ରାମରାୟ ମୁଣ୍ଡା
ରାମରାୟ ମୁଣ୍ଡା (ଜନ୍ମ: ୮ ଜୁଲାଇ ୧୯୩୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ରାମରାୟ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ରାମରାୟ ମୁଣ୍ଡା | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ରାଜ ବଲ୍ଲଭ ମିଶ୍ର |
ପର ଅଧିକାରୀ | ମହେଶ୍ୱର ମାଝି |
ନିର୍ବାଚନ ମଣ୍ଡଳୀ | ପାଟଣା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୮ ଜୁଲାଇ ୧୯୩୮ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ରୁକ୍ମଣୀ ଦେବୀ |
ସନ୍ତାନ | ୧ ଝିଅ |
ବାପା/ବୋଉ | ମାଙ୍ଗତା ମୁଣ୍ଡା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ଶିକ୍ଷା ଓ ପରିବାର
ସମ୍ପାଦନାରାମରାୟ ମୁଣ୍ଡା ୧୯୩୮ ମସିହାର ଜୁଲାଇ ମାସ ୮ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ମାଙ୍ଗତା ମୁଣ୍ଡା ।[୧] ରାମରାୟଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ଇଣ୍ଟରମିଡିଏଟ୍ ।[୧] ତାଙ୍କ ପତ୍ନୀଙ୍କ ନାମ ରୁକ୍ମଣୀ ଦେବୀ ।[୧]
ରାଜନୈତିକ ଜୀବନ
ସମ୍ପାଦନାରାମରାୟ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୧]
୧୯୬୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ରାମରାୟ ମୁଣ୍ଡା ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବରେ ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫,୧୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ପଦ୍ମଲୋଚନ ସିଂହଙ୍କୁ ୯୬୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୧୯୬୭ ମସିହାରୁ ୧୯୭୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।