ରବି ସିଂ
ରବି ସିଂ (୨୭ ଜାନୁଆରୀ ୧୯୩୧ - ୨ ଫେବୃଆରୀ ୨୦୨୦) ଜଣେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ ।[୧] ସେ ୫୦ରୁ ଅଧିକ ପୁସ୍ତକ ରଚନା କରିଥିଲେ । ଜଣେ ସାମ୍ବାଦିକ ଓ ରାଜନେତା ଭାବରେ ମଧ୍ୟ ସେ ପରିଚିତ ଥିଲେ ।
ରବି ସିଂ | |
---|---|
ଜନ୍ମ | ରବୀନ୍ଦ୍ର ନାଥ ସିଂ ୨୭ ଜାନୁଆରୀ ୧୯୩୧ ସିଂହାରପୁର, ନବାପାଟଣା,ଜଗତସିଂହପୁର |
ମୃତ୍ୟୁ | ୨ ଫେବୃଆରୀ ୨୦୨୦ କଟକ | (ବୟସ ୮୯)
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସାହିତ୍ୟିକ, ସାମ୍ବାଦିକ ଓ ରାଜନେତା |
ବୈବାହିକ-ସାଥୀ | ବକୁଳ ସିଂ |
ସନ୍ତାନ | ପିନାକୀ, ଇନ୍ଦ୍ରଜିତ, ଚନ୍ଦ୍ରଜିତ, ମିନାକ୍ଷୀ |
ପିତାମାତା | ରାମଚନ୍ଦ୍ର ସିଂ ଶାରଦା ଦେବୀ |
ପୁରସ୍କାର | ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ |
ଜୀବନୀ
ସମ୍ପାଦନାରବି ସିଂ, ୧୯୩୧ ମସିହାରେ, ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ନବାପାଟଣା ଅନ୍ତର୍ଗତ ସିଂହାରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ପିତା , ରାମଚନ୍ଦ୍ର ସିଂ ଓ ମାତା ଶାରଦା ଦେବୀ , ଉଭୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ପିତାମତାଙ୍କ ପ୍ରଭାବରେ, ରବି ସିଂ ପିଲାଟି ଦିନରୁ ରାଜନୀତି ସହିତ ସଂଶ୍ଲିଷ୍ଟ ଥିଲେ । ଖୁବ କମ ଶିକ୍ଷାଗ୍ରହଣ କରିବା ସତ୍ତ୍ୱେ, ସେ ଓଡ଼ିଆ, ଇଂରାଜୀ ଓ ବଙ୍ଗଳା ସାହିତ୍ୟ ବହୁଳ ଭାବରେ ପଢୁଥିଲେ । ୧୯୪୮ ମସିହାରେ, ସେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ ଓ ୧୯୫୩ ମସିହାରେ ଅବିଭାଜିତ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆରେ ଯୋଗଦାନ କରିଥିଲେ । ୧୯୫୫ ମସିହାରେ, ସେ "ଗୋଆ ମୁକ୍ତି ସଂଗ୍ରାମ"ରେ ଅଂଶଗ୍ରହଣ କରିଥିଲେ । ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ବହୁଦିନ କାରାବରଣ କରିଥିଲେ ।
ସାହିତ୍ୟିକ ଜୀବନ
ସମ୍ପାଦନାରବି ସିଂଙ୍କ ସାହିତ୍ୟିକ ଜୀବନ ୧୯୫୫ ମସିହା ପରେ ଆରମ୍ଭ ହୋଇଥିଲା । ସେ, ଜଣେ ବୈପ୍ଲବିକ ଓ ବାମପନ୍ଥୀ ଚିନ୍ତାଧାରର ବିଦ୍ରୋହୀ କବି ଭାବେ ପରିଚିତ ଥିଲେ ।[୩] [୪] ଶୋଷିତ, ନିଷ୍ପେସିତ, ଆର୍ତ୍ତ, ପୀଡ଼ିତ ତଥା ନିର୍ଯାତିତ ବର୍ଗର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଏବଂ ଜୀବନ ସଂଗ୍ରାମ ତାଙ୍କ କବିତାରେ ପ୍ରତିଫଳିତ ହୋଇଥିଲା । ବିବାହ ପୂର୍ବରୁ ସେ କେବଳ ଏକମାତ୍ର କବିତା ସଂକଳନ 'ଚରମପତ୍ର' ରଚନା କରିଥିଲେ । "ଚରମ ପତ୍ର"ରେ ଈଶ୍ୱରଙ୍କୁ ପ୍ରତିବାଦୀୟ ସ୍ୱରୋତ୍ତଳନ କରି ଦୁଃଖୀମାନଙ୍କ ଅଧିକାର ଓ ଅସ୍ତିତ୍ୱର ପ୍ରତିପାଦନ ସହ ମାନବିକତାର ପ୍ରଶ୍ନ ଉଠାଇଥିଲେ । ତାଙ୍କର ସେ ପଂକ୍ତି ଏହିପରି ଥିଲା :- "ଚରମ ପତ୍ର ଦେଲି ଭଗବାନ, ଚରମ ପତ୍ର ଘେନ/ ଆଗାମୀ ଚବିଶ ଘଣ୍ଟା ଭିତରେ/ ଆଗାମୀ କାଲିର ଏଇ ପ୍ରଭାତରେ/ ଖାଲି କର ତମେ ଗୋଲୋକ-ସିଂହାସନ/ ଘେନ ଭଗବାନ, ଚରମ ପତ୍ର ଘେନ ।" ବିବାହପରେ ପତ୍ନୀ ବକୁଳଙ୍କ ପ୍ରୋତ୍ସାହନରେ ସେ ଅନେକ ପୁସ୍ତକ ରଚନା କରିଥିଲେ । ତାଙ୍କର ସବୁ କବିତାରେ ପ୍ରଗତିଶିଳତାର ଭାବ ଓ ସମାଜର ଧରାବନ୍ଧା ନିତିନିୟମ ପ୍ରତି ବିଦ୍ରୋହ ସ୍ପଷ୍ଟ ଦେଖାଯାଇଥିଲା । ଉପଯୁକ୍ତ ଶବ୍ଦ ଓ ଛନ୍ଦର ସଂଯୋଜନା ତାଙ୍କ କବିତାର ଅନ୍ୟ ଏକ ବିଶିଷ୍ଟତା । ଅନୁବାଦ ସାହିତ୍ୟରେ ମଧ୍ୟ ତାଙ୍କର ପ୍ରବେଶ ଥିଲା । ସେ ବହୁ ଋଷିୟ ସାହିତ୍ୟକୁ ଓଡ଼ିଆରେ ଅନୁବାଦ କରିଥିଲେ । ଜଣେ ସୁବକ୍ତା ଭାବରେ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ । ସେ ଓଡ଼ିଆ ଓ ଇଂରାଜୀ ଖବର କାଗଜ ଓ ପତ୍ରିକାର ସମ୍ପାଦନା ମଧ୍ୟ କରିଥିଲେ ।
ରଚନାବଳୀ
ସମ୍ପାଦନାକବିତା ସଂକଳନ
ସମ୍ପାଦନା
|
|
ଅନୁବାଦ ପୁସ୍ତକସମ୍ପାଦନା
ଆତ୍ମଜୀବନୀସମ୍ପାଦନା
|
ପୁରସ୍କାର ଓ ସମ୍ମାନ
ସମ୍ପାଦନାଆଧାର
ସମ୍ପାଦନା- ↑ Nagendra (1988). Indian Literature. Prabhat Prakashan. pp. 494–.
- ↑ Mohan Lal (1992). Encyclopaedia of Indian Literature: Sasay to Zorgot. Sahitya Akademi. pp. 4107–. ISBN 978-81-260-1221-3.
- ↑ http://www.newindianexpress.com/lifestyle/books/article186786.ece?service=print[permanent dead link]
- ↑ Amaresh Datta (1988). Encyclopaedia of Indian Literature. Sahitya Akademi. pp. 1592–. ISBN 978-81-260-1194-0.
- ↑ "ସରିଗଲା ନିଃସଙ୍ଗ ପଦାତିକର ପଥଚଲା". dharitriepaper.in. Archived from the original on ୧୯ ଫେବୃଆରୀ ୨୦୨୧. Retrieved 19 February 2021.
{{cite web}}
: Check date values in:|archivedate=
(help) - ↑ "Odia poet Rabi Singh wins Atibadi Jagannath Das Samman". indiatoday. Living Media India Limited. Retrieved 9 December 2017.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 3 November 2017. Retrieved 9 December 2017.
- ↑ "ଆର୍କାଇଭ୍ କପି". Archived from the original on 2015-06-24. Retrieved 2015-02-12.
{{cite web}}
: Cite has empty unknown parameter:|1=
(help) - ↑ "Poet Rabi Singh to get Sahitya Bharati Samman". The Pioneer. Retrieved 9 December 2017.
- ↑ "About Us". saralasahityasansad.org. Archived from the original on 15 May 2021. Retrieved 19 February 2021.