରିତିକା ଅନ୍ୟ ଏକ ତାମିଲ ଚଳଚ୍ଚିତ୍ର ‌ଆନ୍ଦବନ୍ କଟ୍ଟାଲାଇ‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୨୦୧୬ରେ ମୁକ୍ତିଲାଭ କରିଥିଲା ।[୧୨]

୨୦୧୭ରେ ରିତିକାଙ୍କର ଅନ୍ୟ ଏକ ତାମିଲ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ‌ଶିବଲିଙ୍ଗ‌ ।[୧୩][୧୪] ସଳା ଖଡ଼ୁସ୍‌ ଚଳଚ୍ଚିତ୍ର ତେଲୁଗୁ ଭାଷାରେ ପୁନଃନିର୍ମିତ ହୋଇଥିଲା । ଏହି ଚଳଚ୍ଚିତ୍ରର ନାମ ଥିଲା ‌ଗୁରୁ‌, ଯେଉଁଥିରେ ରିତିକା ମଧ୍ୟ ଅଭିନୟ କରିଥିଲେ ।[୧୫][୧୬][୧୭]

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୧୬: ଇରୁଧି ସୁତ୍ତ୍ (ତାମିଲ)
  • ୨୦୧୬: ସଳା ଖଡ଼ୁସ (ହିନ୍ଦୀ)
  • ୨୦୧୬: ଆନ୍ଦବନ୍ କଟ୍ଟାଲାଇ (ତାମିଲ)
  • ୨୦୧୭: ଗୁରୁ (ତେଲୁଗୁ)
  • ୨୦୧୭: ଶିବଲିଙ୍ଗ
  • ୨୦୧୭: ବନଙ୍ଗାମୁଡ଼ି (ତାମିଲ)

ଆଧାର ସମ୍ପାଦନା

  1. "Ritika Singh learns Tamil for her next". The Times of India. 6 April 2016. Retrieved 29 April 2017.
  2. "Ritika Singh wants to stay grounded". The Indian Express. 2016-01-14. Retrieved 2017-04-29.
  3. "Ritika Singh Height, Weight, Age, Husband & more". starsunfolded. Retrieved 29 April 2017.
  4. Sunaina Kumar (2013-06-22). "Not Your Usual Punching Bags". Tehelka. Archived from the original on 2017-09-03. Retrieved 2017-04-29.
  5. "Ritika Singh MMA Stats, Pictures, News, Videos, Biography". Sherdog. Retrieved 2017-04-29.
  6. "Never thought of acting in Bollywood: boxer Ritika Singh". The Indian Express. 2016-01-12. Retrieved 2017-04-29.
  7. "Saala Khadoos: Ritika Singh not the only real-life boxer in the Rajkumar Hirani movie!". India.com. Retrieved 2017-04-29.
  8. "Review : Irudhi Suttru review". Sify.com. Retrieved 2017-04-29.
  9. "It's like winning an Oscar: Ritika Singh on National Award". The Indian Express. 2016-03-28. Retrieved 2017-04-29.
  10. "Winners of the Filmfare Awards 2017". Filmfare. Retrieved 29 April 2017.
  11. "Zee Cine Awards 2017: Best Debut Female Actor "Rithika Singh" and Best People's Choice Award "Salman Khan", Chech Full List of Awards". Hindaily. 2 April 2017. Archived from the original on 7 May 2017. Retrieved 29 April 2017. {{cite news}}: |first= missing |last= (help)
  12. "Aandavan Kattalai: Overwhelming positive response from audiences!". Sify. Retrieved 2017-04-29.
  13. "Lawrence-Ritika in 'Shivalinga' remake". Sify. Retrieved 29 April 2017.
  14. Anupama, Subramanian (16 July 2016). "Lawrence-Ritika film Shivalinga starts rolling". Deccan Chronicle. Retrieved 29 April 2017.
  15. "Venkatesh prefers Ritika Singh for remake of Saala Khadoos". The Times of India. 2 September 2016. Retrieved 1 October 2016.
  16. Krishna, Vamsi (18 September 2016). "Guru first look: Venkatesh in rugged avatar for his next, see posters". Indian Express. Hyderabad. Retrieved 29 April 2017.
  17. Srivatsan (27 September 2016). "Irudhi Suttru goes to Tokyo: Director Sudha Kongara says it's a special honour". India Today. New Delhi. Retrieved 29 April 2017.

ଅଧିକ ତ‌ଥ୍ୟ ସମ୍ପାଦନା