ମୀନାକ୍ଷୀ ଦେବୀ

ଓଡ଼ିଆ ସାହିତ୍ୟିକା

ମୀନାକ୍ଷୀ ଦେବୀ (୨୮ ମାର୍ଚ୍ଚ ୧୯୫୫ - ୨ ଜୁନ ୨୦୨୧) ଜଣେ ଗୀତିକବି, ଗାଳ୍ପିକା ଓ ଶିଶୁ ସାହିତ୍ୟିକା ଥିଲେ । ସେ ଉତ୍କଳ ସାହିତ୍ୟ ସମାଜର ପ୍ରଥମ ମହିଳା ସାଧାରଣ ସମ୍ପାଦକ ଥିଲେ ।

ମୀନାକ୍ଷୀ ଦେବୀ
ଜନ୍ମ(1955-03-28)୨୮ ମାର୍ଚ୍ଚ ୧୯୫୫
ଶ୍ରୀପୁରୁ‌ଷୋତ୍ତମପୁର ଶାସନ, ପୁରୀ
ମୃତ୍ୟୁ୨ ଜୁନ ୨୦୨୧(2021-06-02) (ବୟସ ୬୬)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଓଡ଼ିଆ)
ପ୍ରସିଦ୍ଧିସାହିତ୍ୟିକା, ଅଧ୍ୟାପିକା
ବୈବାହିକ-ସାଥୀଶଶିଭୂଷଣ ତ୍ରିପାଠୀ
ପିତାମାତା(s)ସଦାଶିବ ମିଶ୍ର, କନକଲତା

ବ୍ୟକ୍ତିଗତ ଜୀବନ ସମ୍ପାଦନା

ମୀନାକ୍ଷୀ ଦେବୀ, ୧୯୫୫ ମସିହାରେ ପୁରୀ ଜିଲ୍ଲାର ଶ୍ରୀପୁରୁ‌ଷୋତ୍ତମପୁର ଶାସନଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସଦାଶିବ ମିଶ୍ର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ମାତାଙ୍କ ନାମ ଥିଲା କନକଲତା । ସ୍କୁଲ ସ୍ଥରରୁ ସେ ଖେଳ, ବକ୍ତୃତା, ସେବା ଆଦି କ୍ଷେତ୍ରରେ ଆଗଭର ଥିଲେ । ଶ୍ରେଷ୍ଠ ଗାଇଡ଼ ଭାବରେ ସେ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିଲେ । ସେ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷାହାସଲ କରିଥିଲେ । ୧୯୮୦ରୁ ୧୯୮୩ ମସିହା ପର୍ଯ୍ୟନ୍ତ ସେ ଝାରସୁଗୁଡ଼ାର ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ୧୯୯୨ରୁ ୨୦୧୫ ମସିହା ପର୍ଯ୍ୟନ୍ତ ସେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)ର ଗବେଷଣା ସହକାରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ସାହିତ୍ୟିକ ଜୀବନ ସମ୍ପାଦନା

ସେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ୨୦ରୁ ଅଧିକ ଗୀତିକବିତା, କ୍ଷୁଦ୍ରଗଳ୍ପ, ଶିଶୁ ନାଟକ, ଉପନ୍ୟାସ, ପ୍ରବନ୍ଧ ରଚନା କରିଥିଲେ । ସେ ମଧ୍ୟ [[ଆକାଶବାଣୀ କଟକ}ଆକାଶବାଣୀ]] ଏବଂ ଦୂରଦର୍ଶନର ସ୍ବୀକୃତିପ୍ରାପ୍ତ ଗୀତିକାର ଓ ନାଟ୍ୟକାର ଥିଲେ । ୨୦୧୯ ମସିହାରେ ସେ ଉତ୍କଳ ସାହିତ୍ୟ ସମାଜର ସମ୍ପାଦିକା ଭାବରେ ନିର୍ବାଚିତ ହୋଇଥିଲେ ।

ରଚନାବଳୀ ସମ୍ପାଦନା

  • ଅନ୍ୟ ଜଣେ ସୁଲୋଚନା
  • ଝରାପତ୍ରର ଗୀତି
  • ମଣିଷ ପରି ମଣିଷ[୨]

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା - ୨୦୧୫[୩]
  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ବର୍ଦ୍ଧନା[୪]

ଆଧାର ସମ୍ପାଦନା

  1. "ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ମୀନାକ୍ଷୀ ଦେବୀଙ୍କ ପରଲୋକ". www.samajalive.in. ସମାଜ. Archived from the original on 3 June 2021. Retrieved 3 June 2021.
  2. "ଲେଖିକା ମୀନାକ୍ଷୀ ଦେବୀଙ୍କ ପରଲୋକ". No. ଧରିତ୍ରୀ ୩/୦୬/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. ଧରିତ୍ରୀ. Retrieved 3 June 2021.
  3. "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". www.odishasahityaakademi.org. ଓଡ଼ିଶା ସାହିତ୍ୟ ଏକାଡ଼େମୀ. Retrieved 4 June 2021.
  4. "ମୀନାକ୍ଷୀ ଦେବୀଙ୍କ ପରଲୋକ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 3 June 2021. Retrieved 3 June 2021.