ଭାଜିନିସମସ
ଭାଜିନିସମସ (ଇଂରାଜୀ ଭାଷାରେ Vaginismus) ଏକ ଅବସ୍ଥା ଯେଉଁଥିରେ ଯୌନ ସଙ୍ଗମ କାଳରେ ଲିଙ୍ଗର ଯୋନୀ ପ୍ରବେଶ (vaginal penetration) ସମୟରେ ମହିଳାଙ୍କର ସ୍ୱତଃଜାତ ପେଶୀ ସ୍ପାଜ୍ମ (muscle spasm) ହୋଇଯାଏ ।[୨] ଫଳରେ ସଙ୍ଗମ ସମୟରେ ଯନ୍ତ୍ରଣା (pain with attempts at sex) ହୁଏ ।[୨] ପ୍ରଥମ ଯୌନ ସଙ୍ଗମ (sexual intercourse) କାଳରେ ଏହା ଅଧିକ ହୁଏ । [୩]
ଭାଜିନିସମସ (Vaginismus) | |
---|---|
ଭାଜିନିଜ୍ମ (Vaginism), ଜେନିଟୋ-ପେଲଭିକ ଯନ୍ତ୍ରଣା ବେମାରୀ (genito-pelvic pain disorder)[୧] | |
ବିଭାଗ | ସ୍ତ୍ରୀରୋଗ ବିଜ୍ଞାନ (Gynecology) |
ଲକ୍ଷଣ | ଯୌନ କ୍ରିୟା ସମୟରେ ଯନ୍ତ୍ରଣା (Pain with sex)[୨] |
ଆକ୍ରାନ୍ତ ସମୟ | ପ୍ରଥମ ଯୌନକ୍ରିୟା ସମୟରେ (sexual intercourse)[୩] |
କାରଣ | କଷ୍ଟର ଭୟ[୩] |
ବିପଦ କାରକ | ଯୌନ ଆକ୍ରମଣର (sexual assault) ଇତିହାସ, ଏଣ୍ଡୋମେଟ୍ରିଓସିସ (endometriosis), ଭାଜିନାଇଟିସ (vaginitis), ପୂର୍ବରୁ ଏପିସିଓଟୋମି ଅପରେଶନ (episiotomy)[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ ଓ ପେଲଭିକ ପରୀକ୍ଷା (examination)[୨] |
ସଠିକ ରୋଗ ନିର୍ଣ୍ଣୟ | କଷ୍ଟଦାୟକ ସଙ୍ଗମ (Dyspareunia)[୪] |
ଚିକିତ୍ସା | ବ୍ୟବହାରିକ ଥେରାପି (Behavior therapy), କ୍ରମିକ ଯୋନୀ ପ୍ରସାରଣ vaginal dilatation[୨] |
Prognosis | ସାଧାରଣତଃ ଚିକିତ୍ସାରେ ସୁଫଳ [୫] |
ପୁନଃପୌନିକ | ୦.୫% ମହିଳାଙ୍କର [୨] |
ସାଧାରଣତଃ ପ୍ରଥମ ସଙ୍ଗମ ପୂର୍ବରୁ ମହିଳାମାନଙ୍କ ମନରେ ଲିଙ୍ଗର ପ୍ରବେଶ ଜନିତ ଅହେତୁକ ଯନ୍ତ୍ରଣା ହେବାର ଭୟ ଥିବା ଯୋଗୁ ଭାଜିନିସମସ ହୁଏ ।[୩] ଯୌନ ଆକ୍ରମଣର (sexual assault) ଇତିହାସ, ଏଣ୍ଡୋମେଟ୍ରିଓସିସ (endometriosis), ଭାଜିନାଇଟିସ (vaginitis), ପୂର୍ବରୁ ଏପିସିଓଟୋମି ଅପରେଶନ (episiotomy) ଇତ୍ୟାଦି ଏହି ଅବସ୍ଥାର ସଙ୍କଟ କାରକ ବିବେଚିତ ହୋଇଥାଆନ୍ତି । [୨] ଲକ୍ଷଣ ଅନୁସାରେ ଓ ପେଲଭିକ ପରୀକ୍ଷା (examination) କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨] ଏହି ନିର୍ଣ୍ଣୟ ନିମନ୍ତେ କୌଣସି ଗଠନ (anatomical) ବା ଶାରୀରିକ ସମସ୍ୟା ନଥିବା ଓ ମହିଳା ମନରେ ଲିଙ୍ଗ ପ୍ରବେଶ ଇଚ୍ଛା ଥିବା ଆବଶ୍ୟକ । [୩][୬]
ବ୍ୟବହାରିକ ଥେରାପି (Behavior therapy) ଯେପରିକି ଗ୍ରାଜୁଏଟେଡ ଏକ୍ସପୋଜର ଥେରାପି (graduated exposure therapy) ଓ କ୍ରମିକ ଯୋନୀ ପ୍ରସାରଣ vaginal dilatation ଉପାୟ ଅବଲମ୍ବନ କରାଯାଏ ।[୨][୩] ସାଧାରଣତଃ ଅପରେଶନ ଆବଶ୍ୟକ ହୁଏନାହିଁ ।[୫] ବୋଟୁଲିନମ ଟକ୍ସିନର (Botulinum toxin) ଉପକାରୀତା ଉପରେ ଅନୁଶୀଳନ ଚାଲିଛି ।[୨] ପ୍ରାୟ ୦.୫% ମହିଳାଙ୍କର ଏହି ସମସ୍ୟା ହୁଏ ।[୨] ଚିକିତ୍ସାର ଫଳାଫଳ ବହୁତ ଭଲ ।[୫]
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Maddux, James E.; Winstead, Barbara A. (2012). Psychopathology: Foundations for a Contemporary Understanding (in ଇଂରାଜୀ). Taylor & Francis. p. 332. ISBN 9781136482847.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Ferri, Fred F. (2016). Ferri's Clinical Advisor 2017 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1330. ISBN 9780323448383.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Vaginismus". Merck Manuals Professional Edition. April 2013. Archived from the original on 18 January 2021. Retrieved 15 October 2018.
- ↑ Domino, Frank J. (2010). The 5-Minute Clinical Consult 2011 (in ଇଂରାଜୀ). Lippincott Williams & Wilkins. p. 1394. ISBN 9781608312597.
- ↑ ୫.୦ ୫.୧ ୫.୨ "Vaginismus". NHS. Retrieved 15 October 2018.
- ↑ Braddom, Randall L. (2010). Physical Medicine and Rehabilitation E-Book (in ଇଂରାଜୀ). Elsevier Health Sciences. p. 665. ISBN 1437735630.
ଅଧିକ ପଢ଼ନ୍ତୁ
ସମ୍ପାଦନା- Crowley T, Richardson D, Goldmeier D (January 2006). "Recommendations for the management of vaginismus: BASHH Special Interest Group for Sexual Dysfunction". Int J STD AIDS. 17 (1): 14–8. doi:10.1258/095646206775220586. PMID 16409672.
- Reissing ED, Binik YM, Khalifé S (May 1999). "Does vaginismus exist? A critical review of the literature". J. Nerv. Ment. Dis. 187 (5): 261–74. doi:10.1097/00005053-199905000-00001. PMID 10348080.
ବାହ୍ୟ ଲିଙ୍କ
ସମ୍ପାଦନାଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |