ରାଜ୍ ବ୍ରାର୍
ଭାରତୀୟ କଣ୍ଠଶିଳ୍ପୀ, ଅଭିନେତା, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ
ରାଜ୍ ବ୍ରାର୍ (୩ ଜାନୁଆରୀ ୧୯୭୨ - ୩୧ ଡିସେମ୍ବର ୨୦୧୬) ଜଣେ ଭାରତୀୟ ଗାୟକ, ଅଭିନେତା, ଗୀତିକାର ଏବଂ ସଙ୍ଗୀତ ନିର୍ଦ୍ଦେଶକ ଥିଲେ, ଯିଏକି ପଞ୍ଜାବୀ କଥାଚିତ୍ର ଜଗତରେ କାମ କରୁଥିଲେ । ୨୦୦୮ ମସିହାରେ ମୁକ୍ତିଲାଭ କରିଥିବା ଆଲବମ୍ ରିବାର୍ଥ ପାଇଁ ସେ ଜଣାଶୁଣା ଥିଲେ । ସେ ୨୦୧୦ ମସିହାରେ ଜବାନୀ ଜିନ୍ଦବାଦ୍ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ ଏବଂ ତାଙ୍କ ମୃତ୍ୟୁ ପୂର୍ବରୁ ଶେଷ ଚଳଚ୍ଚିତ୍ର ଆମ୍ ଆଦମୀର ସୁଟିଂ ଶେଷ କରିଥିଲେ, ଯାହାକି ୨୦୧୮ ମସିହାରେ ମୁକ୍ତିଲାଭ କରିଥିଲା । ୨୦୧୬ ମସିହାର ଡିସେମ୍ବର ୩୧ ତାରିଖରେ ୪୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[୧][୨]
ରାଜ୍ ବ୍ରାର୍ | |
---|---|
Background information | |
ଜନ୍ମ | ମାଲକେ, ମୋଗା ଜିଲ୍ଲା, ପଞ୍ଜାବ, ଭାରତ | ୩ ଜାନୁଆରୀ ୧୯୭୨
ମୃତ୍ୟୁ | ୩୧ ଡିସେମ୍ବର ୨୦୧୬ ଚଣ୍ଡିଗଡ଼, ଭାରତ | (ବୟସ ୪୪)
ଶୈଳୀ | ପଞ୍ଜାବୀ ଗୀତ |
ପେଷା | କଣ୍ଠଶିଳ୍ପୀ, ଅଭିନେତା, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ |
କାର୍ଯ୍ୟକାଳ | ୧୯୯୦–୨୦୧୬ |
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | ଶୀର୍ଷ | ଭୂମିକା | ନିର୍ଦ୍ଦେଶକ | ଭାଷା |
---|---|---|---|---|
୨୦୧୦ | ଜବାନୀ ଜିନ୍ଦାବାଦ୍ | ରାଜ୍ | ହରିନ୍ଦର ଗିଲ୍ | ପଞ୍ଜାବୀ |
୨୦୧୩ | ଜାଟ୍ ଇନ୍ ମୁଡ୍ | ରାଜ୍ | ସୁଖଜିନ୍ଦର ସିଂହ | ପଞ୍ଜାବୀ |
୨୦୧୪ | ପୋଲିସ୍ ଇନ୍ ପୋଲିଉଡ୍ | ସୁନୀତା ଧୀର୍ | ପଞ୍ଜାବୀ | |
୨୦୧୮ | ଆମ୍ ଆଦମୀ | ରାଜ ବ୍ରାର୍ | ଜଗତର ଉତ୍ତମ | ପଞ୍ଜାବୀ |
ବିଶେଷ ଟିପ୍ପଣୀ
ସମ୍ପାଦନାତାଙ୍କର ମୃତ୍ୟୁ ପରେ ଅନେକ ଗୀତ ମୁକ୍ତିଲାଭ ନହୋଇ ରହିଯାଇଥିଲା, ତେଣୁ ବଣ୍ଟି ବୈନ୍ସ୍ ଏବଂ ତାଙ୍କ ଝିଅ ଶ୍ୱେତାଜ ବ୍ରାର୍ ଏହି ଗୀତିଗୁଡ଼ିକୁ ଲୋକଲୋଚନକୁ ଆଣିବାର ନିଷ୍ପତ୍ତି ନେଇଥିଲେ ।[୩] ଏହି ଗୀତିଗୁଡ଼ିକ ମଧ୍ୟରୁ ଚଣ୍ଡିଗଡ଼ ଡ୍ରପ୍ଆଉଟ୍ ଜୁଲାଇ ୨୦୨୧ରେ ମୁକ୍ତିଲାଭ କରିଥିଲା ।[୪]
ଆଧାର
ସମ୍ପାଦନା- ↑ "Punjabi lyricist-actor Raj Brar no more". The Indian Express. 1 January 2017. Retrieved 1 January 2017.
- ↑ "Punjabi singer-actor Raj Brar dies at 44". The Tribune. 1 January 2017. Archived from the original on 1 January 2017. Retrieved 1 January 2017.
- ↑ "Bunty Bains Reveals That Raj Brar's Unreleased Songs Are Ready To Be Released". Kiddaan (in ଆମେରିକୀୟ ଇଂରାଜୀ). 2021-05-20. Retrieved 2021-07-10.
- ↑ "Chandigarh Dropouts: Sweetaj To Release Raj Brar's First Of Many Unreleased Songs Soon". Kiddaan (in ଆମେରିକୀୟ ଇଂରାଜୀ). 2021-07-10. Retrieved 2021-07-10.