ଯଶୋରେଶ୍ଵରୀ କାଳୀ ମନ୍ଦିର

ଯଶୋରେଶ୍ୱରୀ କାଳୀ ମନ୍ଦିର (ବଙ୍ଗଳା: যশোরেশ্বরী কালী মন্দির) ବାଂଗଲାଦେଶର କାଳୀ ମାତାଙ୍କୁ ସମର୍ପିତ ଏକ ବିଖ୍ୟାତ ହିନ୍ଦୁ ମନ୍ଦିର । ସତକ୍ଷିରା ଜିଲ୍ଲାର ଶ୍ୟାମ ନଗର ଉପଜିଲ୍ଲାରେ ଅବସ୍ଥିତ ଈଶ୍ୱରପୁର ଗ୍ରାମରେ ଏହି ମନ୍ଦିର ଅବସ୍ଥିତ । ଯଶୋରେଶ୍ୱରୀ ଅର୍ଥ ଯଶୋରର ଦେବୀ ।

JESHORESHWARI KALI TEMPLE
শ্রীশ্রী যশোরেশ্বরী কালী মন্দির
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
CountryBangladesh

କିମ୍ବଦନ୍ତୀ ସମ୍ପାଦନା

ସତ୍ୟଙ୍କର ୫୧ଟି ଶକ୍ତି ପୀଠ (Peeth) ମଧ୍ୟରୁ ଯଶୋରେଶ୍ୱରୀ କାଳୀ ମନ୍ଦିର ଗୋଟିଏ ବୋଲି ମାନ୍ୟତା ଦିଆଯାଏ ଓ ସତୀଙ୍କ ଦେହର ଏକ ଅଂଶ ଏଠାରେ ପଡ଼ିଥିବାର ବିଶ୍ୱାସ କରାଯାଏ । ତାଙ୍କ କଟା ପାପୁଲି (palm) ଏହିଠାରେ ପଡ଼ିଥିଲା । କିମ୍ବଦନ୍ତୀ ଅନୁସାରେ ମହାରାଜ ପ୍ରତାପାଦିତ୍ୟ ଗୋଟିଏ ବୁଦାରୁ ଜ୍ୟୋତି ରେଖା ନିର୍ଗତ ହେଉଥିବା ଦେଖିଲେ ଓ ତା ଭିତରୁ ପଥରରେ ଗଢ଼ା ଏକ ମାନବ ପାପୁଲି ପାଇଲେ । ପରେ ପ୍ରତାପାଦିତ୍ୟ କାଳୀଙ୍କର ପୂଜା କରିବା ଆରମ୍ଭ କରିଥିଲେ ଓ ଯଶୋରେଶ୍ୱରୀ କାଳୀ ମନ୍ଦିର ତୋଳେଇଥିଲେ । ଯେଶୋରରେ ମିଳିଥିବାରୁ ଦେବୀଙ୍କର ନାମକରଣ ‘ଯେଶୋର ଦେବୀ’ ("Goddess of Jessore") କରାଯାଇଥିଲା ।

ଶକ୍ତି ପୀଠ ଭାବରେ ଯଶୋରେଶ୍ୱରୀ ମନ୍ଦିର ସମ୍ପାଦନା

ପାଦ ଓ ପାପୁଲି

 
ଶିବ ବୋହି ନେଉଛନ୍ତି ସତୀ ଦେବୀଙ୍କର ମୃତ ଶରୀର

ଶକ୍ତି ପୀଠ ସୃଷ୍ଟି ଉପରେ ଦକ୍ଷ ଯଜ୍ଞ ଓ ସତ୍ୟଙ୍କର ଆତ୍ମାହୁତି କାହାଣୀ ଭରି ରହିଛି । ଏହି ସ୍ଥାନ ଗୁଡ଼ିକ ମାତା ପରାଶକ୍ତି ଦେବୀଙ୍କର ((Parashakti)) ବାସସ୍ଥାନ ରୂପେ ବିବେଚନା କରାଯାଏ । ଦକ୍ଷିଣ ଏସିଆରେ ସତୀ ଦେବୀଙ୍କର କଟା ଅଂଗଗୁଡ଼ିକ ବିକ୍ଷିପ୍ତ ଭାବରେ ପଡ଼ିଥିବାରୁ ଏହି ମନ୍ଦିରମାନଙ୍କୁ ପବିତ୍ର ବୋଲି ବିଶ୍ୱାସ କରାଯାଇ ୫୧ଟି ଶକ୍ତି ପୀଠ ନିର୍ମାଣ କରାଯାଇଛି । ପ୍ରତ୍ୟେକ ମନ୍ଦିରରେ ଶକ୍ତି ମୂର୍ତ୍ତି ଅଛି ଯାହାଙ୍କୁ ଯଶୋରେଶ୍ୱରୀ ଓ କାଳଭୈରବଙ୍କୁ ଚଣ୍ଡ କୁହାଯାଏ ।[୧]

ଇତିହାସ ସମ୍ପାଦନା

 
ଯଶୋରେଶ୍ୱରୀ କାଳୀ ମନ୍ଦିର

ଅନାଡ଼ି ନାମକ ଜଣେ ବ୍ରାହ୍ମଣ ଉକ୍ତ ମନ୍ଦିରରକୁ ତିଆରି କରିଥିବା ବିଶ୍ୱାସ କରାଯାଏ । ଜେଶୋରୀଶ୍ୱରୀ ପୀଠ ପାଇଁ ସେ ୧୦୦ କବାଟ ଥିବା ମନ୍ଦିର ଗଢିଥିଲେ । କିନ୍ତୁ ଏହାର କାଳ ଅଜ୍ଞାତ ଅଛି । ପରବର୍ତ୍ତୀ କାଳରେ ମହାରାଜ ପ୍ରତାପାଦିତ୍ୟଙ୍କ ଶାସନ କାଳରେ ଲକ୍ଷଣ ସେନ ତାହାକୁ ପୁନର୍ନିମାଣ କରିଥିଲେ ।

ପୂଜା ଓ ପରମ୍ପରା ସମ୍ପାଦନା

ଜାତି ଧର୍ମ ନିର୍ବିଶେଷରେ ସାରା ପୃଥିବୀରୁ ଅସଂଖ୍ୟ ଲୋକ ଏହି ମନ୍ଦିରକୁ ଦର୍ଶନ କରିବାକୁ ଆସନ୍ତି । ପ୍ରତି ଶନିବାର ଓ ମଙ୍ଗଳବାର ଦିନ ପୁରୋହିତ ଖରାବେଳେ ପୂଜା କରନ୍ତି । ୧୯୭୧ ମସିହା ପୂର୍ବରୁ ଏଠାରେ ପ୍ରତିଦିନ ପୂଜା କରାଯାଉଥିଲା । ପ୍ରତି ବର୍ଷ କାଳୀ ପୂଜା ଦିନ ମନ୍ଦିରର ସୁରକ୍ଷାକାରୀ ପୂଜା କରନ୍ତି । ମନ୍ଦିର ଚାରିପାଖରେ ମେଳା ବସେ ।

ନାଟ ମନ୍ଦିର ଓ ସ୍ଥାପତ୍ୟ ସମ୍ପାଦନା

ମୁଖ୍ୟ ମନ୍ଦିର ପାଖରେ ଏକ ଚତୁଷ୍କୋଣ ବିଶିଷ୍ଟ ଛାତ ଥିବା ମଞ୍ଚ ଅଛି ଯାହାକୁ ନାଟ ମନ୍ଦିର କୁହାଯାଏ । ଏଠାରୁ ଦେବୀଙ୍କର ମୁଖ ଦର୍ଶନ ହୋଇପାରେ । ଏହାକୁ ମଧ୍ୟ ଲକ୍ଷଣ ସେନ ତ୍ରୟୋଦଶ ଶତାବ୍ଦୀରେ ପୁନର୍ନିର୍ମାଣ କରେଇଥିଲେ । ୧୯୭୧ ମସିହା ପରେ ଏହା ଭାଙ୍ଗିଗଲା ଓ ଅଧୁନା କେବଳ ଖୁଣ୍ଟ ଠିଆ ହୋଇ ରହିଛି ।

ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଯଶୋରେଶ୍ୱରୀ କାଳୀ ମନ୍ଦିର ସମ୍ପାଦନା

ଭାରତର ପ୍ରଧାନମନ୍ତ୍ରୀ ଶ୍ୟାମାନଗର ଉପଜିଲ୍ଲାରେ ଥିବା ସତକ୍ଷିରା ମନ୍ଦିର ମାର୍ଚ୍ଚ ୨୭ ତାରିଖ ୨୦୨୧ ମସିହାରେ ଭ୍ରମଣ କରିବାକୁ ଯାଇଥିଲେ । ମୋଦିଙ୍କ ଗସ୍ତ ଉପଲକ୍ଷେ ମନ୍ଦିରକୁ ସୁସଜ୍ଜିତ କରାଯାଇଥିଲା । ତାଙ୍କ ବିମାନ ଅବତରଣ ନିମନ୍ତେ ଛଅଟି ହେଲିପ୍ୟାଡ ନିକଟବର୍ତ୍ତୀ ସ୍ଥାନରେ ତିଆରି କରାଯାଇଥିଲା । ମନ୍ଦିରକୁ ଯିବା ଓ ଫେରିବା ସମୟରେ ଟଏଲେଟ ସହିତ ଦୁଇଟି ବିଶ୍ରାମ କକ୍ଷ ତିଆରି କରାଯାଇଥିଲା । ପ୍ରଥମ ଥର ନିମନ୍ତେ ଜଣେ ଦେଶର ମୂଖ୍ୟ ଶ୍ୟାମ ନଗରକୁ ଯାଇଥିଲେ । ସେଠାରେ ଉତ୍ସବ ବାତାବରଣ ଖେଳିଯାଇଥିଲା ।

ଆଧାର ସମ୍ପାଦନା

  1. "Kottiyoor Devaswam Temple Administration Portal". Sree Kottiyoor Devaswam. Retrieved 20 July 2013.