ରସିକା ଯୋଶୀ

ଭାରତୀୟ ଅଭିନେତ୍ରୀ

ରସିକା ଯୋଶୀ (୧୨ ସେପ୍ଟେମ୍ବର ୧୯୭୨ – ୭ ଜୁଲାଇ ୨୦୧୧) ଜଣେ ଭାରତୀୟ ଅଭିନେତ୍ରୀ ଥିଲେ, ଯିଏକି ମୁଖ୍ୟତଃ ମରାଠୀ ଏବଂ ହିନ୍ଦୀ କଥାଚିତ୍ର ଜଗତରେ କାମ କରୁଥିଲେ । ସେ ମରାଠୀ ଥିଏଟର ଏବଂ ଭାରତୀୟ ଦୂରଦର୍ଶନ ଜଗତରେ କାମ କରିବା ସହିତ ହନ୍ଦୀ କଥାଚିତ୍ରରେ ମରାଠୀ ବ୍ୟକ୍ତିତ୍ୱ ଅଭିନୟ ପାଇଁ ଜଣାଶୁଣା ଥିଲେ ।

ରସିକା ଯୋଶୀ
ଜନ୍ମ(1972-09-12)୧୨ ସେପ୍ଟେମ୍ବର ୧୯୭୨
ମୃତ୍ୟୁ୭ ଜୁଲାଇ ୨୦୧୧(2011-07-07) (ବୟସ ୩୮)
ମୁମ୍ବାଇ, ମହାରାଷ୍ଟ୍ର, ଭାରତ
ବୃତ୍ତି(ସମୂହ)ଅଭିନେତ୍ରୀ
ଲେଖିକା
ନିର୍ଦ୍ଦେଶିକା

ବ୍ୟକ୍ତିଗତ ଜୀବନ ସମ୍ପାଦନା

ରସିକା ୧୯୭୨ ମସିହାର ସେପ୍ଟେମ୍ବର ୧୨ ତାରିଖରେ ମୁମ୍ବାଇରେ ଏକ ମରାଠୀ ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ନିର୍ଦ୍ଦେଶକ ତଥା ଅଭିନେତା ଗିରିଶ ଯୋଶୀଙ୍କୁ ବିବାହ କରିଥିଲେ ।[୧]

ପେଷା ସମ୍ପାଦନା

ସେ ଲତା ନାଭେଦକରଙ୍କଦ୍ୱାରା ନିର୍ମିତ ମରାଠୀ ନାଟକ ଉଞ୍ଚା ମାଝା ଜୋକା ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଅବିନାଶ ମସୁରେକର ଓ ସ୍ମିତା ତଲୱାଲକରଙ୍କ ସହିତ କାମ କରିଥିଲେ । ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ନଟ୍ ଏ ଲଭ୍ ଷ୍ଟୋରୀ । ସେ ହ୍ୱାଇଟ୍ ଲିଲି ଆଣ୍ଡ୍ ନାଇଟ୍ ରାଇଡର୍ ନାଟକରେ ଲେଖିକା, ନିର୍ଦ୍ଦେଶିକା ଏବଂ ଅଭିନେତ୍ରୀ ଭାବରେ କାମ କରିଥିଲେ ।

ଅଭିନୀତ କଥାଚିତ୍ର ସମ୍ପାଦନା

ହିନ୍ଦୀ ସମ୍ପାଦନା

  • ଗାୟବ (୨୦୦୪)
  • ଏକ ହାସିନା ଥି (୨୦୦୪)
  • ବାସ୍ତୁ ଶାସ୍ତ୍ର (୨୦୦୪)
  • ଡର୍‌ନା ଜରୁରୀ ହୈ (୨୦୦୬)
  • ମାଲାମାଲ୍ ଉଇକ୍‌ଲି (୨୦୦୬)
  • ଡାର୍ଲିଂ (୨୦୦୭)
  • ଜନି ଗଦ୍ଦାର୍ (୨୦୦୭)
  • ଢୋଲ୍ (୨୦୦୭)
  • ଭୁଲ୍ ଭୁଲୈୟା (୨୦୦୭)
  • ଦେ ତାଲି (୨୦୦୮)
  • ବିଲୁ (୨୦୦୯)
  • ନଟ୍ ଏ ଲଭ୍ ଷ୍ଟୋରୀ (୨୦୧୧)

ଦୂରଦର୍ଶନ ସମ୍ପାଦନା

ପ୍ରପଞ୍ଚ (ମରାଠୀ)

ଘାଡ଼ଲେ ବିଘଡ଼ଲେ (ମରାଠୀ)

ବୁଆ ଆଲା (ମରାଠୀ)

ୟେ ଦୁନିୟା ହୈ ରଙ୍ଗୀନ (ମରାଠୀ; ୧୯୯୯)

ବନ୍ଦିନୀ (ହିନ୍ଦୀ; ୨୦୦୯-୨୦୧୧)

ମୃତ୍ୟୁ ସମ୍ପାଦନା

ଲିଉକେମିଆରେ ପୀଡ଼ିତ ହୋଇ ୨୦୧୧ ମସିହାର ଜୁଲାଇ ୭ ତାରିଖରେ ସେ ମୁମ୍ବାଇର ଏକ ନରସିଂହୋମ୍‌ରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. "चतुरस्र अभिनेत्री रसिका जोशी यांचे निधन". Lokasatta Marathi. Lokasatta. Retrieved 9 July 2011.
  2. "Rasika Joshi passes away". From Mumbai Mirror. TOI. 9 July 2011. Retrieved 9 July 2011.

ବାହାର ଆଧାର ସମ୍ପାଦନା