ରତି (ଇଂରାଜୀ ଭାଷାରେ Rati) (ସଂସ୍କୃତ: रति, Rati) ଜଣେ ହିନ୍ଦୁ ଦେବୀ ଯିଏ ପ୍ରେମ, ଯୌନ ଇଚ୍ଛା, ବାସନା, ଓ ଯୌନ ସୁଖର ଦେବୀ ଭାବରେ ପରିଗଣିତ ହୁଅନ୍ତି ।[୧][୨][୩][୪] ସାଧାରଣତଃ ସେ ଦକ୍ଷ ପ୍ରଜାପତିଙ୍କର କନ୍ୟା ଓ ପ୍ରେମ ଦେବତା କାମଦେବଙ୍କର ପତ୍ନୀ ଓ ସ‌ହକର୍ମୀ ଭାବରେ ବର୍ଣ୍ଣନା କରାଯାଏ । କାମଦେବଙ୍କର ସେ ପ୍ରତିକ୍ଷଣ ସାଥି ଥିବା ମନ୍ଦିର ଗାତ୍ରର ଭାଷ୍କର୍ଯ୍ୟରେ ଓ କିମ୍ବଦନ୍ତୀ ମାନଙ୍କରେ ଦେଖାଯାଏ । କାମଦେବଙ୍କ ସ‌ହିତ ପୂଜା ପାଇବାକୁ ସେ ଭଲ ପାଆନ୍ତି । ଯୌନ ବିଷୟକ କାମନା, କ୍ରୀଡ଼ା ସୁଖ, ବିଭିନ୍ନ ଧରଣର ଯୌନ କ୍ରୀଡ଼ା ଇତ୍ୟାଦି ସ‌ହିତ ତାଙ୍କର ନାମ ଯୋଡ଼ାଯାଏ ।

ରତି
ରତି
ପ୍ରେମ,ବାସନା ଓ ଯୌନ ସୁଖର ଦେବୀ
Devanagariरति
Sanskrit Transliterationରତି
Affiliationଦେବୀ
ଲୋକକାମଲୋକ (Kamaloka)
Weaponଖଣ୍ଡା
ସ୍ୱାମୀ/ସ୍ତ୍ରୀKamadeva
ପିତାମାତାଦକ୍ଷ Daksha ଓ ପ୍ରସୂତି Prasuti
MountParrot

ହିନ୍ଦୁ ପୁରାଣମାନଙ୍କରେ ରତିଙ୍କର ସୌନ୍ଦର୍ଯ୍ୟ ଓ କାମୁକତା ବିଷୟରେ ଅବତାରଣା କରାଯାଇଛି । ସେ ଏଭଳି ଏକ ନାରୀ ଥିଲେ ଯାହାଙ୍କର ପ୍ରେମ ଦେବତାଙ୍କୁ ମୋହିତ କରିବାର ଦକ୍ଷତା ଥିଲା । ଶିବଙ୍କର ତୃତୀୟ ନୟନରୁ ବାହାରିଥିବା ଅନଳରେ ରତିଙ୍କର ସ୍ୱାମୀ କାମଦେବଙ୍କୁ ପୋଡ଼ିଦେବା ପରେ ରତି ତାଙ୍କ ସ୍ୱାମୀଙ୍କୁ ପୁନର୍ଜୀବିତ କରିବାକୁ ପ୍ରାର୍ଥନା କରିଥିଲେ ଓ ଏହା ଫଳରେ କାମଦେବ ଜୀବନ ଫେରି ପାଇଥିଲେ । କୃଷ୍ଣଙ୍କର ପୁତ୍ର ରୂପେ ସେ ପ୍ରଦ୍ୟୁମ୍ନ ନାମରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଦ୍ୟୁମ୍ନ ତାଙ୍କ ପିତାମାତାଙ୍କଠାରୁ ଅଲଗା ହୋଇ ଥିଲେ ଓ ରତି ମଧ୍ୟ ମାୟାବତୀ ନାମରେ ପ୍ରଦ୍ୟୁମ୍ନଙ୍କର ଲାଳନ ପାଳନ କରି ଏକାଧାରରରେ ତାଙ୍କର ପ୍ରେମିକା ଓ ଧାଈମା କାମ କରିଥିଲେ । ପରେ ଅସୁର ରାଜାଙ୍କୁ ମାରି ନିଜ ପିତାମାତାଙ୍କ ପାଖକୁ ଫେରିଯିବା ନିମନ୍ତେ ରତି ଉପଦେଶ ଦେଇଥିଲେ । ପରେ କାମ-ପ୍ରଦ୍ୟୁମ୍ନ ରତି-ମାୟାବତୀଙ୍କୁ ବିବାହ କରିଥିଲେ ।

ଶବ୍ଦ ବ୍ୟୁତ୍ପତ୍ତି ସମ୍ପାଦନା

ସଂସ୍କୃତ ଭାଷାରେ ରତି ଶବ୍ଦର ଅର୍ଥ ସୁଖ ଅନୁଭବ । ଏହା ଶାରୀରିକ ଓ ମାନସିକ ଉଭୟ ସୁଖକୁ ନିର୍ଦ୍ଦଶ କରେ । ଆନନ୍ଦ ପାଇବା ଅର୍ଥ ଥିଲେ ମଧ୍ୟ ସାଧାରଣତଃ ଏହ ଯୌନ ସୁଖକୁ ବୁଝାଏ । [୫]

ଜନ୍ମ ଓ ବିବାହ ସମ୍ପାଦନା

 
ସଂଯୁକ୍ତ ଘୋଡ଼ା ଉପରେ ରତି

କାଳୀକା ପୁରାଣରେ ରତିଙ୍କର ଜନ୍ମ ବୃତାନ୍ତର ବର୍ଣ୍ଣନା ଅଛି । ସୃଷ୍ଟିକର୍ତ୍ତା ବ୍ରହ୍ମା ଦଶ ପ୍ରଜାପତି ସୃଷ୍ଟି କରିବା ପରେ ନିଜ ମନରୁ ପ୍ରେମ ଦେବତା କାମ/ କାମଦେବଙ୍କୁ ସୃଷ୍ଟି କରିଥିଲେ । କାମଦେବଙ୍କୁ ପୁଷ୍ପ ଧନୁ ସାହାଯ୍ୟରେ ପୃଥିବୀରେ ପ୍ରେମର ବାର୍ତ୍ତା ପ୍ରସାର କରିବାକୁ ଆଦେଶ ଦିଆଗଲା ଓ ଦକ୍ଷ ପ୍ରଜାପତିଙ୍କୁ କାମଦେବଙ୍କ ନିମନ୍ତେ ଏକ କନ୍ୟା ଉପ‌ହାର ଦେବାକୁ କୁହାଗଲା । କାମ ପୁଷ୍ପଧନୁ ପରୀକ୍ଷା କରିବାକୁ ପ୍ରଥମେ ବ୍ରହ୍ମା ଓ ପ୍ରଜାପତିଙ୍କ ଉପରକୁ ନିକ୍ଷେପ କରିବା ଫଳରେ ସେମାନେ ବ୍ରହ୍ମାଙ୍କ କନ୍ୟା ସନ୍ଧ୍ୟା ପ୍ରତି ଆକର୍ଷିତ ହୋଇଥିଲେ । ସେହି ପଥରେ ଯାଉଥିବା ଶିବ ଏହା ଦେଖି ହସିଦେଲେ । ବ୍ରହ୍ମା ଓ ପ୍ରଜାପତିମାନେ ଲଜ୍ଜାରେ ଝାଳନାଳ ହୋଇଗଲେ । ଦକ୍ଷର ଝାଳରୁ ଏକ ସୁନ୍ଦରୀ କନ୍ୟା ଜାତ ହେଲେ ଓ କାମଦେବଙ୍କୁ ସେହି କନ୍ୟାକୁ ପତ୍ନୀ ଭାବରେ ଦିଆଗଲା । କ୍ରୋଧାନ୍ୱିତ ବ୍ରହ୍ମା ଭବିଷ୍ୟତରେ ଶିବଙ୍କଦ୍ୱାରା ପାଉଁସରେ ପରିଣତ ହେବାକୁ କାମଦେବଙ୍କୁ ଅଭିଶାପ ଦେଲେ । କାମଦେବ ବ୍ରହ୍ମାଙ୍କୁ ପ୍ରାର୍ଥନା କରି ଅଭିଶାପରୁ ରକ୍ଷା କରିବାକୁ କ‌ହିବାରୁ ତାଙ୍କର ପୁନର୍ଜନ୍ମ ହେବାର ଆଶ୍ୱାସନା ଦେଇଥିଲା । [୬] ବ୍ରହ୍ମ ବୈବର୍ତ୍ତ ପୁରାଣ ଅନୁସାରେ ସନ୍ଧ୍ୟା ନିଜ ପିତାଙ୍କ କାମୁକ ଆଚରଣରେ କ୍ଷୁବ୍‌ଧ ହୋଇ ଆତ୍ମହତ୍ୟା କଲେ । ପରେ ବିଷ୍ଣୁ ତାଙ୍କୁ ପୁନର୍ଜନ୍ମ ଦେଇ ରତି ନାମ ରଖିଥିଲେ ।[୪] ଅନ୍ୟ କେତେକ ପୁରାଣ ଅନୁସାରେ ରତିଙ୍କର ପିତା ଶିବ ହୋଇଥିବା ଲିଖିତ ଅଛି ।[୭]

ହରିବଂଶ ପୁରାଣରେ ରତିଙ୍କର ହର୍ଷ ଓ ଯଶ ନାମକ ଦୁଇ ସନ୍ତାନ ଥିବା ଲେଖାଅଛି । କିନ୍ତୁ ବିଷ୍ଣୁ ପୁରାଣରେ ତାଙ୍କର ନନ୍ଦି ନାମକ ଏକ ପୁତ୍ର ଥିବା ଲେଖାଅଛି । [୮] ଉଭୟ ରାମାୟଣମହାଭାରତରେ କାମଦେବଙ୍କର ରତି ପତ୍ନୀ ଥିବା ଲେଖାଅଛି ।[୯]

ଆଧାର ସମ୍ପାଦନା

  1. Swami Ram Charran (2007). The Vedic Sexual Code: Enjoy a Complete and Fulfilling Relationship With Your Lover. AuthorHouse. pp. 151, 209.
  2. Dongier, Wendy (1993). Purāṇa perennis: reciprocity and transformation in Hindu and Jaina texts. SUNY Press. pp. 52, 75. ISBN 0-7914-1382-9.
  3. Patricia Turner and estate of Charles Russell Coulter (2000). Dictionary of ancient deities. Oxford University Press US. pp. 258, 400. ISBN 0-19-514504-6.
  4. ୪.୦ ୪.୧ Kramrisch pp. 253–4
  5. (Monier-Williams 2008, p. 867)
  6. Rati: Mani pp. 644–5
  7. Chandra, Suresh (2001). Encyclopaedia of Hindu gods and goddesses (2 ed.). Sarup & Sons. p. 273. ISBN 81-7625-039-2.
  8. Hopkins p. 165
  9. Hopkins p. 199