ମାର୍ଗାରେଟ୍ ଅଲଭା

ଭାରତୀୟ ରାଜନୀତିଜ୍ଞ

ମାର୍ଗାରେଟ୍ ଅଲଭା (ଜନ୍ମ ୧୪ ଏପ୍ରିଲ , ୧୯୪୨ ) ଭାରତୀୟ ରାଜ୍ୟ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ଥିଲେ । ଏହା ପୂର୍ବରୁ ସେ ଉତ୍ତରାଖଣ୍ଡ ରାଜ୍ୟର ମଧ୍ୟ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ । ସେ ରାଜ୍ୟପାଳ ହେବା ଆଗରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ଜଣେ ମୁଖ୍ୟ ନେତ୍ରୀ ଥିଲେ । ସେ ସେହି ଦଳର ସାଧାରଣ ସମ୍ପାଦକ ରହିଥିଲେ । 

Margaret Alva
23rd Governor of Gujarat
ପୂର୍ବ ଅଧିକାରୀ

Kamla Beniwal

ପର ଅଧିକାରୀ

Om Prakash Kohli

29th Governor of Rajasthan
ପୂର୍ବ ଅଧିକାରୀ

Shivraj Patil

ପର ଅଧିକାରୀ

Ram Naik (Additional Charge)

17th Governor of Goa
ପୂର୍ବ ଅଧିକାରୀ

Bharat Vir Wanchoo

ପର ଅଧିକାରୀ

Om Prakash Kohli

Personal details
ଜନ୍ମ

୧୪ ଅପ୍ରେଲ ୧୯୪୨ (1942-04-14) (୭୪ ବର୍ଷ)
Mangalore, Madras Presidency, British India

ଜାତୀୟତା

Indian

ସନ୍ତାନ

3 son(s) and 1 daughter

ଶିକ୍ଷାନୁଷ୍ଠାନ

Mt. Carmel College and Government Law College, Bangalore

ପେଷା

Lawyer

ମାର୍ଗାରେଟ୍ ଅଲଭା

ପ୍ରାରମ୍ଭିକ ଜୀବନୀ  ସମ୍ପାଦନା

ମାର୍ଗାରେଟ୍ଙ୍କ ଜନ୍ମ କର୍ନାଟକ ରାଜ୍ୟର ମାଙ୍ଗାଲୋରେଠାରେ ଏକ ଖ୍ରୀଷ୍ଟିୟାନ ପରିବାରରେ ହେଇଥିଲା । ବିବାହ ପୂର୍ବରୁ ତାଙ୍କ ଉପାଧି ନଯାରେଥ ରହିଥିଲା । ସେ ବାଙ୍ଗାଲୋରେର ମାଉଣ୍ଟ  କର୍ମେଲ କଲେଜ ଡିଗ୍ରୀ ଓ ବାଙ୍ଗାଲୋର ସରକାରୀ ଆଇନ କଲେଜରୁରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ ।[୧] ସେ ଛତ୍ର ଜୀବନରୁ ଯାନୀ ସୁ- ବକ୍ତା ଥିଲେ ଓ ଛାତ୍ର ଆନ୍ଦୋଳନରେ ନେତୃତ୍ୱ ନେଇଆସୁଥିଲେ । [୨]

ବିଦ୍ୟା ଲାଭ କଳା ପରେ ସେ ଜଣେ ଆଇନଜୀବୀ ଭାବରେ ନିଜର କର୍ମଜୀବନ ଆରମ୍ଭ କରିଥିଲେ । ଏହା ସହ ସେ ସମାଜର ମଙ୍ଗଳ ପାଇଁ ଅନେକ ଲୋକ ହିତକର କାର୍ଯ୍ୟରେ ଭାଗନେଇଥିଲେ । ସେ ସମାଜ ସେବା ପାଇଁ କରୁଣା ବେସରକାରୀ ଅନୁଷ୍ଠାନ ସ୍ଥାପନ କରି ମୁଖ୍ଯତଃ ଶିଶୁ ଓ ମହିଳା ମାନକ ବିକାଶ ଦିଗରେ କାର୍ଯ୍ୟ କରିଥିଲେ ।

ମେ ୨୪ , ୧୯୬୪ ମସିହାରେ ସେ ନିରଞ୍ଜନ ଅଲଭାଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ଝିଅ ଓ ୩ ଜଣ ପୁଅ ରହିଛନ୍ତି । ନିନେଟ ଅଲଭା[୩] ତାଙ୍କ ମଧ୍ୟରୁ ଜଣେ । ସେ ତାଙ୍କ ସ୍ୱାମୀଙ୍କୁ ଆଇନ ପଢୁଥିବା ସମୟରେ ପରିଚିତ ହେଇଥିଲେ । ତାଙ୍କ ସ୍ୱାମୀ ପରେ ଆମଦାନୀ -ରପ୍ତାନି ବ୍ୟବସାୟରେ ସଫଳତାର ସହ କାର୍ଯ୍ୟ କରୁଥିଲେ । .

ରାଜନୀତି କାର୍ଯ୍ୟ  ସମ୍ପାଦନା

ସେ ୧୦୬୯ ମସିହାରେ ତାଙ୍କ ସ୍ୱାମୀ ଓ ତାଙ୍କ ଶାଶୁ , ଶଶୁରଙ୍କଠାରୁ ପ୍ରେରଣା ପାଇଁ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ତାଙ୍କର ରାଜନୈତିକ ଜୀବନ ଆରମ୍ଭ  କରିଥିଲେ । ତାଙ୍କ ଶାଶୁ ଭାୟୋଲେଟ ଅଲଭା ସେତେବେଳେ ଜଣେ ଲୋକ ସଭା ସଦସ୍ୟା ଥିଲେ । ଭାୟୋଲେଟଙ୍କ ୧୦୬୯ ମସିହାରେ ପରଲୋକ ହେଇଯାଇଥିଲା ଓ ମାର୍ଗାରେଟ ରାଜନୀତିରେ ତାଙ୍କ ସ୍ଥାନ ପୂରଣ ପାଇଁ ଆଗେଇ ଆସିଥିଲେ । ସେ ଇନ୍ଦିରା ଗାନ୍ଧୀଙ୍କ କଂଗ୍ରେସ ଦଳରେ ଯୋଗ ଦାନ କରି ଏହାରକର୍ଣାଟକ ରାଜ୍ୟ ଶାଖାରେ ସାଙ୍ଗଠନିକ କାର୍ଯ୍ୟ କରିଥିଲେ ।.ସେ ୧୯୭୫ ମସିହାରୁ ୭୭ ମସିହା ଯାଏ ଭାରତର ଇନ୍ଦିରା ଗାନ୍ଧୀଙ୍କ କଂଗ୍ରେସ ଦଳର ସହକାରୀ ସାଧାରଣ ସମ୍ପାଦକ ରହିବା ପରେ ୧୦୭୮ ମସିହାରୁ ୮୦ ମସିହା ଯାଏ କର୍ଣାଟକ ରାଜ୍ୟ ଶାଖାର ସାଧାରଣ ସମ୍ପାଦକ ଭାବରେ ରହିଥିଲେ । [୪]

 ୧୯୭୪ ମସିହାରେ ସେ ରାଜ୍ୟସଭାକୁ ମନୋନୀତ ହେଇ ପରବର୍ତ୍ତୀ ୩ ଥର ପାଇଁ ମଧ୍ୟ ରାଜ୍ୟ ସଭାକୁ ଯାଇଥିଲେ ଓ ସମୁଦାୟ ୨୪ ବର୍ଷ କାଳ ରାଜ୍ୟ ସଭା ସଦସ୍ୟା ରହିଥିଲେ । ସେ ୧୯୮୩ ମସିହାରେ ରାଜ୍ୟ ସଭାର ଡେପୁଟି ଚେୟାରମ୍ୟାନ ରହିଥିଲେ । ତାଙ୍କୁ ୧୯୮୪ ମସିହାରେ କେନ୍ଦ୍ର ପାର୍ଲିଆମେଣ୍ଟରୀ ବିଭାଗର ରାଜ୍ୟ ପାହ୍ୟା ମନ୍ତ୍ରୀ କରାଯାଇଥିଲା । ସେ ପରେ ଜାତୀୟ ମାନବ ସମ୍ବଳ ବିକାଶ ବିଭାଗରେ ମଧ୍ୟ କାର୍ଯ୍ୟ କରିଥିଲେ । ପାର୍ଲିଆମେଣ୍ଟରେ ସେ ଖୁବ ନିପୁଣତାର ସହ କାର୍ଯ୍ୟ ନିର୍ବାହ କରିଥିଲେ । ୧୯୮୫ରୁ ୮୯ ମସିହା ମଧ୍ୟରେ ସେ ତତ୍କାଳୀନ ପ୍ରଧାନ ମନ୍ତ୍ରୀଙ୍କ ୨୮ ସୂତ୍ର କାର୍ଯ୍ୟକ୍ରମ ଯାହା ମୁଖ୍ଯତଃ ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ ରହିଥିଲା , ତାହାର ପରିଚାଳନା ଦାୟିତ୍ୱରେ ରହିଥିଲେ । ସେ ସର୍ବଦା ରାଜନୀତିରେ ଅଧିକ ମହିଳାଙ୍କ ଅଂଶ ଗ୍ରହଣ ପାଇଁ ଉତଶାହିତ କରୁଥିଲେ । ପଞ୍ଚାୟତି ରାଜ ନିର୍ବାଚନରେ ୩୩ % ମହିଳା ସଦସ୍ୟା ରହିବା ଆଇନ ତାଙ୍କର ଉଦ୍ୟମ ଫଳରେ ହେଇଥିଲା । ଏପରିକି ଭାରତୀୟ ଜାତୀୟ ସେବା , ଆଇନ ବିଭାଗ ସେବା ଓ ଅନ୍ୟ କ୍ଷେତ୍ରରେ ଅଧିକ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ପାଇଁ ମଧ୍ୟ ତାଙ୍କର ଉଦ୍ୟମ ଉଲ୍ଲେଖନୀୟ ରହିଥିଲା ।

ସେ ମିଳିତ ଜାତି ସଂଘରେ ମଧ୍ୟ ମହିଳା ମନକୁ ବେଶୀ ଅଧିକାର ଦେବା ସପକ୍ଷୀରେ ଲୋକମତ ସୃଷ୍ଟି କରିଥିଲେ । [୫]

ମାର୍ଗାରେଟ ୧୯୯୯ ମସିହାରେ ଲୋକ ସଭା ନିର୍ବାଚନରେ ବିଜୟୀ ହେଇ ୫ ବର୍ଷ କାଳ ସେଠାରେ ରହିଥିଲେ । ପରବର୍ତ୍ତୀ ନିର୍ବାଚନରେ ସେ ପରାସ୍ତ ହେଇଥିଲେ । ୨୦୦୪ ମସିହାରୁ ୨୦୦୯ ମସିହା ଯାଏ ସେ ଭାରତୀୟ କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।  ୨୦୦୮ ମସିହାରେ ସେ କଂଗ୍ରେସ ଦଳ ତ୍ୟାଗ କରିଥିଲେ କିନ୍ତୁ ପରେ ସାଲିସ କରି ଦଳରେ ରହିଥିଲେ । ୨୦୦୯ ମସିହାରେ ସେ ଉତ୍ତରାଖଣ୍ଡ ରାଜ୍ୟର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ଯୋଗଦାନ କରିଥିଲେ । ପରେ ୨୦୧୨ ମସିହାରେ ରାଜସ୍ଥାନ ରାଜ୍ୟର ରାଜ୍ୟପାଳ ହେଇଥିଲେ । l[୬]

ଆଧାର ସମ୍ପାଦନା

  1. Commonwealth Secretariat (1999). Women in Politics: Voices from the Commonwealth. Commonwealth Secretariat. pp. 75–77. ISBN 9780850925692.
  2. Vittal, Gita (2007). Reflections: Experiences of a Bureaucrat's Wife. Academic Foundation. pp. 68–69. ISBN 9788171884711.
  3. "Miditech moves on". Business Standard. 29 September 2004.
  4. "Rajya Sabha Members Biographical Sketches 1952 – 2003" (PDF). Rajya Sabha website.
  5. Alva, Margaret (2012). "India". In Graham, Kennedy (ed.). The Planetary Interest. Routledge. pp. 12, 208. ISBN 9781135358204.
  6. "My book will reveal why I quit the AICC: Rajasthan Governor Margaret Alva". India Today. Living Media India Limited. 18 July 2013. Retrieved 21 August 2013.