ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର
ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ( ଜନ୍ମ : ୨୦ ଅପ୍ରେଲ ୧୯୬୦) ଜଣେ ଓଡ଼ିଆ ସାହିତ୍ୟିକ ।[୧] ବୃତ୍ତିରେ ସେ ଜଣେ ବ୍ୟାଙ୍କ ଅଧିକାରୀ ଭାବରେ କାର୍ଯ୍ୟକରି ଅବସର ଗ୍ରହଣ କରିସାରିଛନ୍ତି । ଉଭୟ ଗଳ୍ପ ଓ ଉପନ୍ୟାସ ଲେଖୁଥିବା ରାଜ୍ୟବର୍ଦ୍ଧନ ଗୋକର୍ଣ୍ଣିକା ସାରସ୍ୱତ ସମ୍ମାନ ଓ ତୀର ତରଙ୍ଗ ସମ୍ମାନ ଆଦି ଅନେକ ପୁରସ୍କାର ଲାଭ କରିଛନ୍ତି ।
ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | କଣ୍ଟିପୁର,ବିଞ୍ଝାରପୁର, ଯାଜପୁର | ୨୭ ଅକ୍ଟୋବର ୧୯୫୪
ବୃତ୍ତି | ବ୍ୟାଙ୍କ ଅଧିକାରୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ବ୍ୟକ୍ତିଗତ ଜୀବନ
ସମ୍ପାଦନାରାଜ୍ୟବର୍ଦ୍ଧନ, ୧୯୬୦ ମସିହାରେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ଅନ୍ତର୍ଗତ କଣ୍ଟିପୁରଠାରେ ଜନ୍ମଗ୍ରହଣ କରିଥିଲେ । ୧୯୮୩ ମସିହାରେ ସେ ଅଧ୍ୟାପନାକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ୧୯୮୬ ମସିହାରେ ବ୍ୟାଙ୍କ ଚାକିରୀରେ ଯୋଗଦେଇ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଆଞ୍ଚଳିକ ପ୍ରବନ୍ଧକ ପଦରେ ଥାଇ ଅବସର ଗ୍ରହଣ କରିଥିଲେ ।[୨]
ସାହିତ୍ୟକ ଜୀବନ
ସମ୍ପାଦନା୧୯୭୮ ମସିହାରେ ରାଜ୍ୟବର୍ଦ୍ଧନଙ୍କର ପ୍ରଥମ ଗପ ଚକାଡ଼ୋଳାଙ୍କୁ ଗୁହାରି ସେ ସହ-ସମ୍ପାଦକ ଥିବା ପତ୍ରିକା ସ୍ୱାକ୍ଷରରେ ପ୍ରକାଶ ପାଇଥିଲା । କିନ୍ତୁ ଏହା ଛଦ୍ମନାମରେ ପ୍ରକାଶ ପାଇଥିଲା । ଗୋଟିଏ ଗୋଲାପ କୋଟିଏ କଣ୍ଟା ତାଙ୍କ ନାମ ଥାଇ ପ୍ରକାଶ ପାଇଥିବା ପ୍ରଥମ ଗଳ୍ପ ଥିଲା । ତାଙ୍କର ପ୍ରଥମ ଗଳ୍ପ ପୁସ୍ତକ ସବୁଜପତ୍ରରେ ସୂର୍ଯ୍ୟାସ୍ତର ରଙ୍ଗ ୧୯୮୭ ମସିହାରେ ପ୍ରକାଶ ପାଇଥିଲା ।
ରଚନାବଳୀ
ସମ୍ପାଦନାଉପନ୍ୟାସ
ସମ୍ପାଦନା- ହୃଦୟରେ ସୀମାରେଖା
- ପୁଣ୍ୟ ପତିତା
- ବେଳ ଭଲ ନାହିଁ
ଗଳ୍ପ
ସମ୍ପାଦନା- ସବୁଜପତ୍ରରେ ସୂର୍ଯ୍ୟାସ୍ତର ରଙ୍ଗ - ୧୯୮୭ (ସତ୍ୟବ୍ରତ ପ୍ରେସ)
- ଦୌଡ଼ ପ୍ରତିଯୋଗିତା
- ଦୂର ନକ୍ଷତ୍ର
- ଅଥଳ ଆଶ୍ରୟ
- ବାମନବୃକ୍ଷ
- ମାଟି ଓ ଦ୍ରୋଣ
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ନିର୍ମାତା ଗଳ୍ପ ସମ୍ମାନ
- ତୀର ତରଙ୍ଗ ସମ୍ମାନ
- ବ୍ରଜରାଜ ସାହିତ୍ୟ ସମ୍ମାନ
- ଗୋକର୍ଣ୍ଣିକା ସାରସ୍ୱତ ସମ୍ମାନ[୩]
ଆଧାର
ସମ୍ପାଦନା- ↑ "Reading habit has no substitute". www.dailypioneer.com. daily pioneer. Archived from the original on 6 November 2021. Retrieved 6 November 2021.
- ↑ "ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ସମ୍ମିଳନୀ : ଶାଖା ବନ୍ଦ ନିଷ୍ପତିକୁ ବିରୋଧ". www.dharitri.com. ଧରିତ୍ରୀ. Archived from the original on 6 November 2021. Retrieved 6 November 2021.
- ↑ "ସୃଜନ ଆଳାପ". No. ଧରିତ୍ରୀ ସାହିତ୍ୟାୟନ ୪-୧୭ ନଭେମ୍ବର ୨୦୨୧. ଧରିତ୍ରୀ. p. ୩. Archived from the original on 6 November 2021. Retrieved 6 November 2021.