ରାଇକିଆ
ରାଇକିଆ, ଭାରତୀୟ ରାଜ୍ୟ ଓଡ଼ିଶାର କନ୍ଧମାଳ ଜିଲାର ଏକ ସହର ।[୧] ଏହାକୁ କନ୍ଧମାଳ ଜିଲ୍ଲାର ବାଣିଜ୍ୟିକ କେନ୍ଦ୍ର କୁହାଯାଏ ।
ରାଇକିଆ | |
---|---|
Country | India |
State | Odisha |
District | Kandhamal |
Elevation | 485 m (1,591 ft) |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | OD-12 |
Website | odisha |
ଭୌଗୋଳିକ ଅବସ୍ଥିତି
ସମ୍ପାଦନାଏହାର ଭୌଗୋଳିକ ଅବସ୍ଥିତି : 20.47°N 84.23°Eଠାରେ ଓ ଏହା ସମୁଦ୍ରପତ୍ତନଠାରୁ ୪୮୫ ମିଟର ଉପରେ ରହିଛି । ଏହା ରାଜପଥଦ୍ୱାରା ଅନ୍ୟାନ୍ୟ ସହରମାନଙ୍କ ସହ ସଂଯୁକ୍ତ । ଏହାର ନିକଟତମ ରେଳ ଷ୍ଟେସନ ରେଢାଖୋଲଠାରେ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ।
ପର୍ଯ୍ୟଟକ ଆକର୍ଷଣ
ସମ୍ପାଦନାଅତ୍ୟନ୍ତ ଉଚ୍ଚ ପତ୍ତନରେ ଥିବା ଏହି ଅଞ୍ଚଳରେ ଘଞ୍ଚ ଅରଣ୍ୟ ଓ ପାହାଡରେ ଭରା ସବୁଜିମା ରହିଛି । ଏହା ନିକଟରେ କିଛି କ୍ଷୁଦ୍ର ଓ ବୃହତ ଜଳପ୍ରପାତ ମଧ୍ୟ ରହିଛି । ସେଥି ମଧ୍ୟରୁ ମୋଡାସୁର କୁଟି ଅନନ୍ୟତମ । ଏହା ରାଇକିଆ ଅଞ୍ଚଳରୁ 18 କିଲୋମିଟର ଦୂରରେ ଅବସ୍ଥିତ ଓ ଏହା ଏକ ପିକ୍ନିକ ସ୍ଥଳୀ ଭାବରେ ଅଞ୍ଚଳରେ ପ୍ରସିଦ୍ଧ । ଏଠାରେ ବନ୍ୟା ଜନ୍ତୁ ଓ ପକ୍ଷୀ ମାନଙ୍କ ମଧ୍ୟ ସମାଗମ ରହିଥାଏ ।
ଶିକ୍ଷା
ସମ୍ପାଦନାସହରରେ ଏକ ଡିଗ୍ରୀ ମହାବିଦ୍ୟାଳୟ ସହ ବାଳକ ହାଇସ୍କୁଲ, ବାଳିକା ହାଇସ୍କୁଲ ଓ ଇଂରାଜୀ ମିଡିଆମ ସ୍କୁଲ ସମୂହ ରହିଛି । ଏଠାରେ ସରକାରଙ୍କଦ୍ୱାରା ସ୍ଥାପିତ କନ୍ୟାଶ୍ରମ ମଧ୍ୟ ରହିଛି ।
ଜନସଂଖ୍ୟା
ସମ୍ପାଦନାରାଇକିଆର ଜନସଂଖ୍ୟା ୨୦୧୧ ଜନଗଣନା ଅନୁସାରେ ୭୮୦୯ ରହିଥିଲା ।[୨]ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୩୬୬୦ ଥିବା ବେଳେ ମହିଳା ସଂଖ୍ୟା ୪୧୪୯ ରହିଥିଲା । ୬ ବର୍ଷରୁ କମ ସଂଖ୍ୟା ଏଠାରେ ୧୦.୮୬% ଥିଲା । ରାଇକିଆର ସାକ୍ଷ୍ୟରତା ହାର ୮୫.୨୦ ରହିଥିଲା ଯାହା ଜାତୀୟ ହାର ଓ ଓଡ଼ିଶାର ହାରଠାରୁ ଅଧିକ ।
ଆଧାର
ସମ୍ପାଦନା- ↑ "The Orissa G a z e t t e" (PDF). govtpress.odisha.gov.in. Government Press Odisha Govt. Archived from the original (PDF) on 17 August 2019. Retrieved 17 August 2019.
- ↑ http://www.census2011.co.in/data/village/417542-raikia-orissa.html