ସୋହିନୀ ମିଶ୍ର

ଓଡ଼ିଆ ଗାୟିକା

ସୋହିନୀ ମିଶ୍ର ଜଣେ ପ୍ରଚ୍ଛଦପଟ ଓଡ଼ିଆ ଗାୟିକା । ୨୦୧୨ ମସିହାରେ ସୋନି ଟିଭିରେ ପ୍ରସାରିତ ଇଣ୍ଡିଆନ୍ ଆଇଡଲ୍‌ର ୬ଷ୍ଠ ସସ୍କରଣରେ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା । ଏହି କାର୍ଯ୍ୟକ୍ରମରେ ସେ ଶ୍ରେଷ୍ଠ ୬ଜଣଙ୍କ ଭିତରେ ସ୍ଥାନ ପାଇଥିଲେ । ସେ ଏକାଧିକ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି । 

ସୋହିନୀ ମିଶ୍ର
ଜନ୍ମ
ସୋହିନୀ ମିଶ୍ର

ବୃତ୍ତିକଣ୍ଠଶିଳ୍ପୀ
ସକ୍ରିୟ ବର୍ଷ୨୦୧୧ରୁ-ଏବେଯାଏଁ

ଘର ଓ ପରିବାର ସମ୍ପାଦନା

ସୋହିନୀ ମିଶ୍ରଙ୍କ ଘର କଟକ ଜିଲ୍ଲାରେ[୧] ସୋହିନୀଙ୍କ ବାପା ଅନନ୍ତ ଚରଣ ମିଶ୍ର ଏବଂ ମାଆ ପ୍ରମିଳା ମିଶ୍ର । ତାଙ୍କ ବାପା ଓ ମାଆ ଉଭୟ ଗୀତିକାର । ତାଙ୍କ ବାପା ହେଉଛନ୍ତି ଜଣେ ଶିକ୍ଷକ । 

ଶିକ୍ଷା ସମ୍ପାଦନା

ସେ ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକରୁ ଏମ୍.ଏସି ବାୟୋଟେକ୍ନୋଲୋଜି କରିଛନ୍ତି ।[୨]

ସଂଗୀତ ଜୀବନୀ  ସମ୍ପାଦନା

ସୋହିନୀ ମିଶ୍ର ପାଞ୍ଚ ବର୍ଷ ବୟସରୁ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ୮ବର୍ଷ ବୟସରୁ ଶାସ୍ତ୍ରୀୟ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ସୋହିନୀ ମିଶ୍ରଙ୍କ ପ୍ରଥମ ଗୁରୁ ହେଉଛନ୍ତି ତାଙ୍କ ବାପା ଓ ମାଆ । ତାଙ୍କ ପାଖରୁ ପ୍ରଥମେ ସେ ସଂଗୀତ ଶିଖିବା ଆରମ୍ଭ କରିଥିଲେ । ସୋହିନୀଙ୍କ ବାପା ଓ ମାଆ ଉଭୟ ଗାୟକ ଓ ଗାୟିକା । ସେ ଦୁହେଁ ଟେଲିଭିଜନ୍ ଓ ରେଡିଓ କଳାକାର ।[୩]

ସୋହିନୀ [୪]ରେଭେନ୍ସା ରେଡିଓ ଷ୍ଟେସନରେ ଗୀତ ଗାଇଛନ୍ତି । ଆଉ ଏହି ରେଭେନ୍ସା ରେଡିଓ ହିଁ ସୋହିନୀଙ୍କୁ ରିୟଲିଟି ସୋ ଆଡକୁ ଅଗ୍ରସର କରାଇଛି ।

ପ୍ରେମ୍ ଓ୍ବେଡସ୍‌ ପ୍ରିୟା ଓଡ଼ିଆ ଫିଲ୍ମରୁ ସୋହିନୀ ମିଶ୍ର ପ୍ରଥମଥର ପାଇଁ ପ୍ରଚ୍ଛଦପଟ ଗାୟିକା ଭାବେ କଣ୍ଠଦାନ କରିଥିଲେ ।[୫] ପରେ ସେ କଟକ- ଦ ସିଲ୍ଭର୍ ସିଟି, ହାଏ ଡାଲିଂ ଏବଂ କ୍ରିଷ୍ଣା ଆଦି ଚଳଚ୍ଚିତ୍ରରେ ଗୀତ ଗାଇଥିଲେ ।ଏହା ପରେ ତାଙ୍କୁ ଥୁକୁଲ୍ ଫିଲ୍ମରେ ଗୀତ ଗାଇବାର ସୁଯୋଗ ମିଳିଥିଲା । ଥୁକୁଲ୍ ଫିଲ୍ମରେ କଣ୍ଠଦାନ କରିଥିବା (ମିତରେ ମିିତ) ଗୀତ ପାଇଁ ସେ ବିଭିନ୍ନ ପୁରସ୍କାର ଲାଭ କରିଛନ୍ତି । 

ପ୍ରଚ୍ଛଦ କଣ୍ଠଶିଳ୍ପୀ[୬] ସମ୍ପାଦନା

  • ରୁମ୍‌କୁ ଝୁମାନା
  • ଡାହା ବାଳୁଙ୍ଗା
  • ଲଭ୍ ୟୁ ହମେଶା
  • ଟାଇଗର
  • ଭଜ ନାଦବ୍ରହ୍ମ
  • ପ୍ରେମ୍‌ ଓ୍ବେଡସ୍‌ ପ୍ରିୟା
  • ବାଲିଘର
  • ହିୟୁମ୍ୟାନ୍ ସାଗର ସ୍ପେଶିଆଲ୍
  • ପ୍ରେମ୍ ପୂଜାରନ୍‌ (ହିନ୍ଦୀ)
  • ସାଜନ୍ ପରଦେଶିଆ (ହିନ୍ଦୀ)
  • ସମୟ ବଡ଼ ବଳବାନ୍
  • ଲଭ୍ ରେନ୍‌ବୋ
  • ତୋ ସାଥେ ବନ୍ଧା ମୋ ଜୀବନ ଡୋରି
  • ଟାର୍ଗେଟ୍
  • ଫଲ୍ ଇନ୍ ଲଭ୍
  • ପିଲାଟା ବିଗିଡ଼ିଗଲା[୭] 
  • ଥୁକୁଲ୍
  • ସାହାନାଇ (ଓଡ଼ିଆ ଧାରାବାହିକ- ତରଙ୍ଗ)
  • ଗପ ହେଲେ ବି ସତ 
  • ଭାଇନା କଣ କଲା ସେ

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ରାଜ୍ୟ ପୁରସ୍କାର[୮] (ଥୁକୁଲ୍)
  • ତରଙ୍ଗ ସିନେ ଆଓ୍ବାର୍ଡ (ଥୁକୁଲ୍)
  • ୯୨.୭ ଏଫ୍ ଏମ୍ (ଥୁକୁଲ୍)
  • ବାଣୀ ଚିତ୍ର (ଥୁକୁଲ୍)
  • ଚଳଚ୍ଚିତ୍ର ଜଗତ (ଥୁକୁଲ୍)

ଆଧାର ସମ୍ପାଦନା

  1. http://odialive.com/vote-for-sohini-mishra/
  2. http://odialive.com/vote-for-sohini-mishra/
  3. http://odialive.com/vote-for-sohini-mishra/
  4. http://timesofindia.indiatimes.com/others/news-interviews/Singing-for-Lataji-was-amazing-says-Sohini-Mishra/articleshow/15401736.cms
  5. https://www.youtube.com/watch?v=eFRnKlB4Pns
  6. http://www.saavn.com/s/artist/sohini-mishra-albums/pZcj1OYGem8_ 
  7. "ଆର୍କାଇଭ୍ କପି". Archived from the original on 2017-07-20. Retrieved 2017-05-07. {{cite web}}: Cite has empty unknown parameter: |1= (help)
  8. https://www.youtube.com/watch?v=eFRnKlB4Pns

ବାହାର ଆଧାର ସମ୍ପାଦନା