ମୀନାକ୍ଷୀ ବାନର୍ଜୀ

ମୀନାକ୍ଷୀ ବାନର୍ଜୀ, ଜଣେ ଭାରତୀୟ ସାଇନୋ-ବାକ୍ଟେରିୟୋଲୋଜିଷ୍ଟ । ସେ ଆମେରିକାର ଟେକ୍ସାସ ରାଜ୍ୟର ହୌଷ୍ଟନ ସହରରେ ଅବସ୍ଥିତ ରାଇସ ବିଶ୍ୱବିଦ୍ୟାଳୟ ଅଧିନସ୍ଥ "ସେଣ୍ଟର ଫର ଆପ୍ଲାଏଡ଼ ଆଲଗାଲ ରିସର୍ଚ୍ଚ"ର ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ ।[୧] ସେ ଭୋପାଳର ବରକତୱାଲା ବିଶ୍ୱବିଦ୍ୟାଳୟରେ ଜୈବବିଜ୍ଞାନ ବିଭାଗର ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ମୀନାକ୍ଷୀ ବାନର୍ଜୀ‌
Nationalityଭାରତ
Alma materବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ
Known forସାଇନୋ-ବାକ୍ଟେରିୟାଲ ବାୟୋଟେକ୍ନୋଲୋଜି
Awardsଡ. କାଟଜୁ ସମ୍ମାନ, ଏମପି ଯୁବ ବୈଜ୍ଞାନିକ ସମ୍ମାନ
ବିଜ୍ଞାନୀ ଜୀବନ
କର୍ମାନୁଷ୍ଠାନବରକତୱାଲା ବିଶ୍ୱବିଦ୍ୟାଳୟ, ଭୋପାଳ

ବାଲ୍ୟଜୀବନ ଓ ଶିକ୍ଷା ସମ୍ପାଦନା

ପିଲାଦିନରୁ ମୀନାକ୍ଷୀ ପ୍ରକୃତି ବିଷୟରେ ଅନୁସନ୍ଧିଚ୍ଛୁ ଥିଲେ ବୋଲି ନିଜ ଆତ୍ମଜୀବନୀରେ ଲେଖିଛନ୍ତି । ସେ ଆସାନସୋଲର ଆଇରିସ କନଭେଣ୍ଟରୁ ନିଜ ସ୍କୁଲ ଶିକ୍ଷା ସାରି, ରାଞ୍ଚିର ନିର୍ମଳା ମହାବିଦ୍ୟାଳୟରୁ ଇଣ୍ଟରମିଡିଏଟ ଓ ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଶିକ୍ଷା ହାସଲ କରିଥିଲେ । ଜୀବବିଜ୍ଞାନରେ ସେ ସ୍ନାତକୋତ୍ତର ଶିକ୍ଷା ହାସଲ କରି ଜଣେ ସାଇନୋ-ବାକ୍ଟେରିୟୋଲୋଜିଷ୍ଟ ଭାବରେ ନିଜର ବୃତ୍ତି ଆରମ୍ଭ କରିଥିଲେ ।[୨]

ବୃତ୍ତିଗତ ଜୀବନ ସମ୍ପାଦନା

ପ୍ରଫେସର ଏଚ୍.ଡି.କୁମାରଙ୍କ ଅଧିନରେ ପି.ଏଚ୍.ଡି. ସମ୍ବନ୍ଧରେ କ୍ଷୁଦ୍ର ନୀଳ-ଶାଗୁଆ ଅଣୁଜୀବମାନଙ୍କର ଅନୁଶୀଳନ କରି ପିଏଚଡି ହାସଲ କରିଥିଲେ । ୧୯୮୯ ମସିହାରେ ମୀନାକ୍ଷୀ ବରକତୱାଲା ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ । ୧୯୯୭ରେ ସେ ରିଡ଼ର ଓ ୨୦୦୫ରେ ପ୍ରଫେସର ଓ ପରେ ବିଭାଗ ମୁଖ୍ୟ ଭାବରେ ପଦୋନ୍ନତି ପାଇଥିଲେ ।[୩]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଡ. କେ.ଏନ. କାଟଜୁ ରାଜ୍ୟ ବିଜ୍ଞାନ ପୁରସ୍କାର[୪]
  • ନେସନାଲ ଏକାଡେମୀ ଅଫ ସାଇନ୍ସର ଲାଇଫ ମେମ୍ବର[୫]

ଆଧାର ସମ୍ପାଦନା

  1. "Dr. Meenakshi Bhattacharjee". mbb3.web.rice.edu.
  2. "Women in Science - IAS Initiative" (PDF). Retrieved 13 March 2014.
  3. "Barkatullah University Profile" (PDF). Archived from the original (PDF) on 23 ଜାନୁଆରୀ 2013. Retrieved 13 ମାର୍ଚ୍ଚ 2014.
  4. "Madhya Pradesh government announces names of science awardees". The Times of India.indiatimes.com. 2012-08-25. Retrieved 2014-03-14.
  5. "The National Academy of Sciences, India - Life Members". Nasi.org.in. Archived from the original on 2014-03-13. Retrieved 2014-03-14.