ମେରୋପେନେମ/ଭାବୋରବାକ୍ଟମ

ମେରୋପେନେମ/ ଭାବୋରବାକ୍ଟମ ଏକ ଔଷଧ ସମଷ୍ଟି ଯାହା ମୂତ୍ରାଙ୍ଗ ସଂକ୍ରମଣ, ଜଟିଳ ଉଦର ସଂକ୍ରମଣ, ଏବଂ ଡାକ୍ତରଖାନା ଅ

ମେରୋପେନେମ/ ଭାବୋରବାକ୍ଟମ, ବାଣିଜ୍ୟ ନାମ ଭାବୋମିଅର, ଏକ ଔଷଧ ସମଷ୍ଟି ଯାହା ମୂତ୍ରାଙ୍ଗ ସଂକ୍ରମଣ, ଜଟିଳ ଉଦର ସଂକ୍ରମଣ, ଏବଂ ଡାକ୍ତରଖାନା ଅକ୍ତିଆର ନିମୋନିଆ ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହୃତ ହୁଏ । [୧] [୨] ଏଥିରେ ମେରୋପେନେମ ଯାହା ଏକ β- ଲାକ୍ଟାମ ଆଣ୍ଟିବାୟୋଟିକ୍ ଏବଂ ଭାବୋରବାକ୍ଟମ ଯାହା ଏକ β- ଲାକ୍ଟାମେଜ ଇନହିବିଟର ଥାଏ | [୩] ଏହା ଇଞ୍ଜେକସନ ଆକାରରେ ଶିରାରେ ଦିଆଯାଏ । [୩]

ମେରୋପେନେମ/ଭାବୋରବାକ୍ଟମ
Combination of
Meropenemβ-lactam antibiotic
Vaborbactamβ-lactamase inhibitor
Clinical data
Trade namesVabomere, Vaborem, others
AHFS/Drugs.commonograph
data
Routes of
administration
Intravenous
ATC code
Legal status
Legal status
Identifiers
CAS Number
KEGG

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଇଞ୍ଜେକ୍ସନ୍ ସ୍ଥାନରେ ପ୍ରଦାହ, ଅଇ, ତରଳ ଝାଡ଼ା, ଯକୃତ ପ୍ରଦାହ ଏବଂ ହାଇପୋକାଲିମିଆ ବା ନିମ୍ନ ରକ୍ତ ପୋଟାସିୟମ୍ ଅନ୍ତର୍ଭୁକ୍ତ ଥାଏ | [୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍, ବାତ ଏବଂ କ୍ଲୋଷ୍ଟ୍ରିଡିୟମ ଡିଫିସିଲ୍ ତରଳ ଝାଡ଼ା ଅନ୍ତର୍ଭୁକ୍ତ ହୋଇପାରେ | [୩] ଗର୍ଭାବସ୍ଥାରେ ବ୍ୟବହାର ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ରହିଛି। [୪] ମେରୋପେନେମ ବ୍ୟାକ୍ଟେରିଆ କୋଷ ପ୍ରାଚୀର ନିର୍ମାଣକୁ ଅବରୋଧ କରି କାର୍ଯ୍ୟ କରିଥାଏ ଏବଂ β- ଲାକ୍ଟାମେଜଦ୍ୱାରା ମେରୋପେନେମ ଭାଙ୍ଗିବାକୁ ଭାବୋରବାକ୍ଟମ ଅବରୋଧ କରିଥାଏ | [୩]

୨୦୧୭ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା | [୧] [୨] ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହି ନାମ ଲିପିବଦ୍ଧ ଅଛି । [୫] ଯୁକ୍ତରାଷ୍ଟ୍ରରେ ୨୦୧୯ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୧,୧୨୬ ଆମେରିକୀୟ ଡଲାର ଥିଲା । [୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Vabomere (combination) Monograph for Professionals". Drugs.com (in ଇଂରାଜୀ). Retrieved 6 November 2019.
  2. ୨.୦ ୨.୧ "Vaborem". European Medicines Agency (in ଇଂରାଜୀ). 24 September 2018. Retrieved 6 November 2019.
  3. ୩.୦ ୩.୧ ୩.୨ ୩.୩ "Vabomere (combination) Monograph for Professionals". Drugs.com (in ଇଂରାଜୀ). Retrieved 6 November 2019.
  4. "Meropenem / vaborbactam (Vabomere) Use During Pregnancy". Drugs.com (in ଇଂରାଜୀ). Retrieved 6 November 2019.
  5. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  6. "Vabomere Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 6 November 2019.