ରାମଚନ୍ଦ୍ର ପ୍ରହରାଜ
ଓଡ଼ିଆ ରାଜନୀତିଜ୍ଞ
ରାମଚନ୍ଦ୍ର ପ୍ରହରାଜ (୧୯ ଅପ୍ରେଲ ୧୯୨୦ - ୪ ମାର୍ଚ୍ଚ ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ରାମଚନ୍ଦ୍ର ପ୍ରହରାଜ | |
---|---|
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୩ | |
ନିର୍ବାଚନ ମଣ୍ଡଳୀ | ବାଣପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୯ ଅପ୍ରେଲ ୧୯୨୦ |
ମୃତ୍ୟୁ | ୪ ମାର୍ଚ୍ଚ ୧୯୯୯ | (ବୟସ ୭୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ଚଞ୍ଚଳା ଦେବୀ |
ବାପା/ବୋଉ | ଗଙ୍ଗାଧର ପ୍ରହରାଜ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାରାମଚନ୍ଦ୍ର ପ୍ରହରାଜ ୧୯୨୦ ମସିହାର ଅପ୍ରେଲ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗଙ୍ଗାଧର ପ୍ରହରାଜ ଓ ପତ୍ନୀଙ୍କ ନାମ ଚଞ୍ଚଳା ଦେବୀ ।[୧]
ରାଜନୈତିକ ଜୀବନ
ସମ୍ପାଦନାରାମଚନ୍ଦ୍ର ପ୍ରହରାଜ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାରାମଚନ୍ଦ୍ର ପ୍ରହରାଜ ୧୯୯୯ ମସିହାର ମାର୍ଚ୍ଚ ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Ramachandra Praharaj". odishaassembly.nic.in. Odisha Assembly. Retrieved 9 October 2022.