ମିଡୋଷ୍ଟାଉରିନ
ମିଡୋଷ୍ଟାଉରିନ (ଇଂରାଜୀ ଭାଷାରେ Midostaurin), ରାଇଡାପ୍ଟ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଆକ୍ୟୁଟ ମାୟେଲଏଡ ଲିଉକେମିଆ (ଏଏମଏଲ) ଏବଂ ସିଷ୍ଟମିକ ମାଷ୍ଟୋସାଇଟୋସିସ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଏଏମଏଲରେ ବ୍ୟବହୃତ ହୁଏ ଯେଉଁଥିରେ ଏଫଏଲଟି୩ (FLT3) ମ୍ୟୁଟେସନ୍ ଥାଏ ।[୨] ଏହା ପାଟିରେ ଦିଆଯାଏ ।[୧]
Clinical data | |
---|---|
Trade names | Rydapt, Tauritmo, others |
Synonyms | PKC412, 4'-N-benzoylstaurosporine |
AHFS/Drugs.com | monograph |
Pregnancy category |
|
Routes of administration | By mouth |
Legal status | |
Legal status | |
Identifiers | |
| |
Chemical and physical data | |
Formula | C35H30N4O4 |
Molar mass | ୫୭୦.୬୫ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫିବ୍ରାଇଲ ନିଉଟ୍ରୋପେନିଆ, ଚର୍ମ ଛାଡ଼ିଯିବା, ବାନ୍ତି, ମୁଣ୍ଡବିନ୍ଧା ଏବଂ ଚର୍ମରେ ରକ୍ତସ୍ରାବ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ, ନିମୋନାଇଟିସ, ବନ୍ଧ୍ୟାକରଣ ଏବଂ ଦୀର୍ଘସ୍ଥାୟୀ କ୍ୟୁଟି ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର ଯାହା କେଆଇଟି କାଇନେଜ ଏବଂ ଏଫଏଲଟି୩ (FLT3) ଟାଇରୋସିନ୍ କାଇନେଜକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]
୨୦୧୭ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମିଡୋଷ୍ଟାଉରିନ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଜ୍ୟରେ ୨୦ ମିଗ୍ରା ବିଶିଷ୍ଟ ୨୮ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ୫୬୦୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୯୯୦୦ ଡଲାର ଅଟେ ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "Midostaurin Monograph for Professionals". Drugs.com (in ଇଂରାଜୀ). Archived from the original on 12 July 2021. Retrieved 18 November 2021.
- ↑ ୨.୦ ୨.୧ ୨.୨ ୨.୩ "Rydapt". Archived from the original on 14 November 2021. Retrieved 18 November 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1034. ISBN 978-0857114105.
- ↑ "Rydapt Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 July 2021. Retrieved 18 November 2021.