ମିନତି ମହାପାତ୍ର, (ଜନ୍ମ: ୩୧ ଡିସେମ୍ବର ୧୯୫୫) ସାଇକେଲ ଚାଳନା (ସାଇକେଲିଙ୍ଗ)ରେ ଆଠଥରର ଜାତୀୟ ଚମ୍ପିୟାନ । ଅର୍ଜୁନ ପୁରସ୍କାର ଲାଭ କରିଥିବା ସେ ପ୍ରଥମ ଓଡ଼ିଆ ମହିଳା ଅଟନ୍ତି ।

ମିନତି ମହାପାତ୍ର
ଜନ୍ମ (1955-12-31) ୩୧ ଡିସେମ୍ବର ୧୯୫୫ (ବୟସ ୬୮)
ଚାରିଶ୍ରୀ, ପୁରୀ ସଦର, ପୁରୀ ଜିଲ୍ଲା
ଜାତୀୟତାଭାରତୀୟ
ପ୍ରସିଦ୍ଧିସାଇକେଲ ଚାଳନା[୧]
ବୈବାହିକ-ସାଥୀପ୍ରକାଶ ଦାସ
ପିତାମାତା(s)ଜଗନ୍ନାଥ ମହାପାତ୍ର, ମନୋରମା ମହାପାତ୍ର[୨]
ପୁରସ୍କାରଅର୍ଜୁନ ପୁରସ୍କାର ୧୯୮୦

୩୧ ଡିସେମ୍ବର ୧୯୫୫ମସିହାରେ ମିନତି ଜନ୍ମଗ୍ରହଣ କରିଥିଲେ ।[୩] ମିନତି, ପିଲାବେଳରୁ ଜଣେ ଭଲ କ୍ରୀଡ଼ାବିତ ଥିଲେ । ୧୫ବର୍ଷ ବୟସ ବେଳକୁ, ସେ ଆଥଲେଟିକରେ ନିଜ ପାରଦର୍ଶିତା ପ୍ରଦର୍ଶନ କରିସାରିଥିଲେ । ତାପରେ, ସେ ସାଇକେଲିଙ୍ଗକୁ ବାଛିଲେ ଓ ଏହି ଖେଳରେ ୧୯୭୦ ମସିହା ଜାତୀୟ କ୍ରୀଡାରେ ପ୍ରଥମଥର ପାଇଁ ଏକ ପଦକ ହାସଲ କରିଥିଲେ । ୧୯୭୨ରୁ ୧୯୭୯ ପର୍ଯ୍ୟନ୍ତ ସେ ଲଗାତାର ୮ଥର ଜାତୀୟ କ୍ରୀଡାରେ ଚମ୍ପିୟାନ ହୋଇଥିଲେ ୧୯୭୯ ମସିହାରେ ଶ୍ରୀଲଙ୍କାଠାରେ ଅନୁଷ୍ଠିତ ଇଣ୍ଡୋ-ଶ୍ରୀଲଙ୍କା ସାଇକେଲିଙ୍ଗ ମିଟରେ, ସେ ୫ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।[୪] ସେତେବେଳେ ତାଙ୍କୁ ଉଡନ୍ତା ରାଣୀ (ଫ୍ଲାଇଙ୍ଗ କୁଇନ) ସମ୍ବୋଧନ କରାଯାଉଥିଲା ।[୫]

ମିନତି ବର୍ତ୍ତମାନ ରାଉରକେଲା ଷ୍ଟୀଲ ପ୍ଲାଣ୍ଟରେ ଜଣେ ପଦସ୍ଥ ଅଧିକାରୀ ଭାବରେ କାର୍ଯ୍ୟରତ ।[୬] ତାଙ୍କ ପତି ପ୍ରକାଶ ଦାସ ମଧ୍ୟ ଏହି ଅନୁଷ୍ଠାନରେ କାର୍ଯ୍ୟ କରିଛନ୍ତି । ମିନତି ସାଇକେଲିଙ୍ଗ କ୍ରୀଡ଼ାରୁ ଅବସର ଗ୍ରହଣ କରିସାରିଥିଲେ ମଧ୍ୟ ସାଇକେଲିଙ୍ଗ ପ୍ରଶିକ୍ଷଣ ଓ ସାଇକେଲ ଚାଳନାକୁ ଲୋକପ୍ରିୟ କରିବାରେ ଲିପ୍ତ ଅଛନ୍ତି ।

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଅର୍ଜୁନ ପୁରସ୍କାର - ୧୯୭୮-୭୯
  • ମୋହନ କୁମାର ମଙ୍ଗଳମ ସମ୍ମାନ (ରାଉରକେଲା ଷ୍ଟୀଲ ପ୍ଲାଣ୍ଟ) - ୧୯୭୫
  • ଖାରବେଳ ସମ୍ମାନ (ଏସ.ସି.ଏସ କ୍ଳବ, କଟକ) - ୧୯୮୧
  • ପ୍ରଜାତନ୍ତ ପ୍ରସାର ସମିତି ସମ୍ମାନ - ୧୯୯୧
  • ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ[୭]

ଆଧାର ସମ୍ପାଦନା

  1. Limca Book of Records. Bisleri Beverages Ltd. 1990.
  2. http://www.orisports.com/PersonDetails.aspx?pId=NDA4
  3. "ସାଇକେଲ ରାଣୀ". ଛୁଟିଦିନ (ଧରିତ୍ରୀ). ୨୭ ମାର୍ଚ୍ଚ - ୨ ଅପ୍ରେଲ ୨୦୨୨. p. ୬. Retrieved 27 March 2022. {{cite web}}: Check date values in: |date= (help)
  4. Indian and Foreign Review. Publications Division of the Ministry of Information and Broadcasting, Government of India. 1979.
  5. http://www.dsysodisha.gov.in/view_detail_eminent_personality.php?id=74
  6. "ଆର୍କାଇଭ୍ କପି". Archived from the original on 2015-03-19. Retrieved 2015-03-07. {{cite web}}: Cite has empty unknown parameter: |1= (help)
  7. http://orissa.gov.in/e-magazine/orissaannualreference/ORA-2005/pdf/bijupatnaik_award-2005.pdf