ରାଷ୍ଟ୍ରକୁଟ ରାଜବଂଶ

ରାଷ୍ଟ୍ରକୁଟ ରାଜବଂଶ (କନ୍ନଡ଼: ರಾಷ್ಟ್ರಕೂಟ) ଦକ୍ଷିଣ ଭାରତ, ମଧ୍ୟ ଭାରତ ଓ ଉତ୍ତର ଭାରତର ବଡ଼ ଭୂ-ଭାଗରେ ଶାସନ କରିଥିବା ରାଜବଂଶ ଥିଲା ।

ମାନ୍ୟକ୍ଷେତର ରାଷ୍ଟ୍ରକୁଟ ରାଜବଂଶ

ರಾಷ್ಟ್ರಕೂಟ
753–982
  ରାଷ୍ଟ୍ରକୁଟ ସାମ୍ରାଜ୍ୟର ସୀମା , 800-915 ଇଂ
  ରାଷ୍ଟ୍ରକୁଟ ସାମ୍ରାଜ୍ୟର ସୀମା , 800-915 ଇଂ
Statusସାମ୍ରାଜ୍ୟ
ରାଜଧାନୀମାନ୍ୟଖେତ
ସାଧାରଣ ଭାଷାକନ୍ନଡ଼
ସଂସ୍କୃତ
ଧର୍ମ
ହିନ୍ଦୁ
ଜୈନ ଧର୍ମ
ବୌଦ୍ଧ ଧର୍ମ
Governmentରାଜତନ୍ତ୍ର
ମହାରାଜା 
• 735–756
ଦନ୍ତୀ ଦୁର୍ଗ (ପ୍ରଥମ)
• 973–982
ଇନ୍ଦ୍ର ଚତୁର୍ଥୀ (ଅନ୍ତିମ)
History 
• ପ୍ରାରମ୍ଭିକ ରାଷ୍ଟ୍ରକୁଟ
753
• Established
753
• Disestablished
982
Preceded by
Succeeded by
ଚାଳୁକ୍ୟ
ପଶ୍ଚିମ ଚାଳୁକ୍ୟ ରାଜବଂଶ

ଇତିହାସ

ସମ୍ପାଦନା

ରାଷ୍ଟ୍ରକୁଟ ରାଜବଂଶର ଶାସନ କାଳ ପାଖାପାଖି ଷଷ୍ଠ-ତେର ବିଂ ଶତାବ୍ଦୀର ମଧ୍ୟବର୍ତ୍ତୀ ଥିଲା । ସେହି କାଳରେ ସେମାନେ ପରସ୍ପର ଘନିଷ୍ଠ ପରନ୍ତୁ ସ୍ୱତନ୍ତ୍ର ଜାତୀ ରୂପେ ଶାସନ କରିଥିଲେ । ସେମାନଙ୍କ ଜ୍ଞାତ ପ୍ରାଚୀନତମ ଶୀଳା ଲେଖରେ ସପ୍ତମ ଶତାବ୍ଦୀର "ରାଷ୍ଟ୍ରକୁଟ" ତାମ୍ରପତ୍ର ମୁଖ୍ୟ ଅଟେ , ଯେଉଁଥିରେ ଉଲ୍ଲେଖ ହୋଇଛି ଯେ, "ମାଲବା ପ୍ରାନ୍ତ"ର ମାନପୁରରେ ତାଙ୍କର ସାମ୍ରାଜ୍ୟ ଥିଲା (ଯାହା ଆଜି ମଧ୍ୟପ୍ରଦେଶ ରାଜ୍ୟରେ ସ୍ଥିତ); ସେହି କାଳର ଅନ୍ୟ "ରାଷ୍ଟ୍ରକୁଟ" ଜାତୀମାନଙ୍କ ମଧ୍ୟରେ "ଅଚଳ ପୁର" (ଯାହା ଆଧୁନିକ ସମୟରେ ମହାରାଷ୍ଟ୍ରରେ ସ୍ଥିତ)ର ଶାସକ ତଥା "କନ୍ନୌଜ"ର ଶାସକମାନେ ମଧ୍ୟ ସାମିଲ ଥିଲେ । ତାଙ୍କର ମୂଳ ସ୍ଥାନ ତଥା ମୂଳ ବାବଦରେ ବହୁ ଭ୍ରାନ୍ତ ଧାରଣା ପ୍ରଚଳିତ ହୋଇଥିଲା । ଅଚଳ ପୁରରେ ଶାସନ କରୁଥିବା "ରାଷ୍ଟ୍ରକୁଟ" ବାଦାମୀ ଚାଳୁକ୍ୟଙ୍କର ଉପନିବେଶ ରୂପେ ସ୍ଥାପିତ ହୋଇଥଲେ କିନ୍ତୁ "ଦାନ୍ତିଦୁର୍ଗ"ର ନେତୃତ୍ତ୍ୱରେ ସେମାନେ ଚାଳୁକ୍ୟ ଶାସକ "କୀର୍ତ୍ତୀବର୍ମନ ଦ୍ୱିତୀୟ"ଙ୍କୁ ସେଠାରୁ ଧକ୍କା ମାରି ବିଦା କରିଦେଇଥିଲେ ତଥା ଆଧୁନିକ "କର୍ଣ୍ଣାଟକ" ପ୍ରାନ୍ତର "ଗୁଲବର୍ଗ"ଙ୍କୁ ନିଜର ମୁଖ୍ୟ ସ୍ଥାନ ରୂପେ ବନେଇଥିଲେ । ଏହି ଜାତୀବାଦରେ ମାନ୍ୟଖେତର ରାଷ୍ଟ୍ରକୁଟ ରାଜବଂଶର ନାମରେ ବିଖ୍ୟାତ ହୋଇଗଲା ; ଯାହା ଦକ୍ଷିଣ ଭାରତରେ ୭୫୩ ବିସିରେ ଆସିଥିଲା । ଏହି ସମୟରେ ବଙ୍ଗଳାର "ପାଳ ସାମ୍ରାଜ୍ୟ" ଓ ଗୁଜରାଟର "ପ୍ରତିହାର ସାମ୍ରାଜ୍ୟ" ଭାରତୀୟ ଉପ-ମହାଦ୍ବୀପର ପୂର୍ବ ଓ ଉତ୍ତର-ପଶ୍ଚିମ ଭୂ-ଭାଗରେ ଅତ୍ୟନ୍ତ ତୀବ୍ର ଗତିରେ ଆସିଥିଲା ।[][][]

ଅଷ୍ଟମରୁ ଦଶମ ଶତାବ୍ଦୀର ମଧ୍ୟ କାଳରେ ଗଙ୍ଗାର ଉର୍ବର ବାହ୍ୟ ଭାଗରେସ୍ଥିତ "କନ୍ନୌଜ ରାଜ୍ୟ"ରେ ନିୟନ୍ତ୍ରଣ ହେତୁ ଏକ ତ୍ରି-ଦଳୀୟ ସଂଘର୍ଷ ଚାଲୁଥିଲା, ସେହି ସମୟରେ "କନ୍ନୌଜ" ଉତ୍ତର ଭାରତର ମୁଖ୍ୟ ଅଧିକାର ରୂପେ ସ୍ଥାପିତ ଥିଲା । ପ୍ରତ୍ୟେକ ସାମ୍ରାଜ୍ୟକୁ ସେଥିରେ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ । ମାନ୍ୟକ୍ଷେତର ରାଷ୍ଟ୍ରକୁଟ ଅଧିକାରର ଉଚ୍ଚତମ ଶିଖରରେ ତାଙ୍କ ସାମ୍ରାଜ୍ୟ ଉତ୍ତର ଆଡ଼କୁ ଗଙ୍ଗା ଓ ଯମୁନା ନଦୀରୁ ଦକ୍ଷିଣରେ କନ୍ୟାକୁମାରୀ ପର୍ଯ୍ୟନ୍ତ ଥିଲା । ଏହା ତାଙ୍କ ରାଜନୈତିକ ବିସ୍ତାର, ବସ୍ତୁକଳା ଉପଲବ୍ଧି ଓ ସାହିତ୍ୟିକ ଯୋଗଦାନର କାଳ ଥିଲା । ଏହି ରାଜବଂଶର ପ୍ରାରମ୍ଭିକ ଶାସକ ହିନ୍ଦୁ ଧର୍ମର ଅନୁଯାୟୀ ଥିଲା, ପରନ୍ତୁ ପରେ ଏହି ରାଜବଂଶ ଜୈନ ଧର୍ମର ପ୍ରଭାବରେ ଆସି ଯାଇଥିଲା । [][][][][][][୧୦][୧୧][୧୨]

ପ୍ରଶାସନ

ସମ୍ପାଦନା

ରାଷ୍ଟ୍ରକୁଟ ରାଜବଂଶ ସମ୍ଭବତଃ ମୂଳ ରୂପେ ଦ୍ରାବିଡ଼ କୃଷକ ସମ୍ପ୍ରଦାୟର ଥିଲେ , ଯେଉଁମାନେ ଲାତତାପୁର (ଲାତୁର, ଉସମାନବାଦର ନିକଟ) ପ୍ରତାପୀ ପରିବାରର ଥିଲେ । ସେମାନେ କନ୍ନଡ଼ ଭାଷା କହୁଥିଲେ । ନିଜ ଶତ୍ରୁ ଚାଳୁକ୍ୟ ବଂଶକୁ ପରାଜିତ କରିଥିବା ରାଷ୍ଟ୍ରକୁଟ ବଂଶର ଶାସନ କାଳରେ ହିଁ ଡକ୍କନ ସାମ୍ରାଜ୍ୟ ଭାରତର ଦ୍ୱିତୀୟ ବଡ଼ ରାଜନୈତିକ ଗୋଷ୍ଠୀ ହୋଇଗଲା , ଯାହା ମାଲବାରୁ କାଞ୍ଚି ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା ।[୧୩][୧୪]

କଳା ଓ ସଂସ୍କୃତି

ସମ୍ପାଦନା

ବହୁ ରାଷ୍ଟ୍ରକୁଟ ରାଜବଂଶର ରାଜା ଅଧ୍ୟୟନ ଓ କଳା ପ୍ରତି ସମର୍ପିତ ଥିଲେ । ଅନ୍ୟ ରାଜା, "କୃଷ୍ଣ ପ୍ରଥମ" (ପାଖାପାଖି 756ରୁ 773) ଏଲୋରାରେ ଚଟ୍ଟାଣକୁ କାଟି କୈଳାସ ମନ୍ଦିର ତିଆରି କରିଥିଲେ । ଏହି ରାଜବଂଶର ପ୍ରସିଦ୍ଧ ଶାସକ "ଅମୋଘବର୍ଷ ପ୍ରଥମ" , ଯିଏ ପାଖାପାଖି 814ରୁ 878 ପର୍ଯ୍ୟନ୍ତ ଶାସନ କରିଥିଲେ, ସବୁଠାରୁ ପୁରୁଣା ଜ୍ଞାତ କନ୍ନଡ଼ କବିତା "କବିରାଜ ମାର୍ଗ"ର କିଛି ଖଣ୍ଡର ରଚନା କରିଥିଲେ । ସେମାନଙ୍କ ଶାସନ କାଳରେ ଜୈନ ଧର୍ମ ଗଣିତଜ୍ଞ ଓ ବିଦ୍ୱାନମାନେ କନ୍ନଡ଼ ଏବଂ ସଂସ୍କୃତ ଭାଷାର ସାହିତ୍ୟରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଅନ୍ୟ ମହତ୍ତ୍ୱପୂର୍ଣ୍ଣ ଯୋଗଦାନରେ ମହାରାଷ୍ଟ୍ରରେସ୍ଥିତ "ଏଲୀଫେଣ୍ଟ ଗୁମ୍ଫା"ର ମୂର୍ତିକଳା ତଥା କର୍ଣ୍ଣାଟକରେସ୍ଥିତ କାଶୀ ବିଶ୍ୱନାଥ ଓ ଜୈନ ମନ୍ଦିର ଆଦିରେ ଆସିଥାଏ । ଏହି ସବୁ ମନ୍ଦିର ୟୁନେସ୍କୋର ବୋଲ୍ଡ ହେରିଟେଜ ସ୍ଥାନରେ ସାମିଲ ରହିଛି ।[୧୫]

ରାଜବଂଶର ପତନ

ସମ୍ପାଦନା

ଖୋଟ୍ଟିମ ଅମୋଘବର୍ଷ ଚତୁର୍ଥ (968-972) ନିଜ ରାଜଧାନୀର ରକ୍ଷା କରିବାରେ ବିଫଳ ରହିଥିଲେ । ସମ୍ରାଟ ସ୍ଥାନ ପରିତ୍ୟାଗ କରି ପଶ୍ଚିମ ଘାଟକୁ ଚାଲିଗଲେ, ଯେଉଁଠାରେ ତାଙ୍କ ବଂଶଜ ସାହସୀ ଗଙ୍ଗ ଓ କଦମ୍ବ ବଂଶର ସହଯୋଗଦ୍ୱାରା ଅଜଣା ଜୀବନ ବ୍ୟତୀତ କରୁଥିଲେ , ଯେ ପର୍ଯ୍ୟନ୍ତ ତୈଳପ ପ୍ରଥମ ଚାଳୁକ୍ୟ ପାଖାପାଖି 975ରେ ସଂଘର୍ଷରେ ବିଜୟ ପ୍ରାପ୍ତ କରିନାହାନ୍ତି ।[୧୬][୧୭][୧୮]

  1. Altekar (1934), pp1–32
  2. ବିଶ୍ୱେଶ୍ୱର ନାଥ ରେଊ (1933), pp6–9, pp47–53
  3. Kamath (2001), p72
  4. A Kannada dynasty was created in Berar under the rule of Badami Chalukyas (Altekar 1934, p21–26)
  5. Kamath 2001, p72–3
  6. A.C. Burnell in Pandit Reu (1933), p4
  7. Hultzsch and Reu in Reu (1933), p2, p4
  8. Kamath (2001), p73
  9. Pollock 2006, p332
  10. Houben(1996), p215
  11. Altekar (1934), p411–3
  12. Dalby (1998), p300
  13. whose main responsibility was to draft and maintain inscriptions or Shasanas as would an archivist. (Altekar in Kamath (2001), p85
  14. Kamath (2001), p86
  15. Altekar (1934), p242
  16. Altekar (1934), p370–371
  17. From the Davangere inscription of Santivarma of Banavasi-12000 province (Altekar 1934, p234
  18. Altekar (1934), p222