ମୋଈନ ଖାନ

ପାକିସ୍ତାନୀ କ୍ରିକେଟ ଖେଳାଳି

ମହମ୍ମଦ ମୋଈନ ଖାନ (ଉର୍ଦ୍ଦୁ: محمد معین خان (ଜନ୍ମ ୨୩ ସେପ୍ଟେମ୍ବର ୧୯୭୧), ପାକିସ୍ତାନ କ୍ରିକେଟ ଦଳର ପ୍ରାକ୍ତନ ଖେଳାଳୀ ଅଟନ୍ତି । "ମୋଇନ ଖାନ" ଭାବରେ ସେ ବେଶୀ ପରିଚିତ । ସେ ମୁଖ୍ୟତଃ [୧] ଜଣେ ୱିକେଟରକ୍ଷକ-ବ୍ୟାଟ୍ସମ୍ୟାନ ଥିଲେ । ସେ ୧୯୯୦ରୁ ୨୦୦୪ ପର୍ଯ୍ୟନ୍ତ ପାକିସ୍ତାନ ରାଷ୍ଟ୍ରୀୟ କ୍ରିକେଟ ଦଳ ପାଇଁ ଟେଷ୍ଟ କ୍ରିକେଟ ଏବଂ ଏକ ଦିବସୀୟ ଆନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ । ତାହା ସହ ସେ ପାକିସ୍ତାନୀ ଟୀମର ନେତୃତ୍ୱ ମଧ୍ୟ ନେଇଥିଲେ ।[୨] ସେ ଟେଷ୍ଟ କ୍ରିକେଟରେ ୧୦୦ଟି କ୍ୟାଚ ନେଇଥିଲେ । ଏକ ଦିବସୀୟ କ୍ରିକେଟରେ ସେ ୩,୦୦୦ରୁ ଅଧିକ ଏକ ଦିବସୀୟ ରନ ବନେଇଥିଲେ ଏବଂ ୨୦୦ଟି କ୍ୟାଚ ନେଇଥିଲେ ।

ମୋଈନ ଖାନ
معین خان
ବ୍ୟକ୍ତିଗତ ତଥ୍ୟ
ନାମମହମ୍ମଦ ମୋଈନ ଖାନ
ଜନ୍ମ (1971-09-23) ୨୩ ସେପ୍ଟେମ୍ବର ୧୯୭୧ (ବୟସ ୫୨)
ରାବଳପିଣ୍ଡି, ପାକିସ୍ତାନ
ବ୍ୟାଟିଂ ପ୍ରକାରଡାହାଣହାତୀ
ବୋଲିଂ ପ୍ରକାରରାଇଟ ଆର୍ମ ଅଫ ବ୍ରେକ
ଭୂମିକାୱିକେଟରକ୍ଷକ-ବ୍ୟାଟ୍ସମ୍ୟାନ
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 119)23–25 ନଭେମ୍ବର 1990 v ୱେଷ୍ଟିଇଣ୍ଡଜ
ଶେଷ ଟେଷ୍ଟ20–24 ଅକ୍ଟୋବର 2004 v ଶ୍ରୀଲଙ୍କା
ପ୍ରଥମ ଦିନିକିଆ (cap 79)10 November 1990 v ୱେଷ୍ଟିଇଣ୍ଡଜ
ଶେଷ ଦିନିକିଆ16 ଅକ୍ଟୋବର 2004 v ଶ୍ରୀଲଙ୍କା
ଦିନିକିଆ ଜାମା ନମ୍ବର05
Career statistics
ପ୍ରତିଯୋଗିତା ଟେଷ୍ଟ କ୍ରିକେଟ ଏକ ଦିବସୀୟ ଆନ୍ତର୍ଜାତୀୟ
ମ୍ୟାଚ ସଂଖ୍ୟା 69 219
ମୋଟ ରନ 2741 3266
ବ୍ୟାଟିଂ ହାର 28.55 23.00
ଶତକ/ଅର୍ଦ୍ଧଶତକ 4/15 -/12
ସର୍ବାଧିକ ରନ 137 72*
ବଲ ସଂଖ୍ୟା
ଉଇକେଟ
ବୋଲିଂ ହାର
ଇନିଙ୍ଗସରେ ୫ଟି ଉଇକେଟ
ମ୍ୟାଚରେ ୧୦ଟି ଉଇକେଟ n/a
ସବୁଠୁ ଭଲ ବୋଲିଂ
କ୍ୟାଚ/ଷ୍ଟମ୍ପିଙ୍ଗ 128/20 214/73
Source: କ୍ରିକଇନ୍ଫୋ, ୦୫ ନଭେମ୍ବର ୨୦୧୭

ମୋଈନ ଖାନ, ମୁଲ୍ତାନରେ ୱେଷ୍ଟଇଣ୍ଡିଜ କ୍ରିକେଟ ଟୀମ ବିପକ୍ଷରେ ନିଜ ଅନ୍ତଃରାଷ୍ଟ୍ରିୟ କ୍ରିକେଟର ଜୀବନ ଆରମ୍ଭ କରିଥିଲେ । ସେ ଟେଷ୍ଟ କ୍ରିକେଟରେ ୬୯ଟି ମ୍ୟାଚ ଖେଳିଥିଲେ ଯେଉଁଥିରେ[୩] ୱିକେଟ ରକ୍ଷଣ କରି ୧୨୮ଟି କ୍ୟାଚ ମଧ୍ୟ ନେଇଥିଲେ । ସେ ମଧ୍ୟ ୨୧୯ ଏକ ଦିବସୀୟ ଅନ୍ତଃରାଷ୍ଟ୍ରିୟ କ୍ରିକେଟ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ କ୍ରିକେଟ ଦଳର ମୁଖ୍ୟ ଚୟନ କର୍ତ୍ତା ରୂପେ "ଇକବାଲ କାସିମ"ଙ୍କ ଜାଗା ନେଇଥିଲେ[୪] ଏବଂ ୧୧ ଫେବୃୟାରୀ ୨୦୧୪ ମସିହାରେ ତାଙ୍କୁ ରାଷ୍ଟ୍ରୀୟ ଦଳର ମୁଖ୍ୟ କୋଚ ଋପେ ନିଯୁକ୍ତ କରାଯାଇଥିଲା ।[୫]

କୋଚିଙ୍ଗ କ୍ୟାରିୟର ସମ୍ପାଦନା

ମୋଈନଙ୍କୁ ଅଗଷ୍ଟ ୨୦୧୩ ମସିହାରେ ଦଳର ପ୍ରବନ୍ଧକ ଋପେ ନିଯୁକ୍ତ କରାଯାଇଥିଲା ।[୬] ୧୧ ଫେବୃୟାରୀ ୨୦୧୪ ମସିହାରେ ତାଙ୍କୁ ଡାଭ ହ୍ୱାଟମୋରଙ୍କ ଜାଗାରେ ରାଷ୍ଟ୍ରୀୟ ଦଳର ପ୍ରମୂଖ କୋଚ ଋପେ ନିଯୁକ୍ତ ଦିଆଗଲା ।[୭] ତାଙ୍କୁ ୨୦୧୩ ମସିହାରେ ପାକିସ୍ତାନୀ ଟୀମର ମୂଖ୍ୟ ଚୟନକର୍ତ୍ତା ରୂପେ ନିଯୁକ୍ତ କରାଯାଇଥିଲା, କିନ୍ତୁ ୨୦୧୫ ମସିହାରେ "କ୍ରିକେଟ ବିଶ୍ୱକପ ୨୦୧୫"ରେ ଦଳର ଖରାପ ପ୍ରଦର୍ଶନ ପରେ ସେଥିରୁ ହଟେଇ ଦିଆଯାଇଥିଲା ।

ଅନ୍ତଃରାଷ୍ଟ୍ରୀୟ ଜୀବନ ସମ୍ପାଦନା

ନିଜର ଅନ୍ତଃରାଷ୍ଟ୍ରୀୟ କ୍ୟାରୀୟର ଅନୁସାରେ ମୋଈନଙ୍କୁ ୱିକେଟ-କିପର, "ରସୀଦ ଲତିଫ"ଙ୍କ ସହିତ ପ୍ରତିସ୍ପର୍ଦ୍ଧା କରିବାକୁ ପଡିଥିଲା । ଟେଷ୍ଟ କ୍ରିକେଟରେ ବ୍ୟାଟିଙ୍ଗ ଆଭରେଜ ସମାନ ହେଲେ ମଧ୍ୟ, ଲତିଫଙ୍କ ତୁଳନାରେ ତାଙ୍କର ଉତ୍ତମ ଏକ ଦିବସୀୟ ଆଭରେଜ ରନ ଥିଲା ଏବଂ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ସେ ଲତିଫଙ୍କ ତୁଳନାରେ ଅଧିକ ରନ ମଧ୍ୟ କରିଥିଲେ । ମୋଈନ, ଲତିଫଙ୍କ ୩.୫୧ ପ୍ରତି ଟେଷ୍ଟ ବିରୁଦ୍ଧରେ ପ୍ରତି ଟେଷ୍ଟ ୨.୧୪ ୱିକେଟର ରେକର୍ଡ ରଖିଥିଲେ ।

ପେସାଦାର କ୍ରିକେଟ ସମ୍ପାଦନା

୨୦୦୫ ମସିହାରେ, ମୋଈନ ପାକିସ୍ତାନ ପେସାଦାର ୨୦-୨୦ କ୍ରିକେଟରେ ପ୍ରଥମ ଶତକ ରନ କରି "କରାଚୀ ଡଲ୍ଫୀନ" ପାଇଁ ୫୯ ବଲରେ ୧୧୨ ରନ ବନେଇ "ଲାହୋର ଲାଇଅନ୍ସ" ବିରୁଦ୍ଧରେ "ଫୈସାଲ ବ୍ୟାଙ୍କ ଟି୨୦ କପ (ABN-AMRO)"ରେ ୨୦-୨୦ କପ ଖେଳିଥିଲେ । ସିଜିନ ଶେଷରେ, ହାଇଦ୍ରାବାଦ ତରଫରୁ ଖେଳି ସେ ନିଜ କ୍ରିକେଟ ଜୀବନର ଉଚ୍ଚତମ ପ୍ରଥମ ଶ୍ରେଣୀ ସ୍କୋର ୨୦୦ ରନ କରି ଅବସର ନେଇଥିଲେ । ୨୦୦୭ ମସିହାରେ, ମୋଈନ ଅନୌପଚାରିକ ଭାରତୀୟ କ୍ରିକେଟ ଲିଗ ସହିତ ହସ୍ତାକ୍ଷର କଲେ ଏବଂ ହାଇଦ୍ରାବାଦ ହିରୋଜକୁ ପ୍ରଶିକ୍ଷିତ କରିଥିଲେ । ପ୍ରତିଯୋଗିତାର ୨୦୦୮ର ସଂସ୍କରଣରେ, ସେ ଲାହୋର ବାଦଶାହା ଦଳକୁ ପ୍ରଶିକ୍ଷିତ କରିଥିଲେ ।

ପାକିସ୍ତାନ ସୁପର ଲିଗ ୨୦୧୬ ସମ୍ପାଦନା

ସେ ବର୍ତ୍ତମାନ ପିଏସଏଲ ୨୦୧୬ର ମୁଖ୍ୟ କୋଚ ଋପେ କ୍ୱାଟ୍ଟା ଗ୍ଲାଡିଏଟର୍ସ ସହିତ କାମ କରୁଛନ୍ତି ।

ଆଧାର ସମ୍ପାଦନା

  1. ସ୍ପୋଡ୍ସ ୱିକି. "ICC Cricket World Cup 2015: Moin Khan pardoned for visiting Christchurch casino by PCB". Retrieved 5 ନଭେମ୍ବର 2017.
  2. ଇଏସପିଏନ. "Moin Khan Full Profile on ESPN". Retrieved 5 ନଭେମ୍ବର 2017.
  3. ଦୁନିଆ ନ୍ୟୁଜ. "Moin Khan likely to return to PCB after 2015 casino scandal". Retrieved 5 ନଭେମ୍ବର 2017.
  4. "Moin Khan appointed as chief selector for Pakistan". Sky Sports. 15 July 2013. Retrieved 15 July 2013.
  5. http://www.espncricinfo.com/pakistan/content/current/story/718163.html
  6. http://www.espncricinfo.com/pakistan/content/story/663321.html
  7. http://www.espncricinfo.com/pakistan/content/current/story/718163.html