ଯୋନୀପଥର କର୍କଟ
ଯୋନୀପଥ କର୍କଟ ଯୋନୀପଥରେ ଥିବା ସୁସ୍ଥ ତନ୍ତୁରୁ ସୃଷ୍ଟି ହୁଏ । [୨] [୬] ଏହାର ଲକ୍ଷଣ ମଧ୍ୟରେ ଅସ୍ୱାଭାବିକ ଯୋନୀ ରକ୍ତସ୍ରାବ, ପେଲଭିକ୍ ଯନ୍ତ୍ରଣା, ଯୌନ ସମ୍ପର୍କ ସମୟରେ ଯନ୍ତ୍ରଣା, ଯୋନୀ ଭିତରେ ଏକ ମୁଣ୍ଡା ଏବଂ ପରିସ୍ରା କରିବା ସମୟରେ ଯନ୍ତ୍ରଣା ହୋଇପାରେ । [୧] [୨] ଯଦି ଗର୍ଭାଶୟ ଗ୍ରୀବା ଜଡ଼ିତ ହୁଏ, ତେବେ ଏହା ଯୋନୀ କର୍କଟ ପରିବର୍ତ୍ତେ ଗର୍ଭାଶୟ ଗ୍ରୀବା କର୍କଟ ଭାବରେ ବର୍ଗୀକୃତ ହୁଏ । [୧]
Vaginal cancer | |
---|---|
ବିଭାଗ | Oncology |
ଲକ୍ଷଣ | Abnormal vaginal bleeding, pelvic pain, mass within the vagina, pain with urination[୧][୨] |
ଆକ୍ରାନ୍ତ ସମୟ | 50 to 70 years of age[୩] |
ବିପଦ କାରକ | HPV, diethylstilbestrol, smoking, prior hysterectomy for a tumor[୧][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Biopsy[୪] |
ସଠିକ ରୋଗ ନିର୍ଣ୍ଣୟ | Cervical cancer, cancer of the vulva[୧] |
ପ୍ରତିକାର | HPV vaccine, safe sex, not smoking[୩] |
ଚିକିତ୍ସା | Surgery, radiation therapy, chemotherapy, immunotherapy[୨] |
Prognosis | Five year survival 47%[୫] |
ପୁନଃପୌନିକ | Uncommon[୧] |
ବିପଦର କାରଣଗୁଡିକ ମଧ୍ୟରେ ମାନବ ପାପିଲୋମା ଜୀବାଣୁ (HPV), ଗର୍ଭାଶୟରେ ଡାଇଇଥାଇଲଷ୍ଟିଲବେଷ୍ଟ୍ରୋଲ୍ ସଂସ୍ପର୍ଶ ଏବଂ ଏକ ପୂର୍ବବର୍ତ୍ତୀ ହିଷ୍ଟେରେକ୍ଟୋମି ଅନ୍ତର୍ଭୁକ୍ତ ଥାଏ ।[୧] [୩] ଏହି ରୋଗରେ ସ୍କ୍ୱାମସ୍ ସେଲ୍ କାରସିନୋମା ପ୍ରାୟ ୮୫% ହୋଇଥିବାବେଳେ ଆଡେନୋକାର୍ସିନୋମା ପ୍ରାୟ ୭.୫% ଥାଏ। [୧] ବାୟୋପ୍ସିଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ।[୪] ଅନ୍ୟ ସ୍ଥାନର କର୍କଟ ଯୋନୀ ପର୍ଯ୍ୟନ୍ତ ବିସ୍ତାର ହୋଇପାରେ ଏବଂ ଏହା ସାଧାରଣତଃ ଅଧିକ ଦେଖାଯାଏ। [୬]
ପ୍ରତିଷେଧରେ ଏଚପିଭି ଟିକା, ସୁରକ୍ଷିତ ଯୌନ ସମ୍ପର୍କ ଏବଂ ଧୂମପାନ ନକରିବା ଅନ୍ତର୍ଭୁକ୍ତ । [୩] ରୋଗର ପର୍ଯ୍ୟାୟ ଉପରେ ଚିକିତ୍ସା ନିର୍ଭର କରେ। [୨] ବିକଳ୍ପଗୁଡ଼ିକରେ ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା, କେମୋଥେରାପି ଏବଂ ଇମ୍ୟୁନୋଥେରାପି କରାଯାଇପାରେ । [୨] ମୋଟ ଯୋନାଙ୍ଗ କର୍କଟର ୨%ରୁ କମ ଏହି ଯୋନୀପଥ କର୍କଟ ହୁଏ । [୧] ୫୦ରୁ ୭୦ ବର୍ଷ ବୟସରେ ଏହା ଅଧିକ ଦେଖାଯାଏ । [୩] ମୋଟ ପାଞ୍ଚ ବର୍ଷ ବଞ୍ଚିବା ହାର ହେଉଛି ୪୭% । [୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Vaginal Cancer Treatment (PDQ®)–Health Professional Version - National Cancer Institute". www.cancer.gov (in ଇଂରାଜୀ). 9 October 2020. Archived from the original on 9 April 2019. Retrieved 30 October 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Vaginal Cancer Treatment (PDQ®)–Patient Version - National Cancer Institute". www.cancer.gov (in ଇଂରାଜୀ). 29 May 2020. Archived from the original on 9 April 2019. Retrieved 30 October 2020.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Vaginal Cancer - Risk Factors and Prevention". Cancer.Net (in ଇଂରାଜୀ). 25 June 2012. Archived from the original on 29 September 2020. Retrieved 30 October 2020.
- ↑ ୪.୦ ୪.୧ "Vaginal Cancer - Diagnosis". Cancer.Net (in ଇଂରାଜୀ). 25 June 2012. Archived from the original on 25 September 2020. Retrieved 30 October 2020.
- ↑ ୫.୦ ୫.୧ "Vaginal Cancer - Statistics". Cancer.Net (in ଇଂରାଜୀ). 25 June 2012. Archived from the original on 30 October 2020. Retrieved 30 October 2020.
- ↑ ୬.୦ ୬.୧ "Vaginal Cancer - Introduction". Cancer.Net (in ଇଂରାଜୀ). 25 June 2012. Archived from the original on 28 September 2020. Retrieved 30 October 2020.