ଯୁଗଳ କିଶୋର ଷଡ଼ଙ୍ଗୀ

ଓଡ଼ିଆ ଶିଶୁ ସାହିତ୍ୟିକ

ଯୁଗଳ କିଶୋର ଷଡ଼ଙ୍ଗୀ (ଜନ୍ମ: ୯ ଡିସେମ୍ବର ୧୯୪୬) ଜଣେ ଭାରତୀୟ ଓଡ଼ିଆସମ୍ବଲପୁରୀ-ଭାଷୀ ଶିଶୁ ସାହିତ୍ୟିକ ଓ ସଂସ୍କୃତି ଗବେଷକ ।[୧] ସେ ଓଡ଼ିଆ ଓ କୋଶଳୀ ଭାଷାରେ ଗଦ୍ୟ ଓ ପଦ୍ୟ । ସେ ଆକାଶବାଣୀ ନିମନ୍ତେ ସେ ଅନେକ କବିତା ଲେଖିଛନ୍ତି ।[୨] ସେ ସିନ୍ଧେକେଲା, ବଲାଙ୍ଗୀରର ଧନୁଯାତ୍ରା ମହୋତ୍ସବରେ "ଶିଶୁ ଗୌରବ ସମ୍ମାନ-୨୦୨୦'ରେ ସମ୍ମାନିତ ହୋଇଥିଲେ । ତାଙ୍କୁ ୨୦୨୩ ମସିହାରେ ଜେଜେଙ୍କ ଗପ ଗଣ୍ଠିଲି ପୁସ୍ତକ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ବାଳ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।[୩]

ଯୁଗଳ କିଶୋର ଷଡ଼ଙ୍ଗୀ
ମୃତ୍ୟୁ (1946-12-09) ୯ ଡିସେମ୍ବର ୧୯୪୬ (ବୟସ ୭୭)
ବୃତ୍ତିଶିକ୍ଷକତା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ

ସଂକ୍ଷିପ୍ତ ଜୀବନୀ ସମ୍ପାଦନା

ଯୁଗଳ କିଶୋର ବଲାଙ୍ଗୀରର ମୂଳ ବାସିନ୍ଦା । ସେ ୧୯୪୬ ଡିସେମ୍ବର ମାସ ୯ ତାରିଖରେ ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶିକ୍ଷକତା ବୃତ୍ତିରୁ କାର୍ଯ୍ୟ ଆରମ୍ବ କରି ସେ ପ୍ରଶିକ୍ଷକ ଓ ପରେ ପରିଦର୍ଶକ ଭାବେ କାର୍ଯ୍ୟକରି ୨୦୦୪ରେ ଅବସର ନେଇଥିଲେ ।[୪]

ରଚନାବଳୀ ସମ୍ପାଦନା

ଓଡ଼ିଆ ସମ୍ପାଦନା

  • ଜେଜେଙ୍କ ଗପ ଗଣ୍ଠିଲି - ୨୦୧୮[୫]
  • ଆସରେ ପିଲେ ଆସ
  • ତୁମ ପାଇଁ ଏକାଙ୍କିକା
  • ଚିଠି
  • ତୁମ ପାଇଁ କବିତା
  • ଜୁହାରଗୋ ମା’ ଦୁଆରସନୀ
  • ଗୀତି ସୁରଭି
  • ଅନ୍ଧାରରୁ ଆଲୁଅ
  • ନିର୍ଝରଣୀ
  • ଦୟାମୟୀ ମା ଦ୍ୱାରସନୀ
  • ଉଦ୍‌ଯୋଗୀ ଜନଲକ୍ଷ୍ମୀନନ୍ଦନ
  • ଦଳପତି ଚୟନ
  • ମୁର୍ଖାନନ୍ଦ

କୋଶଳୀ ସମ୍ପାଦନା

  • ଦୁଆରସନୀ ଭଜନ୍‌
  • ରସ୍‌କଦମ୍‌
  • ଉଜନ୍‌ବୁଜୁଲି
  • ଡୁରି
  • ଛି
  • ଜନ୍‌ ଉଦ୍‌ଲାନା[୬]

ସମ୍ମାନ ଓ ପୁରସ୍କାର ସମ୍ପାଦନା

ସେ ୨୦୨୦ ମସିହାରେ ସିନ୍ଧେକେଲା, ବଲାଙ୍ଗୀରର ଧନୁଯାତ୍ରା ମହୋତ୍ସବରେ "ଶିଶୁ ଗୌରବ ସମ୍ମାନ-୨୦୨୦'ରେ ସମ୍ମାନିତ ହୋଇଥିଲେ । ୨୦୨୩ ମସିହାରେ ତାଙ୍କ ଜେଜେଙ୍କ ଗପ ଗଣ୍ଠିଲି ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ବାଳ ସାହିତ୍ୟ ପୁରସ୍କାର ପାଇଥିଲେ ।[୩][୭]

ଆଧାର ସମ୍ପାଦନା

  1. (PDF) https://www.indiaculture.gov.in/sites/default/files/events/3_13072023.pdf. Retrieved 10 November 2023. {{cite web}}: Missing or empty |title= (help)
  2. Singha, Minati (30 June 2023). "'Society needs to imbibe reading habit among kids'". The Times of India. Retrieved 10 November 2023.
  3. ୩.୦ ୩.୧ Acharya, Boudhayan (23 June 2023). "ସାହିତ୍ୟ ଅକାଦେମି ପକ୍ଷରୁ ଘୋଷଣା ହେଲା ବାଲ୍ ସାହିତ୍ୟ ପୁରସ୍କାର, ଓଡ଼ିଆ ଭାଷା ପାଇଁ ପାଇବେ ଯୁଗଳ କିଶୋର ଷଡ଼ଙ୍ଗୀ". Sambad. Retrieved 10 November 2023.
  4. Bureau, Sambad (24 June 2023). "କେନ୍ଦ୍ର ସାହିତ୍ୟ ଅକାଦେମିର ଯୁବ ଓ ବାଲ୍‌ ସାହିତ୍ୟ ପୁରସ୍କାର ଘୋଷିତ: ବାଲ୍‌ ସାହିତ୍ୟ ପୁରସ୍କାର ପାଇବେ ଯୁଗଳ କିଶୋର ଷଡ଼ଙ୍ଗୀ". Sambad. Retrieved 10 November 2023.
  5. "Bal Sahitya Puraskar for writer Jugal Sarangi". The New Indian Express. 24 June 2023. Retrieved 10 November 2023.
  6. Dhal, Jajnaseni (24 June 2023). "ଯୁଗଳ କିଶୋର ଷଡ଼ଙ୍ଗୀ ପାଇବେ 'ବାଲ୍‌ ସାହିତ୍ୟ ପୁରସ୍କାର'". Dharitri Odia News. Retrieved 10 November 2023.
  7. "ଅଭିନନ୍ଦନ" (PDF). ସଂସାର. ମାର୍ଚ୍ଚ ୨୦୨୦. Retrieved 2024-02-27.