ରାମବାଗ ପ୍ୟାଲେସ
ରାମବାଗ ପ୍ୟାଲେସ , ଭାରତୀୟ ରାଜ୍ୟ ରାଜସ୍ଥାନର ରାଜଧାନୀ ଜୟପୁରରେ ଅବସ୍ଥିତ ଏକ ହୋଟେଲ । ଏହା ପୂର୍ବତନ ମହାରାଜାଙ୍କ ବାସଗୃହ ଥିଲା ଓ ବର୍ତ୍ତମାନ ଏହା ଏକ ହୋଟେଲରେ ରୂପାନ୍ତରିତ ହୋଇଛି । ଜୟପୁର ସହର ସୀମାବର୍ତ୍ତୀ ପ୍ରାଚୀରରୁ ଭବାନୀ ସିଂହ ରାସ୍ତାରେ ୮ କିଲୋମିଟର ଦୂରରେ ଏହା ଅବସ୍ଥିତ ।
ରାମବାଗ ପ୍ୟାଲେସ | |
---|---|
General information | |
Architectural style | ରାଜପୁତ ବାସ୍ତୁକଳା, ଭାରତୀୟ-ଆରବୀୟ ବାସ୍ତୁକଳା |
ସହର | ଜୟପୁର |
ଦେଶ | ଭାରତ |
Design and construction | |
Owner | ଜୟପୁର ରାଜପରିବାର / ତାଜ ହୋଟେଲ |
ଶିଳ୍ପୀ | ସାର ସାମୁଏଲ ସ୍ୱିଣ୍ଟନ ଜାକବ |
ଇତିହାସ
ସମ୍ପାଦନା୧୮୩୫ ମସିହାରେ ଏହାକୁ ରାଜପୁତ୍ର ରାମ ସିଂହ ଦ୍ୱିତୀୟଙ୍କ ତତ୍ତ୍ୱାବଧାରକ ନର୍ସଙ୍କ ପାଇଁ ଗାର୍ଡେନ ହାଉସ ଭାବରେ ନିର୍ମାଣ କରାଯାଇଥିଲା । ୧୮୮୭ ମସିହାରେ ମହାରାଜା ଠାକୁର ସାବାଇ ମାନସିଂହଙ୍କ ରାଜତ୍ୱ ସମୟରେ [୧]ଏହାକୁ ଏକ ରାଜକୀୟ ଶିକାର ଆବାସ ସ୍ଥଳରେ ପରିଣତ କରାଯାଇଥିଲା । ବିଂଶ ଶତାବ୍ଦୀର ପ୍ରାରମ୍ଭ କାଳରେ ଏହା ନିକଟରେ ଘଞ୍ଚ ଅରଣ୍ୟ ରହିଥିଲା । ସେତେବେଳେ ସାର ସାମୁଏଲ ସ୍ୱିଣ୍ଟନ ଜାକବଙ୍କ[୨] ନକ୍ସା ଅନୁଯାୟୀ ଏହାକୁ ଏକ ରାଜମହଳ ଭାବରେ ବିସ୍ତାର କରାଯାଇଥିଲା । ମହାରାଜା ସାବାଇ ମାନସିଂହ ଦ୍ୱିତୀୟ ଏହାକୁ ତାଙ୍କର ମୁଖ୍ୟ ବାସଗୃହ କରିଥିଲେ ଓ ୧୯୩୧[୩] ରେ ଏହାର ପରିବର୍ଦ୍ଧନ କରିଥିଲେ । ଭାରତ ସ୍ୱାଧୀନ ହେଲା ପରେ ରାଜତନ୍ତ୍ରର ବିଲୋପ କରାଗଲା । ଏହାକୁ ଏକ ସରକାରୀ ଭବନ ରୂପେ ବ୍ୟବହାର କରାଗଲା । ୧୯୫୦ ମସିହା ବେଳକୁ ପୂର୍ବତନ ରାଜପରିବାର ଏହି ମହଲ ତଥା ଏଠାରେ ଥିବା ୪୭ ଏକର ସ୍ଥାନରେ ଥିବା ବଗିଚାର ରକ୍ଷଣା ବେକ୍ଷଣ ଅତ୍ୟନ୍ତ ବ୍ୟୟବହୁଳ ହେଇଯିବାରୁ ୧୯୫୭ରେ ସେମାନେ ଏହାକୁ ଏକ ବିଳାସପୂର୍ଣ ହୋଟେଲରେ ପରିଣତ କଲେ ।
ପୁରସ୍କାର
ସମ୍ପାଦନା- କୋଣ୍ଡେ ନାଷ୍ଟ ପର୍ଯ୍ୟଟନ ମେଗାଜିନଦ୍ୱାରା ଏହାକୁ ୨୦୦୯ ମସିହାରେ ବିଶ୍ୱର ଶ୍ରେଷ୍ଠ ହୋଟେଲ ଭାବରେ ପୁରସ୍କୃତ ହେଇଥିଲା ।
- ଅନ୍ଲାଇନ୍ ଯାତ୍ରା ଯୋଗାଣ ସଂସ୍ଥା ‘ଟ୍ରିପ୍ ଆଡଭାଇଜର’ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ଭିତ୍ତିରେ ରାମବାଗ ପ୍ୟାଲେସ ବିଶ୍ବର ସର୍ବଶ୍ରେଷ୍ଠ ହୋଟେଲ ଭାବରେ‘ଯାତ୍ରୀ ପସନ୍ଦ ସମ୍ମାନ-୨୦୨୩’ ଲାଭ କରିଥିଲା ।[୪]
ଆଧାର
ସମ୍ପାଦନା- ↑ Crump, Page 144.
- ↑ Michell, in 1925, page 42
- ↑ Crites, page 41
- ↑ "ଭାରତରେ ବିଶ୍ବର ଶ୍ରେଷ୍ଠ ହୋଟେଲ, ରହଣି ଖର୍ଚ୍ଚ ୧୦ ଲକ୍ଷ!". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 31 May 2023. Retrieved 31 May 2023.
ଆଧାର ସବୁ
ସମ୍ପାଦନା- Crump, Vivien; Toh, Irene (1996). Rajasthan (hardback). London: Everyman Guides. pp. 400 pages. ISBN 1-85715-887-3.
- Crites, Mitchell Shelby; Nanji, Ameeta (2007). India Sublime – Princely Palace Hotels of Rajasthan (hardback). New York: Rizzoli. pp. 272 pages. ISBN 978-0-8478-2979-8.
- Badhwar, Inderjit; Leong, Susan (2006). India Chic. Singapore: Bolding Books. p. 240. ISBN 981-4155-57-8.
- Michell, George, Martinelli, Antonio (2005). The Palaces of Rajasthan. London: Frances Lincoln. pp. 271 pages. ISBN 978-0-7112-2505-3.
{{cite book}}
: CS1 maint: multiple names: authors list (link) CS1 maint: Multiple names: authors list (link) - William Warren; Jill Gocher (2007). Asia's Legendary Hotels: The Romance of Travel (hardback). Singapore: Periplus Editions. ISBN 978-0-7946-0174-4.