ମେଷ (ମାସ)
ସୌର ବର୍ଷର ପ୍ରଥମ ମାସ ହେଉଛି ମେଷ ମାସ । ଏହା ମେଷ ସଂକ୍ରାନ୍ତିରୁ ଆରମ୍ଭ ହୋଇ ମାସାନ୍ତରେ ଶେଷ ହୁଏ ।
ଜ୍ୟୋତିଷୀୟ ପୃଷ୍ଠଭୂମି
ସମ୍ପାଦନାଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସୂର୍ଯ୍ୟ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।[୧] ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ସୂର୍ଯ୍ୟ ଯେଉଁ ସମୟ ମଧ୍ୟରେ ଏହି ମେଷ ରାଶିରେ ଅବସ୍ଥାନ କରେ ସେହି ସମୟ ମେଷ ମାସ ନାମରେ ନାମିତ । ଏହା ମେଷ ସଂକ୍ରାନ୍ତିରୁ ଆରମ୍ଭ ହୋଇ ମାସାନ୍ତରେ ଶେଷ ହୁଏ । ସାଧାରଣତଃ ଏହା ଇଂରାଜୀ ମାସ ଏପ୍ରିଲର ମଧ୍ୟ ଭାଗରୁ ଆରମ୍ଭ ହୋଇ ମଇ ମାସର ମଧ୍ୟ ଭାଗରେ ଶେଷ ହୁଏ । ହିନ୍ଦୁମାନଙ୍କର ଚାନ୍ଦ୍ରମାନ ମାସ ଚୈତ୍ର ଏବଂ ବୈଶାଖସହ ଏହା ସମ୍ବନ୍ଧିତ ।[୨] ଏହିପରିଭାବେ ୧୨ଟି ରାଶି ନାମରେ ନାମିତ ୧୨ଟି ସୌରମାସ ଅଥବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।[୩] ମୂଖ୍ୟତଃ ଭାରତୀୟ ବସନ୍ତଋତୁରେ ପଡୁଥିବା ଏହି ସୌର ମାସରେ ସୀତାନବମୀ, ଚୈତ୍ର ନବରାତ୍ରୀ ଇତ୍ୟାଦି ହିନ୍ଦୁ ପର୍ବ ପର୍ବାଣି ପାଳିତ ହୁଏ ।[୪]
- ଅଖିଳ ଭାରତୀୟ ନିରୟନ ସୌର କ୍ୟାଲେଣ୍ଡର ପଦ୍ଧତିରେ ପ୍ରଥମ ସୌର ମାସ (ବୈଶାଖ) ୧୪ ଅପ୍ରିଲରୁ- ୧୪ ମଇ ।[୫]
ଅଧିକ ତଥ୍ୟ
ସମ୍ପାଦନାଆଧାର
ସମ୍ପାଦନା- ↑ "Indian Clendars" (PDF). Retrieved 24 September 2015.
- ↑ "Hindu Calendar". Retrieved 24 September 2015.
- ↑ "Months named after rasis". Retrieved 24 September 2015.
- ↑ "Important Festivals". Retrieved 13 June 2017.
- ↑ "Uniform All India Nirayana Solar Calendar" (PDF). Retrieved 30 May 2017.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |