ମାୟାବୀ (ଓଡ଼ିଆ କଥାଚିତ୍ର)

୨୦୨୨ ଓଡ଼ିଆ କଥାଚିତ୍ର

ମାୟାବୀ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ତପନ ଦାଶ । ଦିଲ୍ଲୀପ ଚୌଧୁରୀ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶ ମୋହନ ସାହୁ ।[୧]

ମାୟାବୀ
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକତପନ ଦାଶ
ସଂଳାପଦିଲ୍ଲୀପ ଚୌଧୁରୀ
ଚିତ୍ରନାଟ୍ୟଦିଲ୍ଲୀପ ଚୌଧୁରୀ
କାହାଣୀଦିଲ୍ଲୀପ ଚୌଧୁରୀ
କଳାକାରଅମ୍ଳାନ ଦାସ
ଭୂମିକା ଦାଶ
ଆର୍ଲିନ ଅଙ୍କିତା
ସଙ୍ଗୀତଯଜ୍ଞ ଦାଶ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୨୬ ଅଗଷ୍ଟ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ଭୂମିକା ଦାଶ ।[୨] ଆର୍ଲିନ ଅଙ୍କିତା, ମୌବନି ସରକାର, ଅଲିଭା, ସ୍ନେହା, ଆଶୁତୋଷ, କୁନାଲ, ଚକ୍ରଧର, ପ୍ରଶାନ୍ତ ପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟିର ୨୦୨୨ ମସିହାର ଅଗଷ୍ଟ ୨୬ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୪]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଯଜ୍ଞ ଦାଶ ।[୩] ଦିଲ୍ଲୀପ ଚୌଧୁରୀ, ଯଶୋବନ୍ତ ଦାଶ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଇରା ମହାନ୍ତି, ଅନନ୍ତ ଭରଦ୍ୱାଜ, ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ସୋହିନୀ ମିଶ୍ର, ସତ୍ୟଜିତ ପ୍ରଧାନ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ବଡ଼ ମାୟାବୀ ଜୀବ ନୁହେଁ କାହାରି"ଇରା ମହାନ୍ତି 
2."ଶିବ ତାଣ୍ଡବ"ଅନନ୍ତ ଭରଦ୍ୱାଜ 
3."ବଡ଼ ମାୟାବୀ ଜୀବ ନୁହେଁ କାହାରି"ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା 
4."ମୁଁ ସରଗ ସୁତା ମୁଁ ଗଜମୁକୁତା"ସୋହିନୀ ମିଶ୍ର 
5."ପଲକର ସ୍ମୃତି"ସତ୍ୟଜିତ ପ୍ରଧାନ, ସୋହିନୀ ମିଶ୍ର 

ଆଧାର ସମ୍ପାଦନା

  1. "ଚଳଚ୍ଚିତ୍ର 'ମାୟାବୀ'ରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ ଅମ୍ଳାନ ଓ ଭୂମିକାଙ୍କ ଯୋଡ଼ି". Sambad. 4 March 2022. Archived from the original on 7 December 2022. Retrieved 7 December 2022.
  2. "ପ୍ରଥମ ଥର ପାଇଁ 'ମାୟାବୀ'ରେ ନଜର ଆସିବେ ଅମ୍ଳାନ୍‌-ଭୂମିକା". Sambad. 8 February 2022. Archived from the original on 7 December 2022. Retrieved 7 December 2022.
  3. ୩.୦ ୩.୧ "ଆସୁଛି 'ମାୟାବୀ', ଅମ୍ଳାନଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ଭୂମିକା". Prameya News7. ଭୁବନେଶ୍ୱର. 24 August 2022. Archived from the original on 7 December 2022. Retrieved 7 December 2022.
  4. "ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର "ମାୟାବୀ"". Argus News. 27 August 2022. Archived from the original on 7 December 2022. Retrieved 7 December 2022.
  5. "ଆଗକୁ ଆସୁଛି ମାୟାବୀ". KNews Odisha. 13 February 2022. Archived from the original on 7 December 2022. Retrieved 7 December 2022.
  6. "ମ୍ୟୁଜିକ୍ ଆଲବମ୍‌ 'ଚାରୁ ଚିତ୍ରଲେଖା'ରେ ନାୟିକା ସାଜିଛନ୍ତି ନବାଗତା ସ୍ନେହା". Sambad. 22 May 2022. Archived from the original on 7 December 2022. Retrieved 7 December 2022.

ବାହାର ଆଧାର ସମ୍ପାଦନା