ମାର୍କଣ୍ଡେୟ ପୁରାଣ

ମାର୍କଣ୍ଡେୟ ପୁରାଣ ହେଉଛି ଦେବୀ ଉପାସନାର ମୌଳିକ ତଥା ପ୍ରଧାନ ଶାସ୍ତ୍ର । ଭଗବାନ ବେଦବ୍ୟାସଙ୍କଦ୍ୱାରା ରଚିତ ଏହି ପୁରାଣ ୯୦୦୦ ଶ୍ଳୋକ ବିଶିଷ୍ଟ ଓ ୧୩୭ ଅଧ୍ୟାୟରେ ବିଭକ୍ତ । ଏହି ପୁରାଣର ସୌରଭ ହେଉଛି ଶ୍ରୀ ଦୁର୍ଗା ସପ୍ତଶତୀ ।[୧]

ମହତ୍ୱ ସମ୍ପାଦନା

ମାର୍କଣ୍ଡେୟ ପୁରାଣର ୮୧ ଅଧ୍ୟାୟଠାରୁ ୯୩ ଅଧ୍ୟାୟ ପର୍ଯ୍ୟନ୍ତ ସାତଶହ ମନ୍ତ୍ରରେ ମହାମାୟାଙ୍କ ଚରିତ ବର୍ଣ୍ଣିତ , ଯାହାକୁ ଶ୍ରୀ ଦୁର୍ଗା ସପ୍ତଶତୀ କୁହାଯାଏ । ସକଳ ପୂଜକ ଦେବୀ ପୂଜା ସମୟରେ ଏହା ଏକାଗ୍ରତାର ସହିତ ପାଠ କରିଥାନ୍ତି । ଏହି ସାତଶହ ମନ୍ତ୍ର ଶ୍ରୀ ଶ୍ରୀ ଚଣ୍ଡୀରୂପେ ମାନ୍ତ୍ରିକ ମାନ୍ୟତାପ୍ରାପ୍ତ । ଜଗଜ୍ଜନନୀଙ୍କ ଷୋଡ଼ଶଦିନାତ୍ମକ ଶାରଦୀୟ ଦୁର୍ଗାତ୍ସବ , ବାସନ୍ତୀକ ଦୁର୍ଗାପୂଜା , ନବରାତ୍ର ତଥା ତ୍ରିଦିନାତ୍ମକ ପୂଜାରେ ଏହି ସାତଶହ ମନ୍ତ୍ର ଶୁଦ୍ଧ ଓ ନିଷ୍ଠାର ସହିତ ପାଠ କରାଯାଏ । ଏହି ମନ୍ତ୍ର ସମୂହରେ ଶ୍ରୀଚଣ୍ଡୀଙ୍କର ଗୁଣ କୀର୍ତ୍ତନ କରାଯାଇଥିବାରୁ ସାଧାରଣରେ ଏହାକୁ ଚଣ୍ଡୀଗୁଣିବା କୁହାଯାଏ । ମାର୍କଣ୍ଡେୟ ପୁରାଣାନ୍ତର୍ଗତ ଏହି ସାତଶହ ମନ୍ତ୍ର ବିବିଧ ପୁରୁଷାର୍ଥ ସାଧିକା , କର୍ମ ଭକ୍ତିଜ୍ଞାନୋତ୍ତମ ସିଦ୍ଧାନ୍ତ ପ୍ରତିପାଦିକା , ବେଦବେଦାନ୍ତତତ୍ତ୍ୱ ପ୍ରକାଶିକା , ସକଳ ଭକ୍ତାଭୀଷ୍ଟ ବରପ୍ରଦା , ଅଭୟଦା ଏବଂ ଅଶରଣକାରପ୍ରଦା ମନ୍ତ୍ର ରୂପେ ମହିମାମଣ୍ଡିତ । ଏହି ମନ୍ତ୍ର ସମୂହରେ ଭଗବତୀ ଦୁର୍ଗାଙ୍କର ତିନିଗୋଟି ଚରିତ୍ର ବର୍ଣ୍ଣିତ । ଶେଷରେ ଥିବା ଉତ୍ତର ଚରିତରେ ଦେବୀ ହେଉଛନ୍ତି ମହାସରସ୍ୱତୀ । ଏହି ଚରିତରେ ଦେବଗଣଙ୍କ କତ୍ତୃକ ଦେବୀ ସ୍ତୁତି , ଦେବୀ ଓ ଦୂର ସମ୍ବାଦ , ଧୂମ୍ରଲୋଚନ ବଧ ,ଚଣ୍ଡମୁଣ୍ଡ ବଧ , ରକ୍ତବୀଜ ବଧ , ନିଶୁମ୍ଭ ବଧ ,ଶୁମ୍ଭ ବଧ , ନାରାୟଣୀ ସ୍ତୁତି , ଫଳସ୍ତୁତି ଓ ଦେବୀଙ୍କ ବରଦାନ ବର୍ଣ୍ଣିତ ।

ପୌରାଣିକ ସମ୍ପାଦନା

ମାର୍କଣ୍ଡେୟ ପୁରାଣୋକ୍ତ ଦେବୀ ଚରିତ ବର୍ଣ୍ଣନାନୁଯାୟୀ ମେଧା ଋଷିଙ୍କଠାରୁ ମାହାମାୟଙ୍କର ଚରିତ ଶ୍ରବଣ କରିବା ପରେ ସୁରଥ ରାଜା ଓ ସମାଧି ବୈଶ୍ୟ ପରମାନନ୍ଦ ଲାଭ କରିଥିଲେ ତଥା ନଦୀକୂଳରେ ଦେବୀଙ୍କର ମୃଣ୍ମୟୀ ନିର୍ମାଣ ଓ ପ୍ରତିଷ୍ଠା ପୂର୍ବକ ଶାସ୍ତ୍ରୀୟ ବିଧିରେ ପୂଜା କରିଥିଲେ । ପରବର୍ତ୍ତୀ କାଳରେ ମୃଣ୍ମୟୀ ମୁର୍ତ୍ତିପୂଜା ବ୍ୟକ୍ତିଗତ , ପାରିବାରିକ ଓ ସାମାଜିକ ଉପାସନାର ରୂପ ଗ୍ରହଣ କରିଥିଲା ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2013-01-12. Retrieved 2012-09-25. {{cite web}}: Cite has empty unknown parameter: |1= (help)

ଆହୁରି ପଢ଼ନ୍ତୁ ସମ୍ପାଦନା

  • Mani, Vettam. Puranic Encyclopedia. 1st English ed. New Delhi: Motilal Banarsidass, 1975.

ବାହାର ତଥ୍ୟ ସମ୍ପାଦନା