ରାସବିହାରୀ ବେହେରା
ରାସବିହାରୀ ବେହେରା (ଜନ୍ମ: ୬ ଅପ୍ରେଲ ୧୯୩୮) ଜଣେ ଓଡ଼ିଆ ରାଜନିତୀଜ୍ଞ ଓ ଲେଖକ ।[୧] ୨୦୧୩ ମସିହାରେ ସେ ନିଜ ଭ୍ରମଣ କାହାଣୀ ପୁସ୍ତକ ଅନନ୍ୟ ସୃଷ୍ଟି କାନାଡ଼ା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।[୨][୩]
ରାସବିହାରୀ ବେହେରା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ମହିଚଲା, ଜୁନାଗଡ଼, କଳାହାଣ୍ଡି | ୬ ଅପ୍ରେଲ ୧୯୩୮
ବୃତ୍ତି | ଲେଖକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଅନନ୍ୟ ସୃଷ୍ଟି କାନାଡ଼ା |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାରାସବିହାରୀ ବେହେରା ୧୯୩୮ ଅପ୍ରେଲ ୬ ତାରିଖରେ କଳାହାଣ୍ଡି ଜୁନାଗଡ଼ ଅନ୍ତର୍ଗତ ମହିଚଲାଠାରେ ଜନ୍ମନେଇଥିଲେ । ସେ ୧୯୮୦ରେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସରୁ ୭ମ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପରେ ଲୋକସଭା ଆସନରୁ ୧୯୭୭ରେ ୭ମ ଓ ୧୯୮୫ରେ ୯ମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ କୃଷି ମନ୍ତ୍ରୀ ଓ ପରେ ସମବାୟ ଓ ଆଦିବାସୀ ବିଭାଗ (୧୯୮୬-୮୯) ଏବଂ ହେମାନନ୍ଦ ବିଶ୍ୱାଳଙ୍କ ମନ୍ତ୍ରୀମଣ୍ଡଳରେ କୃଷି ଓ ସମବାୟ ବିଭାଗ ମନ୍ତ୍ରୀ ଥିଲେ । ସେ ଓଡ଼ିଆରେ ଉପନ୍ୟାସ ଓ ପ୍ରବନ୍ଧାବଳୀମାନ ରଚନା କରିଛନ୍ତି ଓ ମାସିକ ପତ୍ରିକା ସାଗରର ସମ୍ପାଦନା କରୁଥିଲେ । ସେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ କଳାହାଣ୍ଡି ଲେଖକ ପରିଷଦର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।[୪][୫]
ରଚନାବଳୀ
ସମ୍ପାଦନା- ଅନ୍ୱେଷୀ (୨୦୨୩, ଉପନ୍ୟାସ)
- ଅନନ୍ୟ ସୃଷ୍ଟି କାନାଡ଼ା
- ପ୍ରବନ୍ଧ ମଞ୍ଜରୀ
- ପଞ୍ଚପାଖୁଡ଼ାର ଫୁଲ
- ବିଜୟୀ (ଉପନ୍ୟାସ)
- ଅଧିକାର (ଉପନ୍ୟାସ)
- ସେଇ ପାହାଡ଼ ତଳେ (ଉପନ୍ୟାସ)
- ମୂଲ୍ୟବୋଧର ସନ୍ଧାନ (ଆତ୍ମଜୀବନୀ)
- ପ୍ରବନ୍ଧ ମଞ୍ଜୁଷା
- ପ୍ରବନ୍ଧ ମଞ୍ଜୁଳ
- ସାଧନାର ପ୍ରତୀକ ଗାନ୍ଧି
- ବସୁନ୍ଧରାର କୋହ (ଉପନ୍ୟାସ)
- ରକ୍ତତୀର୍ଥ (ଉପନ୍ୟାସ)
ପୁରସ୍କାର
ସମ୍ପାଦନା- ୨୦୧୩ ଓଡ଼ିଶା ସାହିତ୍ୟ ଏକାଦେମୀ ପୁରସ୍କାର ଅନନ୍ୟ ସୃଷ୍ଟି କାନାଡ଼ା ପାଇଁ
ଆଧାର
ସମ୍ପାଦନା- ↑ https://yadunewsnation.in/nation/34038/
- ↑ http://odishasahityaakademi.org/English/sahitya-award13.php
- ↑ ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୨୪୪. ISBN 81-7586-097-9.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୪୯୫.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୭୫୭. ISBN 81-7400-331-2.