ଯୋନୀପଥ ପ୍ରଦାହ
ଯୋନୀପଥ ପ୍ରଦାହ ବା ଭାଜାଇନାଇଟିସ (ଇଂରାଜୀ ଭାଷାରେ Vaginitis, ଅନ୍ୟ ନାମ ଭଲ୍ଭୋଭାଜାଇନାଇଟିସ/ vulvovaginitis) କହିଲେ ଯୋନୀ (vulva) ଓ ଯୋନୀପଥ (vagina) ପ୍ରଦାହକୁ ବୁଝାଏ ।[୪][୫] ଗଲୁ, ପୋଡ଼ାଜଳା, କଷ୍ଟ, ଯୋନୀସ୍ରାବ (discharge) ଓ ଦୁର୍ଗନ୍ଧ ଆଦି ଲକ୍ଷଣ ପ୍ରକାଶ ପାଏ ।[୧] ଗର୍ଭାବସ୍ଥାରେ କେତେକ ପ୍ରକାର ଯୋନୀପଥ ପ୍ରଦାହ ହୁଏ ।[୧]
ଯୋନୀପଥ ପ୍ରଦାହ (Vaginitis) | |
---|---|
Vulvovaginitis, vaginal infection, vaginal inflammation[୧] | |
ଉଚ୍ଚାରଣ |
|
ବିଭାଗ | ସ୍ତ୍ରୀ ରୋଗ ବିଜ୍ଞାନ (Gynecology) |
ଲକ୍ଷଣ | ଗଲୁ, ପୋଡ଼ାଜଳା, କଷ୍ଟ, ଯୋନୀସ୍ରାବ (discharge) ଓ ଦୁର୍ଗନ୍ଧ [୧] |
କାରଣ | ବିଭିନ୍ନ ସଂକ୍ରମଣ: ବ୍ୟାକ୍ଟେରିଆଲ ଭାଜିନୋସିସ (bacterial vaginosis, ଯୋନୀପଥ କବକ ସଂକ୍ରମଣ (vaginal yeast infection), ଟ୍ରିକୋମୋନିଆସିସ (trichomoniasis), ଆଲର୍ଜି ପ୍ରତିକ୍ରିୟା (allergic reactions), ସ୍ୱଳ୍ପ ଏସ୍ଟ୍ରୋଜେନ (estrogen)[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | [୩] |
ସଠିକ ରୋଗ ନିର୍ଣ୍ଣୟ | ସର୍ଭିସାଇଟିସ (Inflammation of the cervix), ପେଲଭିକ ଇନଫ୍ଲାମେଟରି ଡିଜିଜ (pelvic inflammatory disease), କର୍କଟ ରୋଗ, ବାହାର ଦ୍ରବ୍ୟ (foreign bodies)[୩] |
ଚିକିତ୍ସା | କାରଣ ଅନୁସାରେ [୧] |
ପୁନଃପୌନିକ | ~୩୩% ମହିଳା [୪] |
ସଂକ୍ରମଣର ତିନୋଟି ମୂଖ୍ୟ କାରଣ ଥାଏ ଯଥା:- ବ୍ୟାକ୍ଟେରିଆଲ ଭାଜିନୋସିସ (bacterial vaginosis, ଯୋନୀପଥ କବକ ସଂକ୍ରମଣ (vaginal yeast infection), ଟ୍ରିକୋମୋନିଆସିସ (trichomoniasis) ।[୨] ଅନ୍ୟ କାରଣମାନଙ୍କ ମଧ୍ୟରେ ସ୍ତନ୍ୟପାନ କରିବା ଓ ଋତୁବନ୍ଦ ସମୟରେ ସ୍ୱଳ୍ପ ଏସ୍ଟ୍ରୋଜେନ (estrogen) ସ୍ତର ଯୋଗୁ ସ୍ପର୍ମିସାଇଡ ବା ସାବୁନ ପ୍ରତି ଆଲର୍ଜି ପ୍ରତିକ୍ରିୟା (allergic reactions) ହୁଏ ।[୨] ଗୋଟିଏ କେଶ୍ରେ ଏକାଧିକ କାରଣ ଥାଇପାରେ ।[୨] ବୟସ ଅନୁସାରେ ସାଧାରଣ କାରଣର ପରିବର୍ତ୍ତନ ହୋଇପାରେ । [୩]
ଯୋନୀପଥ ପରୀକ୍ଷା (examination), ପିଏଚ pH ମାପ, ଯୋନୀସ୍ରାବର କଲଚର (culturing) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୩] ପ୍ରାୟ ସମ ଲକ୍ଷଣ ଥିବା ଅନ୍ୟ କାରଣ ଯେପରିକି ସର୍ଭିସାଇଟିସ (Inflammation of the cervix), ପେଲଭିକ ଇନଫ୍ଲାମେଟରି ଡିଜିଜ (pelvic inflammatory disease), କର୍କଟ ରୋଗ, ବାହାର ଦ୍ରବ୍ୟ (foreign bodies) ଓ ଚର୍ମ ରୋଗ ଅନୁପସ୍ଥିତି ଦୂରୀଭୁତ କରିବା ଆବଶ୍ୟକ ହୁଏ । [୩]
ରୋଗର କାରଣ ଅନୁସାରେ ଚିକିତ୍ସା କରାଯାଏ ।[୧] ସଂକ୍ରମଣ ଥିଲେ ତାହାର ଉପଯୁକ୍ତ ଚିକିତ୍ସା କରାଯାଏ ।[୩] ସିଜ ବାଥ (Sitz baths) ଦେଲେ ଉପଶମ ହୁଏ ।[୩] ସାବୁନ ଓ ମହିଳା ସ୍ୱାସ୍ଥ୍ୟରକ୍ଷାକାରୀ ପଦାର୍ଥ (feminine hygiene products) ଯେପରିକି ସ୍ପ୍ରେ ବ୍ୟବହାର କରିବାକୁ ନିଷେଧ କରାଯାଏ । [୩] ପ୍ରାୟ ଏକ ତୃତୀୟାଂଶ ମହିଳାଙ୍କର ଏହି ରୋଗ ଜୀବନରେ ହୁଏ ।[୪] ପ୍ରଜନନକ୍ଷମ ମହିଳାଙ୍କର ଏ ରୋଗ ଅଧିକ ହୁଏ । [୪]
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Vaginitis". NICHD (in ଇଂରାଜୀ). 2016. Retrieved 14 October 2018.
- ↑ ୨.୦ ୨.୧ ୨.୨ ୨.୩ "What causes vaginitis?". NICHD (in ଇଂରାଜୀ). 2016. Retrieved 14 October 2018.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Overview of Vaginitis". Merck Manuals Professional Edition. May 2018. Retrieved 14 October 2018.
- ↑ ୪.୦ ୪.୧ ୪.୨ ୪.୩ "Vaginitis". ACOG. September 2017. Retrieved 14 October 2018.
- ↑ Ferri, Fred F. (2016). Ferri's Clinical Advisor 2017 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1333. ISBN 9780323448383.
ବାହ୍ୟ ଲିଙ୍କ
ସମ୍ପାଦନାଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |