ମିଶ୍ର ଟକିଜ୍

ଓଡ଼ିଶାର ସିନେମା ହଲ୍

ଲେଖା ଚାଲିଛି...

ମିଶ୍ର ଟକିଜ୍
General information
Architectural styleଆର୍ଟ ଡେକୋ
ସହରଢେଙ୍କାନାଳ, ଓଡ଼ିଶା
ଦେଶଭାରତ
Completed୧୯୩୮

ମିଶ୍ର ଟକିଜ୍ ଓଡ଼ିଶାରେ ନିର୍ମିତ ହୋଇଥିବା ତୃତୀୟ ସିନେମା ହଲ୍, ଯାହାକି ୧୯୩୮ ମସିହାରେ ବ୍ରିଟିଶ ଭାରତ ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲାର ଜବାହାରଚୌକଠାରେ ଥିଲା । ଏହା ପ୍ରଥମେ ଏକ ଚାଳଘରେ ଆରମ୍ଭ ହୋଇଥିଲା ଓ ପରବର୍ତ୍ତୀ ସମୟରେ, ଏହାକୁ ଲକ୍ଷ୍ମୀ ବଜାରଠାରେ ଏକ ପଥର ତିଆରି ଖପର୍ଲି ଘରକୁ ସ୍ଥାନାନ୍ତର କରାଯାଇଥିଲା ଓ ନାମ ପରିବର୍ତ୍ତନ କରାଯାଇ 'କଥାଚିତ୍ର ହଲ୍' ରଖାଯାଇଥିଲା ।[୧]

ଇତିହାସ

ସମ୍ପାଦନା

ପରାଧିନ ଭାରତରେ, କଟକର ଚୌଦ୍ୱାର ସ୍ଥିତ ଚାରବାଟିଆ ଠାରେ ଏରୋଡ୍ରମ୍ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ସେଠାରେ ତଦାରଖ ପାଇଁ ରହୁଥିବା ଇଂରେଜମାନେ ମନୋରଞ୍ଜନ ପାଇଁ ଫିଲ୍ମ ଦେଖିବାକୁ ବିଲାତରୁ ପ୍ରୋଜେକ୍ଟର, ଡାଇନୋମା, ଜେନେରେଟର୍ ଆଦି ଆସିଥିଲା । ଏହି ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ସେମାନେ ଏହିସବୁକୁ ସେଠାରେ ଛାଡ଼ି ଚାଲିଯାଇଥିଲେ । ଫଳରେ ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାର କଟକର ଚକ୍ରଧର ମିଶ୍ର ଓ ତାଙ୍କ ପୁତୁରା ଢେଙ୍କାନାଳର ନାରାୟଣ ମିଶ୍ର ଏହାକୁ ରଖିଥିଲେ ଏବଂ ଚକ୍ରଧର ମିଶ୍ରଙ୍କ ପରାମର୍ଶ କ୍ରମେ ନାରାୟଣ ମିଶ୍ର ଏହାକୁ ଢେଙ୍କାନାଳ ଆଣିଥିଲେ ଏବଂ ମଝିଗଡ଼ (ବର୍ତ୍ତମାନର ଜବାହାରଚୌକ) ଠାରେ ତାଙ୍କର ଏକ ପୈତୃକ ବଡ଼ ଚାଳ ଘରେ ଚଳଚ୍ଚିତ୍ର ପ୍ରଦର୍ଶନ ବ୍ୟବସ୍ଥା କରିଥିଲେ । ସେତେବେଳେ ଚଳଚ୍ଚିତ୍ର ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକମାନେ ଆସୁଥିଲେ ଏବଂ ଟିକେଟ୍ ମୂଲ୍ୟ ଥିଲା ଦୁଇ ଅଣା, ଚାରି ଅଣା ଓ ଛଅ ଅଣା । ଟିକେଟ୍ ମୂଲ୍ୟ ଅନୁସାରେ ଅଖା, ଲଙ୍ଗ୍ ବେଞ୍ଚ୍ ଓ ଚେୟାର୍ ଆଦିର ବ୍ୟବସ୍ଥା କରାଯାଇଥିଲା । ମିଶ୍ର ପରିବାରର ଏହି ଘର ପରବର୍ତ୍ତୀ ସମୟରେ, 'ମିଶ୍ର ଟକିଜ୍' ନାମରେ ନାମିତ ହୋଇଥିଲା । ସେତେବେଳେ କେବଳ ମୂକ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିଲା, ପରଦା ପଛରେ ରହି ଜଣେ ଏହାକୁ ବର୍ଣ୍ଣନା କରୁଥିଲେ ।

ବର୍ତ୍ତମାନର ସ୍ଥିତି

ସମ୍ପାଦନା
  1. "ଓଡ଼ିଶାର ତୃତୀୟ ସିନେମା ହଲ୍: ଫାଗୁନ୍ ପରେ ପରଦା ଅନ୍ଧାର". ସମ୍ବାଦ. No. ରବିବାର. 26 May 2024. Archived from the original on 28 May 2024. Retrieved 28 May 2024.