ମୁଖ୍ୟ ଅଧିକାରକ୍ଷେତ୍ର

ଲୋକବିଧି ନ୍ୟାୟତନ୍ତ୍ରଗୁଡ଼ିକରେ ଏକ ନ୍ୟାୟାଳୟର ମୁଖ୍ଯ ଅଧିକାରକ୍ଷେତ୍ର କହିଲେ କୌଣସି ମାମଲାକୁ ପ୍ରଥମଥର ଶୁଣାଣି କରିବାର କ୍ଷମତାକୁ ବୁଝାଏ । ଅର୍ଥାତ୍ ଏକ ନିମ୍ନ ନ୍ୟାୟାଳୟର ରାୟ ବିରୋଧରେ ଉପର ନ୍ୟାୟାଳୟର ଅପିଲ୍ ଗ୍ରହଣ କରିବା ବିପରୀତ ସିଧାସଳଖ ଉକ୍ତ ମାମଲା ଉପରେ ଶୁଣାଣି କରିବା ।

ଭାରତ ସମ୍ପାଦନା

ଭାରତରେ, ସର୍ବୋଚ୍ଚ ନ୍ୟାୟାଳୟ ପାଖରେ ମୁଖ୍ଯ, ଅପିଲୀୟ ଏବଂ ପରାମର୍ଶିକ ଅଧିକାରକ୍ଷେତ୍ର ରହିଛି ।[୧] ଭାରତୀୟ ପ୍ରଶାସନ ଓ କୌଣସି ରାଜ୍ୟ ମଧ୍ଯରେ କିମ୍ବା ଭାରତୀୟ ପ୍ରଶାସନ ଓ କେତେକ ରାଜ୍ଯ ଏକ ପକ୍ଷରେ ଓ ଅନ୍ୟ ରାଜ୍ଯ ବିପକ୍ଷରେ କିମ୍ବା ରାଜ୍ଯରାଜ୍ୟ ମଧ୍ଯରେ ଉତ୍ପନ୍ନ ବିବାଦର ସମାଧାନ ପାଇଁ ସର୍ବୋଚ୍ଚ ନ୍ଯାଯାଳୟର ଅନନ୍ୟ ଅଧିକାରକ୍ଷେତ୍ର ରହିଛି । ସର୍ବୋଚ୍ଚ ନ୍ଯାଯାଳୟରେ ସମ୍ବିଧାନର ଅର୍ଥ ପ୍ରକାଶ ପାଇଁ ଆସିଥିବା ମାମଲା ସହିତ ମୁଖ୍ଯ ଅଧିକାରକ୍ଷେତ୍ର ସମ୍ବନ୍ଧିତ । ତା ଛଡ଼ା ସର୍ବୋଚ୍ଚ ନ୍ଯାଯାଳୟରେ ମୌଳିକ ଅଧିକାର ହରଣ ବିଷୟରେ ଆସିଥିବା ମାମଲା ସବୁ ଏହି କ୍ଷମତା ଅଧିନରେ ବିଚାର କରାଯାଏ । ଭାରତୀୟ ସମ୍ବିଧାନ ଧାରା ୧୩୧ ସର୍ବୋଚ୍ଚ ନ୍ଯାଯାଳୟକୁ ମୌଳିକ ଅଧିକାର ସମ୍ବନ୍ଧିତ ସମସ୍ତ ମାମଲାର ଶୁଣାଣି କରିବା ପାଇଁ ମୁଖ୍ଯ ଅଧିକାରକ୍ଷେତ୍ର ଦେଇଅଛି ।[୧] ଏହାକୁ ଆଦେଶ ତଥା ବିଭିନ୍ନ ପ୍ରକାର ଲିଖିତାଦେଶ ପ୍ରକାଶ କରିବାକୁ କ୍ଷମତା ମିଳିଛି, ଯଥା - ବନ୍ଦୀ ପ୍ରତ୍ୟକ୍ଷୀକରଣ, ପରମାଜ୍ଞା, ନିଷେଧାଦେଶ, ଉତ୍ପ୍ରେଷଣ, ଅଧିକାର ପୃଚ୍ଛାର ଲିଖିତାଦେଶ ଆଦି ।

ସମ୍ବିଧାନ ଧାରା ୧୩୨(୧), ୧୩୩(୧) କିମ୍ବା ୧୩୪ ଅଧିନରେ କୌଣସି ଲୋକ କିମ୍ବା ଅପରାଧୀକ ମାମଲାରେ ଉଚ୍ଚ ନ୍ୟାୟାଳୟଦ୍ୱାରା ପ୍ରକାଶିତ ରାୟ, ବିଚାର କିମ୍ବା ଅନ୍ତିମ ନିର୍ଣ୍ଣୟ ସହିତ ଏକ ପ୍ରମାଣପତ୍ର ଦିଆଯାଇ ଥାଏ । ଏହି ପ୍ରମାଣପତ୍ରକୁ ବ୍ଯବହାର କରି ଜଣେ ସର୍ବୋଚ୍ଚ ନ୍ଯାୟାଳୟରେ ଅପିଲ କରିପାରିବ, ଯାହା ତାଙ୍କ ମୁଖ୍ଯ ଅଧିକାରକ୍ଷେତ୍ରଭୁକ୍ତ ।

ଭାରତୀୟ ସମ୍ବିଧାନ ଧାରା ୧୪୩ ଅନୁସାରେ ରାଷ୍ଟ୍ରପତିଙ୍କ ଅନୁଗ୍ରହ କ୍ରମେ ସର୍ବୋଚ୍ଚ ନ୍ଯାୟାଳୟ ନିଜ ବିଶେଷ ପରାମର୍ଶିକ ଅଧିକାର ପ୍ରୟୋଗ କରିପାରିବେ ।

ଯୁକ୍ତରାଷ୍ଟ୍ର ଆମେରିକା ସମ୍ପାଦନା

ସର୍ବୋଚ୍ଚ ନ୍ଯାୟାଳୟ ସମ୍ପାଦନା

ଯୁକ୍ତରାଷ୍ଟ୍ର ଆମେରିକାରେ, ଯେଉଁ ନ୍ୟାୟାଳୟ ପାଖରେ ମୁଖ୍ଯ ଅଧିକାରକ୍ଷେତ୍ର ରହିଥାଏ, ସେମାନଙ୍କୁ ବିଚାରାଳୟ କୁହାଯାଏ । କେତେକ ମାମଲାରେ, ନିମ୍ନ ଅଦାଲତ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ନ୍ଯାୟାଳୟର ସମବର୍ତ୍ତୀ ରୂପେ ମୁଖ୍ଯ ଅଧିକାରକ୍ଷେତ୍ର ରହିଛି । ଯୁକ୍ତରାଷ୍ଟ୍ରୀୟ ସମ୍ବିଧାନ ଧାରା ୩, ଭାଗ ୨[୨] ଏବଂ ଯୁକ୍ତରାଷ୍ଟ୍ରୀୟ ନୀତି, ଭାଗ ୧୨୫୧ର ଶୀର୍ଷକ ୨୮ଦ୍ୱାରା ଆମେରିକୀୟ ସର୍ବୋଚ୍ଚ ନ୍ଯାୟାଳୟର ମୁଖ୍ଯ ଅଧିକାରକ୍ଷେତ୍ର ନିର୍ଦ୍ଧାରିତ ହୋଇଥାଏ । ସାଧାରଣତଃ, ମୁଖ୍ଯ ଅଧିକାରକ୍ଷେତ୍ରଭୁକ୍ତ ମାମଲାଗୁଡ଼ିକ ରାଜ୍ଯ ରାଜ୍ଯ ମଧ୍ଯରେ ରାଜ୍ଯକ୍ଷେତ୍ର ବା ଜଳ ବିତରଣ ବିବାଦ ସହ ସମ୍ବନ୍ଧିତ ।

ତେଣୁ ଯୁକ୍ତରାଷ୍ଟ୍ରୀୟ ସମ୍ବିଧାନ ମୁଖ୍ଯ ଅଧିକାରକ୍ଷେତ୍ରକୁ ନିମ୍ନ ରୂପେ ବ୍ୟାଖ୍ୟା କରିଛି:

ଯେଉଁ ମାମଲାରେ କୌଣସି ରାଜଦୂତ(ଗଣ) ତଥା ଅନ୍ୟ ଲୋକମନ୍ତ୍ରୀମାନେ ସମ୍ପୃକ୍ତ ଥିବେ କିମ୍ବା କୌଣସି ଗୋଟିଏ ରାଜ୍ଯ ବା ରାଜ୍ଯମାନ ଉକ୍ତ ମାମଲାର ଏକ ପକ୍ଷରେ ଥିବେ, ସେହି ସମସ୍ତ ମାମଲାଗୁଡିକ ସର୍ବୋଚ୍ଚ ନ୍ଯାୟାଳୟଙ୍କ ମୁଖ୍ଯ ଅଧିକାରକ୍ଷେତ୍ରଭୁକ୍ତ ହେବ । କଂଗ୍ରେସଦ୍ୱାରା ନିର୍ଦ୍ଧାରିତ ନିୟମାନୁଯାୟୀ, ପୂର୍ବ ବର୍ଣ୍ଣିତ ସମସ୍ତ ମାମଲାରେ, ସର୍ବୋଚ୍ଚ ନ୍ଯାୟାଳୟଙ୍କ ଅପିଲୀୟ ଅଧିକାରକ୍ଷେତ୍ର ରହିବ । ଯୁକ୍ତରାଷ୍ଟ୍ର ସମ୍ବିଧାନ ଧାରା ୩, § ଅନୁ. ୨

ସଙ୍ଘ ଓ ରାଜ୍ଯ ନ୍ୟାୟାଳୟ ସମ୍ପାଦନା

ସଙ୍ଘ ନ୍ୟାୟତନ୍ତ୍ର ଓ ଅଧିକାଂଶ ରାଜ୍ଯମାନଙ୍କର ନ୍ୟାୟବ୍ୟବସ୍ଥାରେ ଅନେକ ବିଚାରାଳୟ ରହିଛି ।

ଆଧାର ସମ୍ପାଦନା

  1. ୧.୦ ୧.୧ "Jurisdiction of The Supreme Court". Supreme Court of India. Archived from the original on March 6, 2012. Retrieved 2012-06-23.
  2. Hatton, David; Wexler, Jay (2012). "The First Ever (Maybe) Original Jurisdiction Standings". Journal of Legal Metrics. 1: 19. Retrieved 31 May 2019.