ରଘୁନାଥ ମହାପାତ୍ର (ଲେଖକ)

ଭାରତୀୟ ଓଡ଼ିଆ ସାହିତ୍ୟିକ

ରଘୁନାଥ ମହାପାତ୍ର (୦୮ ଡିସେମ୍ବର ୧୯୩୯) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅନୁବାଦକ ।[]

ରଘୁନାଥ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ(1939-12-08)୮ ଡିସେମ୍ବର ୧୯୩୯
ଝୁଟୁଣା, ଭଣ୍ଡାରିପୋଖରୀ, ବାଲେଶ୍ୱର
ଶୈଳୀଗାଳ୍ପିକ, ଔପନ୍ୟାସିକ, ଅନୁବାଦକ
ସାହିତ୍ୟ କୃତିଲୌହ କପାଟ

ଜନ୍ମ ଓ ଜୀବନ

ସମ୍ପାଦନା

ରଘୁନାଥଙ୍କ ଜନ୍ମ ୧୯୩୯ ମସିହା, ଡିସେମ୍ବର ୮ ତାରିଖରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅନ୍ତର୍ଗତ ଝୁଟୁଣା ଗ୍ରାମରେ । ଘରୋଇ ସଂସ୍ଥାରେ ଚାକିରୀ କରୁଥିଲେ । ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ଅହେତୁକ ଆଗ୍ରହ ଯୋଗୁଁ ସେ ଅର୍ଦ୍ଧଶତାଧିକ ଗଳ୍ପ, ଉପନ୍ୟାସ ରଚନା କରିପାରିଥିଲେ । ୧୯୬୨ରେ କେନ୍ଦୁଝର ସାହିତ୍ୟ ସଂସଦର ସଂଗଠକ, ୧୯୬୯ରେ ଡଗର ସହକାରୀ ସମ୍ପାଦକ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୭୩ରେ ତାଙ୍କ ପ୍ରତ୍ୟକ୍ଷ ସମ୍ପାଦନାରେ ଅଧୁନା ପ୍ରକାଶ ପାଇଥିଲା ।[] ୨୦୦୧ରେ ନିଜ ଅନୁବାଦ ପୁସ୍ତକ 'ଲୌହ କପାଟ' ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ରଚନାବଳୀ

ସମ୍ପାଦନା
  • ମନ ଓ ମାନସୀ (୧୯୬୭)
  • ଅଭୁଲା ସ୍ମୃତି (୧୯୬୧)
  • ରଙ୍ଗ ବଲ୍ଲରୀ (୧୯୬୮)
  • ମନ ଅରଣ୍ୟ (୧୯୭୧)
  • ସ୍ମୃତି ମରୁର ନଈ (୧୯୭୧)
  • ଶୁଆ ନୁହେଁ ଶାରୀ (୧୯୭୮)
  • ରଘୁନାଥ ମହାପାତ୍ରଙ୍କ କଥା ସମଗ୍ର (୨୦୦୩)[]
  • ଜୀବନ ନଈ ଅଙ୍କାବଙ୍କା (୨୦୧୩)
  • ଶେଷ ପ୍ରହର
  • ନିଶି ବିହଙ୍ଗୀ
  • ଦୂର ବସନ୍ତର ପକ୍ଷୀ

ଉପନ୍ୟାସ

ସମ୍ପାଦନା
  • ଘଟସୂତ୍ର (୧୯୬୨)
  • ପରଦେଶୀ ପ୍ରିୟା (୧୯୬୨)
  • ଶତାବ୍ଦୀର କ୍ଷୁଧା (୧୯୭୦)
  • ମୁଁ ମନ୍ତ୍ରୀ ହେବି (୧୯୭୨)
  • ଧୂସର ମାଟି ଓ ସବୁଜ ଶସ୍ୟ
  • ନିଃସଙ୍ଗ ପୃଥିବୀ
  • ଏଇ ଦିନଟି
  • ଶେଷ ପ୍ରହର
  • ପ୍ରଥମ ପ୍ରତିଶ୍ରୁତି
  • ଅନେକ ଝଡ଼ର ଆକାଶ
  • ଶଶିକଳା
  • ନାଁ ଆଉ ନାଁ



ଅନୁବାଦ

ସମ୍ପାଦନା
  • ଜାପାନ ଚାଲ - ଜାପାନ ଚାଲ
  • ସଦାଚାର ତାବିଜ
  • ଚାନ୍ଦର ଦାମ୍ ଏକ ପଇସା
  • ଲୌହ କପାଟ
  • ରବୀନ୍ଦ୍ର ନାଥଙ୍କ ଜନପ୍ରିୟ ଗଳ୍ପ
  • ଆଶାପୂର୍ଣ୍ଣାଙ୍କ ଜନପ୍ରିୟ ଗଳ୍ପ
  • ରାଜରାଣୀ
  • ମନ ତଳେ ମନ
  • ଅଗ୍ନିପରୀକ୍ଷା
  • ଭଲପାଇବାର ଭଟ୍ଟା
  • ଆଶାପୂର୍ଣ୍ଣା ଦେବୀଙ୍କ ଦୂରଗବାକ୍ଷ
  • ତାମସୀ
  • ନବୀନ ଦତ୍ତ
  • ଜୀବନ ଜାହ୍ନବୀ
  • ଆଶାପୂର୍ଣ୍ଣା ଦେବୀଙ୍କ ଆତ୍ମକଥା
  • ଖାରବେଳ
  • କାଳଜୟୀ କଥାଶିଳ୍ପୀ ଶରତଚନ୍ଦ୍ର
  • ଜାତିର ଜନକ ଗାନ୍ଧିଜୀ
  • ଜବାହାରଲାଲ ନେହୁରୁ

ଅନ୍ୟାନ୍ୟ

ସମ୍ପାଦନା
  • ଶ୍ରୀ ସତ୍ୟସାଇ କଥାମୃତ
  • ପ୍ରେମାବତାର ଶ୍ରୀ ସତ୍ୟସାଇ
  • ଶରିଡ଼ି ସାଇଙ୍କ ଲୀଳା ବିଭୁତି
  • ପୁଟ୍ଟପର୍ତ୍ତିରେ ଦୁଇଦିନ (ଭ୍ରମଣକାହାଣୀ)
  • ଫତୁରା ନନ୍ଦଙ୍କ ଶ୍ରେଷ୍ଠ ହାସ୍ୟ ଗଳ୍ପ
  • ମାଧବ ଶତପଥିଙ୍କ ଶ୍ରେଷ୍ଠଗଳ୍ପ

ପୁରସ୍କାର

ସମ୍ପାଦନା
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୧ (ଲୌହ କପାଟ ପାଇଁ)[]
  1. http://odishasahityaakademi.org/English/sahitya-award9.php
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୩୬୮-୧୩୬୯.
  3. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୮୩, ୭୫୯, ୮୬୦, ୮୬୯, ୮୮୪. ISBN 81-7400-331-2.
  4. ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ (୧୮୫୦ ମସିହା ପରବର୍ତ୍ତୀ). ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୨୨୬. ISBN 81-7586-097-9.
  5. ମହାନ୍ତି, ଅଶୋକ (ସଂକଳକ) (୨୦୦୭). ଓଡ଼ିଆ ଲେଖକ ପରିଚିତି. ଭୁବନେଶ୍ୱର: ପଶ୍ଚିମା ପବ୍ଲିକେଶନ. pp. ୨୩୦.