ମାୟା ମିରିଗ
ମାୟା ମିରିଗ, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ନୀରଦ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏକ ଓଡ଼ିଆ କଥାଚିତ୍ର ।[୧] ଏହି ଚଳଚ୍ଚିତ୍ରଟିର ଜାତୀୟ ପୁରସ୍କାର ପାଇଥିଲା ।[୨] ଫୁରୁଣା ଫିଲ୍ମରୁ ପୁନରୁଦ୍ଧାର କରି ଏହାକୁ ୨୦୨୪ରେ ପୁନଃପ୍ରକାଶ କରାଯାଇଥିଲା ।[୩][୪]
ମାୟା ମିରିଗ | |
---|---|
ନିର୍ଦ୍ଦେଶକ | ନୀରଦ ମହାପାତ୍ର |
ପ୍ରଯୋଜକ | ନୀରଦ ମହାପାତ୍ର |
ସଂଳାପ | ନୀରଦ ମହାପାତ୍ର |
କଳାକାର | କିଶୋରୀ ଦେବୀ, ସମ୍ପଦ ମହାପାତ୍ର, ମନସ୍ୱିନୀ, ମଣିମାଳା |
ସଙ୍ଗୀତ | ଭାସ୍କର ଚନ୍ଦାବରକର |
ଚିତ୍ରଗ୍ରହଣ | ରାଜ ଗୋପାଳ ମିଶ୍ର |
ସମ୍ପାଦକ | ବିବେକାନନ୍ଦ ଶତପଥୀ |
ମୁକ୍ତିଲାଭ ତାରିଖ | ୧୯୮୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କିଶୋରୀ ଦେବୀ, ସମ୍ପଦ ମହାପାତ୍ର, ମନସ୍ୱିନୀ, ମଣିମାଳା, ବିନୋଦ ମିଶ୍ର, ବଂଶୀଧର ଶତପଥୀ, ସୁଜାତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାଗୀତ ଓ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭାସ୍କର ଚନ୍ଦାବରକର ।
ପୁନରୁଦ୍ଧାର
ସମ୍ପାଦନା୨୦୨୦ ନଭେମ୍ବରରେ ନୀରଦ ମହାପାତ୍ରଙ୍କ ପୁଅ ସନ୍ଦୀପ ମହାପାତ୍ର ମୁମ୍ବାଇସ୍ଥିତ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନର ନିର୍ଦ୍ଦେଶକ ଶିବେନ୍ଦ୍ର ସିଂହ ଡୁଙ୍ଗରପୁରଙ୍କ ସହ ଯୋଗାଯୋଗ କରିବା ପରେ ଫିଲ୍ମର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୨୧ ଜାନୁଆରୀ ୭ ତାରିଖରେ ଚେନ୍ନାଇସ୍ଥିତ ପ୍ରସାଦ ଲ୍ୟାବରେ ଫିଲ୍ମର ମୂଳ ୧୬ ମିଲିମିଟର କ୍ୟାମେରା ନେଗେଟିଭ ମଧ୍ୟରୁ ୧୨ଟି ରିଲ୍ ମିଳିଥିଲା । ସେହି ରିଲସବୁ ଏକ ଗୋଦାମରେ ଶୁଳ୍କ ପଇଠ ନ ହେବା କାରଣରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା । ରିଲଗୁଡ଼ିକୁ ସେଠାରୁ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନର ମୁମ୍ବାଇ ଲ୍ୟାବକୁ ସ୍ଥାନାନ୍ତର କରାଯାଇ ପରୀକ୍ଷଣ କରାଯାଇଥିଲା । ଏଥିରେ ରିଲରେ ଭିନେଗାର ସିଣ୍ଡ୍ରୋମ, ଭଙ୍ଗା କଣା (ବ୍ରୋକନ ପରଫୋରେସନ) ଫିମ୍ପି, ଏମଲସନରେ ହେଲୋ, ରଙ୍ଗହାନି ଭଳି ସମସ୍ୟା ଥିବା ଦେଖାଦେଇଥିଲା । ୫ ଓ ୧୨ ନମ୍ବର ରିଲ ଗୁରୁତର ସ୍ଥିତିରେ ଥିଲା ଓ ସେଥିରେ ଛବିସବୁ ପ୍ଲାଷ୍ଟିସାଇଜର ହାନି ଓ ଫିମ୍ପି ସକାଶେ ସମ୍ପୂର୍ଣ୍ଣ ବା ଆଂଶିକ ଭାବେ ଦେଖାଯାଉଥିଲା । ଭାରତରେ ସ୍କାନିଂ କଷ୍ଟକର ହେବା ସତ୍ତ୍ୱେ କିଛି ମାସ ଧରି ପୁନରୁଦ୍ଧାର କାମ ଭାରତରେ ହୋଇଥିଲା । ପରେ ସ୍କାନିଂ ପାଇଁ ବୋଲୋନାସ୍ଥିତ ଲିଇମାଜିନ ରିଟ୍ରୋଭାଟାକୁ ପଠାଯାଇଥିଲା । ସ୍କାନ ପରେ ରିଲରେ ହୋଇଥିବା କ୍ଷୟକ୍ଷତି ଦେଖିବାକୁ ମିଳିଥିଲା ଓ ସେଥିରେ ଅସ୍ପଷ୍ଟ ଛବି, ଗାର ଏବଂ ଲମ୍ବା ରେଖା ରହିଥିବା ଦେଖିବାକୁ ମିଳିଥିଲା । ନ୍ୟାସନାଲ ଫିଲ୍ମ ଆର୍କାଇଭ ଅଫ ଇଣ୍ଡିଆ (ଏନଏଫଡିସି-ଏନଏଫଏଆଇ)ରେ ଥିବା ଦୁଇଟି ୩୫ ମିଲିମିଟର ପ୍ରିଣ୍ଟରୁ ଗୋଟିଏ ପ୍ରସାଦ ଲ୍ୟାବରେ ସ୍କାନ କରାଯାଇଥିଲା । ତେବେ ସେଥିରେ ମଧ୍ୟ ସମାନ ଅସୁବିଧା ଥିବାରୁ ଉଭୟ ୧୬ ଓ ୩୫ ମିଲିମିଟର ସ୍କାନରୁ ଭଲ ଛବି ବାଛି ସେସବୁକୁ ଦୁଇମାସ ଧରି ରଙ୍ଗ ଗ୍ରେଡ଼ିଂ କରାଯାଇଥିଲା । ଏହାର ଖର୍ଚ୍ଚ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ ବହନ କରିଥିଲା ।[୫][୬][୭]
ଆଧାର
ସମ୍ପାଦନା- ↑ ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 27 March 2020. Retrieved 28 August 2018.
- ↑ ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 26 March 2020. Retrieved 28 August 2018.
- ↑ "Restored Indian film 'Maya Miriga' screened at Il Cinema Ritrovato film festival". The Brown Daily Herald (in ଆମେରିକୀୟ ଇଂରାଜୀ). Retrieved 2024-12-19.
- ↑ "Film Heritage Foundation restores Nirad Mohapatra's landmark Odia film 'Māyā Miriga'(1984)". Film Heritage Foundation (in ଆମେରିକୀୟ ଇଂରାଜୀ). 2024-01-20. Retrieved 2024-12-19.
- ↑ "Film Heritage Foundation restores Nirad Mohapatra's landmark Odia film 'Māyā Miriga'(1984)". Film Heritage Foundation (in ଆମେରିକୀୟ ଇଂରାଜୀ). 2024-01-20. Retrieved 2024-12-19.
- ↑ Chowdhury, Arpita (2024-06-13). "Forgotten Odia film 'Maya Miriga' is back in circuit". The Hindu (in Indian English). ISSN 0971-751X. Retrieved 2024-12-19.
- ↑ "Restored Indian film 'Maya Miriga' screened at Il Cinema Ritrovato film festival". The Brown Daily Herald (in ଆମେରିକୀୟ ଇଂରାଜୀ). Retrieved 2024-12-19.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମାୟା ମିରିଗ