ଯୁଗଳ କିଶୋର ମହାନ୍ତି

ଯୁଗଳ କିଶୋର ମହାନ୍ତି (ଜନ୍ମ: ୫-୧-୧୯୨୭) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[]

ଶିକ୍ଷା ଓ ବୃତ୍ତି

ସମ୍ପାଦନା

ଯୁଗଳ କିଶୋର ମହାନ୍ତି ୫ ଜାନୁଆୟାରୀ ୧୯୨୭ରେ ଜନ୍ମ ଗ୍ରହଣ କରିଥିଲେ । ସେ ଆଇନ ଡିଗ୍ରୀ ହାସଲ କରିବା ପରେ ୨୬-୩-୧୯୫୩ରେ ଆଇନଜୀବୀ ଭାବରେ ଯୋଗ ଦେଲେ । ଆଇନ ପେଶା ସମୟରେ ସେ ଅନେକ ଦେୱାନୀ, ଫୌଜଦାରୀ, ସଂବିଧାନିକ ଏବଂ ବିକ୍ରୟ କର ମାମଲା ପରିଚାଳନା କରିଥିଲେ । ୧୯୬୯-୭୭ ଅବଧିରେ ଓଡ଼ିଶା ରାଜ୍ୟ ବାର କାଉନ୍ସିଲର ସଦସ୍ୟ ଏବଂ ୧୯୬୭-୧୯୭୭ ଅବଧିରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାର ଏସୋସିଏସନର ସଚିବ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।

୧୨-୭-୧୯୭୮ରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ନ୍ୟାୟାଧୀଶ ଭାବେ ନିୟୁକ୍ତ ହେଲେ । ୧୪-୯-୧୯୭୯ରୁ ତାଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବିଚାରପତି ଭାବେ ପଦୋନ୍ନତି ମିଳିଲା । ୨୧.୦୧.୧୯୮୬ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରୁ ବଦଳି ହୋଇ ସିକ୍କିମ୍ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ନିୟୁକ୍ତ ହେଲେ ।[] ସେ ୦୪.୦୧.୧୯୮୯ରେ ପଦବୀରୁ ଅବସର ଗ୍ରହଣ କରିଥିଲେ ।[][]

ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ୧୨.୭.୧୯୭୮ ରୁ ୨୦.୧.୧୯୮୬ ପର୍ଯ୍ୟନ୍ତ କାର୍ଯ୍ୟ ରତ ଥିଲେ।[]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-07.
  2. "JUDGES OF ORISSA HIGH COURT APPOINTED AS CHIEF JUSTICES & JUDGES OF HIGH COURTS OF OTHER STATES" (PDF). magazines.odisha.gov.in. Retrieved 7 January 2025.
  3. "Hon'ble Mr. Justice Jugal Kishore Mohanty | High Court of Sikkim". hcs.gov.in (in ଇଂରାଜୀ). Retrieved 2025-01-07.
  4. India, The Hans (20 March 2021). "Governor Biswa Bhusan pays tributes to Justice Jugal Kishore Mohanty". www.thehansindia.com (in ଇଂରାଜୀ). Retrieved 7 January 2025.