ମୈଥୁନ ଯନ୍ତ୍ରଣା
ମୈଥୁନ ଯନ୍ତ୍ରଣା ବା ଡିସପାରେନିଆ (ଇଂରାଜୀ ଭାଷାରେ Dyspareunia) ଅବସ୍ଥାରେ ଯୌନ ସମ୍ପର୍କ ରଖିବା ସମୟରେ ଯନ୍ତ୍ରଣା ହୁଏ ।[୧] ଏହି ଯନ୍ତ୍ରଣା ବାରମ୍ବାର କିମ୍ବା ସ୍ଥାୟୀ ହୋଇପାରେ ।[୨] ଏଥିରେ ଅନିଚ୍ଛାକୃତ ମାଂସପେଶୀ ସ୍ପାଜ୍ମ ବା ଅତି ସଂଙ୍କୋଚନ ହେବା ଯୋଗୁ ଯୋନୀ ଭିତରକୁ ଲିଙ୍ଗ ପ୍ରବେଶ କରିବାକୁ ରୋକିଥାଏ ଯାହା ଭାଜିନିସମସ ଭାବରେ ମଧ୍ୟ ଜଣାଶୁଣା ।[୨] ଏହା ଯୋଗୁ ଆତ୍ମ ସମ୍ମାନ କମ ହୁଏ କିମ୍ବା ଉଦାସୀନତା ସୃଷ୍ଟି ହୋଇପାରେ । [୨] [୩]
Dyspareunia | |
---|---|
Painful sex | |
ଉଚ୍ଚାରଣ | |
ବିଭାଗ | Gynecology |
ଲକ୍ଷଣ | Pain with sexual intercourse[୧] |
କାରଣ | Injury, vaginal atrophy, endometriosis, prolapse, vaginal yeast infections, herpes, lichen sclerosus, lichen planus, Behçet's[୨] |
ବିପଦ କାରକ | Young age, poor knowledge regarding sex, relationship problems, physical abuse[୨] |
ଔଷଧ | Anesthetic cream, estrogen cream[୨] |
ଚିକିତ୍ସା | Depends on the primary underlying cause[୨] |
ପୁନଃପୌନିକ | Most women at some point in time[୨] |
ବିପଦ କାରକଗୁଡ଼ିକ ମଧ୍ୟରେ ଅଳ୍ପ ଯୁବା ବୟସ, ଯୌନ ସମ୍ବନ୍ଧୀୟ ଅଳ୍ପ ଜ୍ଞାନ, ସମ୍ପର୍କ ସମସ୍ୟା ଏବଂ ଶାରୀରିକ ନିର୍ଯାତନା ହୋଇପାରେ ।[୨] ଅନ୍ୟାନ୍ୟ କାରଣରେ ଆଘାତ, ଯୋନୀ ଆଟ୍ରୋଫି, ଏଣ୍ଡୋମେଟ୍ରିଓସିସ, ପ୍ରୋଲାପ୍ସ, ଯୋନୀ କବକ/ଖମୀର ସଂକ୍ରମଣ, ହର୍ପିସ, ଲିଚେନ ସ୍କ୍ଲେରୋସସ, ଲାଇଚେନ ପ୍ଲାନସ୍ ଏବଂ ବେସେଟ ରୋଗ ଅନ୍ତର୍ଭୁକ୍ତ ହୋଇପାରେ ।[୨] ପ୍ରାୟ ଏକାଧିକ କାରଣ ଜଡ଼ିତ ଥାଏ ।[୨] ପେରୋନି ରୋଗ ହେତୁ ଏହା ପୁରୁଷମାନଙ୍କଠାରେ ମଧ୍ୟ ହୋଇପାରେ ।[୪] ନିରାକରଣ ସାଧାରଣତଃ ଶାରୀରିକ ପରୀକ୍ଷା ଏବଂ ଚିକିତ୍ସା ଇତିହାସ ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ ।[୨]
ପ୍ରାଥମିକ ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [୨] ସାଧାରଣତଃ ସମସ୍ୟା ସମ୍ବନ୍ଧୀୟ ଶିକ୍ଷା ସହିତ ଚିକିତ୍ସା ଆରମ୍ଭ ହୋଇଥାଏ ।[୨] ବ୍ୟକ୍ତିଗତ କିମ୍ବା ଦମ୍ପତିଙ୍କ ପରାମର୍ଶ ସାହାଯ୍ୟ କରିପାରେ ।[୨] କେତେକ କ୍ଷେତ୍ରରେ ନିଶ୍ଚେତକ କ୍ରିମ କିମ୍ବା ଇଷ୍ଟ୍ରୋଜେନ୍ କ୍ରିମ୍ ଉପଯୋଗୀ ହୋଇପାରେ ।[୨] ଅଧିକାଂଶ ଲୋକ ଚିକିତ୍ସା ଖୋଜନ୍ତି ନାହିଁ ।[୩]
ଡିସପାରେନିଆ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ ।[୪] ଏହା ଅଧିକାଂଶ ମହିଳାଙ୍କୁ ପ୍ରଭାବିତ କରିଥାଏ ଯେଉଁମାନେ କି ପୂର୍ବରୁ କୌଣସି ସମୟରେ ଯୌନ ସମ୍ପର୍କ ରଖିଥାଆନ୍ତି ।[୨] ଶିଶୁ ଜନ୍ମ ହେବାର ୬ରୁ ୧୨ ମାସ ପରେ ଏହା ପ୍ରାୟ ୨୨% ମହିଳାଙ୍କୁ ପ୍ରଭାବିତ କରେ ବୋଲି ଆକଳନ କରାଯାଇଛି ।[୫] ଋତୁବନ୍ଦ ପରେ ପ୍ରାୟ ଅର୍ଦ୍ଧେକ ମହିଳା ମଧ୍ୟ ପ୍ରଭାବିତ ହୁଅନ୍ତି ।[୪] ଏହି ଶବ୍ଦ ଗ୍ରୀକ୍ ଭାଷାର "କଷ୍ଟସାଧ୍ୟ ମିଳନ" ଶବ୍ଦରୁ ଆସିଛି ।[୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ Tayyeb, Muhammad; Gupta, Vikas (2023). "Dyspareunia". StatPearls. StatPearls Publishing. PMID 32965830. Archived from the original on 2023-03-29. Retrieved 2024-05-12.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ Lamont, John A. (2011). "Dyspareunia and Vaginismus". The Global Library of Women's Medicine. doi:10.3843/GLOWM.10430.
- ↑ ୩.୦ ୩.୧ Tayyeb, M; Gupta, V (January 2023). "Dyspareunia". StatPearls. PMID 32965830.
- ↑ ୪.୦ ୪.୧ ୪.୨ "Dyspareunia: What Is It, Causes, Signs, Symptoms and More | Osmosis". www.osmosis.org (in ଇଂରାଜୀ). Archived from the original on 27 February 2023. Retrieved 29 November 2023.
- ↑ Banaei, Mojdeh; Kariman, Nourossadat; Ozgoli, Giti; Nasiri, Maliheh; Ghasemi, Vida; Khiabani, Azam; Dashti, Sareh; Mohamadkhani Shahri, Leila (2020-12-27). "Prevalence of postpartum dyspareunia: A systematic review and meta‐analysis". International Journal of Gynecology & Obstetrics. 153 (1): 14–24. doi:10.1002/ijgo.13523. ISSN 0020-7292. PMID 33300122. Archived from the original on 2023-10-22. Retrieved 2023-10-18.