ରଶ୍ମି ରାଉଳ

ଓଡ଼ିଆ ଔପନ୍ୟାସିକା

ରଶ୍ମି ରାଉଳ ଜଣେ ଓଡ଼ିଆ ଔପନ୍ୟାସିକା । ସେ ୨୦୦୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କ ରଚିତ ଉପନ୍ୟାସ ଏଠି ଗୋଟେ ଗାଁ ଥିଲା ପାଇଁ ସେ ଏହି ପୁରସ୍କାର ପାଇଥିଲେ ।[୧]

ରଶ୍ମି ରାଉଳ
ଜନ୍ମ ଓ ଜନ୍ମସ୍ଥାନରଶ୍ମୀ ରାଉଳ
ବୃତ୍ତିଔପନ୍ୟାସିକା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିଏଠି ଗୋଟେ ଗାଁ ଥିଲା (ଉପନ୍ୟାସ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୪

ଶିକ୍ଷା ସମ୍ପାଦନା

ରଶ୍ମି ରାଉଳ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିଲେ । ପଢ଼ା ସରିବା ପରେ ସେ ସରକାରୀ ଚାକିରିଆ ରୂପେ କାର୍ଯ୍ୟ କରୁଛନ୍ତି ।

ସାହିତ୍ୟକୃତି ସମ୍ପାଦନା

ରଶ୍ମି ରାଉଳଙ୍କର ଉପନ୍ୟାସ ଗୋଟିଏ ଭଲ ଦିନ ୧୯୯୯ ମସିହାରେ ଭୁବନେଶ୍ୱରର ଅପୂର୍ବା ପ୍ରକାଶନଦ୍ୱାରା ପ୍ରକାଶିତ ହୋଇଥିଲା ।[୨] ଏହାପରେ ୨୦୦୨ ମସିହାରେ ଭୁବନେଶ୍ୱରର ବିରୂପା ପବ୍ଲିକେଶନଦ୍ୱାରା ପ୍ରକାଶିତ ହୋଇଥିଲା ଚେନାଏ ଆକାଶ ପାଇଁ ଓ ଅପୂର୍ବା ପ୍ରକାଶନଦ୍ୱାରା ପ୍ରକାଶିତ ହୋଇଥିଲା ସବୁଜ ଅନ୍ଧାର[୨] ୨୦୦୩ ମସିହାରେ କଟର ପାଦଟୀକାଦ୍ୱାରା ତାଙ୍କ ଉପନ୍ୟାସ ଅନ୍ତରଙ୍ଗ ଦୀର୍ଘଶ୍ୱାସ ପ୍ରକାଶିତ ହୋଇଥିଲା ।[୨] ୨୦୦୪ ମସିହାରେ ତାଙ୍କ ରଚିତ ଉପନ୍ୟାସ ଏଠି ଗୋଟେ ଗାଁ ଥିଲା ପ୍ରକାଶ ପାଇଥିଲା, ଯାହା ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୧] ୨୦୦୮ ମସିହାରେ କଟକର ବିଦ୍ୟାପୁରୀଦ୍ୱାରା ପ୍ରକାଶ ପାଇଥିଲା ତାଙ୍କ ଉପନ୍ୟାସ ମା ଝିଅଙ୍କ ଆକାଶ[୨] ୨୦୧୦ ମସିଅରେ ଖୋର୍ଦ୍ଧାର ଅନିଷା ପ୍ରକାଶନଦ୍ୱାରା ପ୍ରକାଶ ପାଇଥିଲା ତାଙ୍କ ଉପନ୍ୟାସ କହିବାକୁ ଥିଲାବୋଲି[୨] ୨୦୧୧ ମସିହାରେ କଟକର ଓଡ଼ିଆ ବୁକ୍ ଏମ୍ପୋରିୟମଦ୍ୱାରା ପ୍ରକାଶ ପାଇଥିଲା ତାଙ୍କ ଉପନ୍ୟାସ ତିନିଗାର ସେପାଖର ସତୀ[୨]

ରଚନା ସମ୍ପାଦନା

  • ଗୋଟିଏ ଭଲ ଦିନ - ୧୯୯୯ (ଅପୂର୍ବା ପ୍ରକାଶନ, ଭୁବନେଶ୍ୱର)
  • ଚେନାଏ ଆକାଶ ପାଇଁ - ୨୦୦୨ (ବିରୂପା ପବ୍ଲିକେଶନ, ଭୁବନେଶ୍ୱର)
  • ସବୁଜ ଅନ୍ଧାର - ୨୦୦୨ (ଅପୂର୍ବା ପ୍ରକାଶନ, ଭୁବନେଶ୍ୱର)
  • ଅନ୍ତରଙ୍ଗ ଦୀର୍ଘଶ୍ୱାସ - ୨୦୦୩ (ପାଦଟୀକା, କଟକ)
  • ଏଠି ଗୋଟେ ଗାଁ ଥିଲା - ୨୦୦୪ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର)
  • ମା ଝିଅଙ୍କ ଆକାଶ - ୨୦୦୮ (ବିଦ୍ୟାପୁରୀ, କଟକ)
  • କହିବାକୁ ଥିଲାବୋଲି - ୨୦୧୦ (ଅନିଷା ପ୍ରକାଶନ, ଖୋର୍ଦ୍ଧା)
  • ତିନିଗାର ସେପାଖର ସତୀ - ୨୦୧୧ (ଓଡ଼ିଆ ବୁକ୍ ଏମ୍ପୋରିଅମ୍, କଟକ)

ପୁରସ୍କାର ଓ ସମ୍ମାନ ସମ୍ପାଦନା

୨୦୦୪ ମସିହାରେ ରଶ୍ମି ରାଉଳଙ୍କୁ ତାଙ୍କ ରଚିତ ଉପନ୍ୟାସ ଏଠି ଗୋଟେ ଗାଁ ଥିଲା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Odisha Sahitya Akademi". odishasahityaakademi.org. Odisha Sahitya Academy. Archived from the original on 27 March 2019. Retrieved 27 March 2019.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "VTLS Chameleon iPortal". opac.nationallibrary.gov.in. Retrieved 2019-03-28.