ରଞ୍ଜନ କୁମାର ଦାସ

ଓଡ଼ିଆ କବି

ରଞ୍ଜନ କୁମାର ଦାସ (ଜନ୍ମ: ୨୭ ମେ ୧୯୬୪ ) ଜଣେ ଓଡ଼ିଆ ସାହିତ୍ୟିକ । ସେ ମୁଖ୍ୟତଃ କବିତା ଲେଖନ୍ତି । କବିତା ଭିନ୍ନ ତାଙ୍କ ଲିଖିତ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଥାଏ । ସେ ଓଡ଼ିଆ କଥାଚିତ୍ରରେ କାହାଣୀ, ସଂଳାପ ଓ ଗୀତ ମଧ୍ୟ ରଚନା କରିଛନ୍ତି । ବୃତ୍ତିରେ ସେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ।

ରଞ୍ଜନ କୁମାର ଦାସ
ଜନ୍ମ ଓ ଜନ୍ମସ୍ଥାନ (1964-05-27) ୨୭ ମଇ ୧୯୬୪ (ବୟସ ୫୯)
ବୃତ୍ତିଭାରତୀୟ ପ୍ରଶାସନିକ ସେବା
ଭାଷାଓଡ଼ିଆ
ଜାତୀୟତାଭାରତୀୟ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ରଞ୍ଜନ କୁମାର ଦାସ, ୧୯୬୪ ମସିହା ମେ ୨୭ ତାରିଖରେ କାମାକ୍ଷାନଗର ଅନ୍ତର୍ଗତ ବଇସିଙ୍ଗାଠାରେ ଜନ୍ମଗ୍ରହଣ କରିଥିଲେ ।

ବୃତ୍ତିଗତ ଜୀବନ ସମ୍ପାଦନା

ରଞ୍ଜନ, ୨୦୦୭ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ । ସେ ବର୍ତ୍ତମାନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି ।[୧] ପୂର୍ବରୁ ସେ ଯାଜପୁର ଜିଲ୍ଲାର ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଛନ୍ତି ।[୨]

ରଚନାବଳୀ ସମ୍ପାଦନା

  • ସମର୍ପିତ ଚିରକାଳ
  • ମୋହମେଦୁର
  • ସ୍ୱପ୍ନପାଇଁ ସନ୍ଧିକାଳ
  • ବଞ୍ଚିବାର ବର୍ଣ୍ଣବୋଧ
  • ପାଇନ୍ ବନର ବଂଶୀ
  • ସମୟର ସାତରଙ୍ଗ
  • ଥାଇ ଘୋର ଜଳେଣ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ସପ୍ତର୍ଷି କବିତା ପୁରସ୍କାର
  • କଳିଙ୍ଗ ପୁସ୍ତକ ମେଳା ପୁରସ୍କାର
  • କାଦମ୍ବିନୀ କବିତା ପୁରସ୍କାର
  • ଗୋକର୍ଣ୍ଣିକା ସାହିତ୍ୟ ସମ୍ମାନ
  • ସାଳନ୍ଦୀ ପୁସ୍ତକ ମେଳା ସମ୍ମାନ[୩]

ଆଧାର ସମ୍ପାଦନା

  1. "Who is Who". www.odishamuseum.nic.in. Archived from [odisha museum the original] on 3 July 2022. Retrieved 3 July 2022. {{cite web}}: Check |url= value (help)
  2. "Odisha Effects Major IAS Reshuffle; Ranjan Kumar Das Appointed Additional Secy". www.sambadenglish.com. ଇଷ୍ଟର୍ଣ ମିଡ଼ିଆ. Archived from the original on 3 July 2022. Retrieved 3 July 2022.
  3. "ଅଳ୍ପ ଆଳାପ". No. ସମ୍ବାଦ ୦୩/୦୭/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. ଇଷ୍ଟର୍ଣ୍ଣ ମିଡ଼ିଆ. 3 July 2022. Archived from the original on 3 July 2022. Retrieved 3 July 2022.