ମାନୁଷି ଛିଲ୍ଲର

ମିସ୍ ୱଲଡ଼୍ ୨୦୧୭

ମାନୁଷି ଛିଲ୍ଲର (ଜନ୍ମ: ୧୪ ମଇ ୧୯୯୭) ଜଣେ ଭାରତୀୟ ମଡେଲ ଏବଂ ଅଭିନେତ୍ରୀ, ଯିଏକି ୨୦୧୭ ମସିହାରେ ମିସ୍ ୱାଲ୍ଡ ହୋଇଥିଲେ । ୨୦୧୭ ମସିହାରେ ସେ ଫେମିନା ମିସ୍ ଇଣ୍ଡିଆରେ ହରିଆଣା ରାଜ୍ୟକୁ ସର୍ବଭାରତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିଲେ ଏବଂ ବିଜୟୀ ହୋଇଥିଲେ । ଏହାପରେ ସେ ୨୦୧୭ ମସିହାର ମିସ୍ ୱାଲ୍ଡ ପ୍ରତିଯୋଗିତାରେ ଭାଗନେଇଥିଲେ ଏବଂ ୬ଷ୍ଠ ଭାରତୀୟ ଭାବରେ ସେ ଏହି ପ୍ରତିଯୋଗିତା ଜିତିଥିଲେ । କ୍ଲବ ଫ୍ୟାକ୍ଟ୍ରି ଏବଂ ମାଲାବର୍ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍‌ର ବିଜ୍ଞାପନରେ ମାନୁଷି ଛିଲ୍ଲର କାର୍ଯ୍ୟ କରୁଛନ୍ତି । ଏହ ଛଡ଼ା ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ମଧ୍ୟ କରୁଛନ୍ତି । ଐତିହାସିକ ହିନ୍ଦୀ ଡ୍ରାମା ଚଳଚ୍ଚିତ୍ର ପୃଥ୍ୱୀରାଜରେ ସେ ରାଜକୁମାରୀ ସମ୍ୟୁକ୍ତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।

ମାନୁଷି ଛିଲ୍ଲର
୨୦୧୮ ମସିହାରେ ମାନୁଷି
ଜନ୍ମ (1997-05-14) ୧୪ ମଇ ୧୯୯୭ (ବୟସ ୨୬)
ଶିକ୍ଷାସେଣ୍ଟ ଥୋମାସ୍ ସ୍କୁଲ
ଶିକ୍ଷାନୁଷ୍ଠାନଭଗତ ଫୁଲ ସିଂହ ମେଡିକାଲ କଲେଜ, ସୋନିପଟ
ବୃତ୍ତିସମୂହ
  • ମଡେଲ
  • ଅଭିନେତ୍ରୀ
  • ସୌନ୍ଦର୍ଯ୍ୟ ପ୍ରତିଯୋଗିତା ବିଜୟିନୀ
ଉଚ୍ଚତା୧.୭୫ ମିଟର[୧][୨]
Titleଫେମିନା ମିସ୍ ହରିୟାଣା ୨୦୧୭
ଫେମିନା ମିସ୍ ଇଣ୍ଡିଆ ୨୦୧୭
ମିସ୍ ୱାଲ୍ଡ ୨୦୧୭
Beauty pageant titleholder
Hair colorକଳା
Eye colorବାଦାମୀ
Major
competition(s)
ଫେମିନା ମିସ୍ ଇଣ୍ଡିଆ ୨୦୧୭
(ବିଜୟୀ)
ମିସ୍ ୱାଲ୍ଡ ୨୦୧୭
(ବିଜୟୀ)
ଦସ୍ତଖତ

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା ସମ୍ପାଦନା

ମାନୁଷି ଛିଲ୍ଲର ୧୯୯୭ ମସିହାର ମଇ ମାସ ୧୪ ତାରିଖରେ[୩] ହରିଆଣାର ରୋହତକଠାରେ ଜନ୍ମଗ୍ରହଣ କରିଥିଲେ ।[୪][୫] ତାଙ୍କ ବାପା, ମିତ୍ର ବାସୁ ଛିଲ୍ଲର, ଡିଆର୍‌ଡିଓର (DRDO) ଜଣେ ବୈଜ୍ଞାନିକ ଏବଂ ତାଙ୍କ ମାଆ ନୀଲମ୍ ଛିଲ୍ଲର ନ୍ୟୁରୋ କେମେଷ୍ଟ୍ରି ପ୍ରଫେସର ।[୬][୭]

ମାନୁଷି ନୂଆ ଦିଲ୍ଲୀର ସେଣ୍ଟ ଥୋମାସ ସକ୍କୁଲରେ ପଢ଼ୁଥିଲେ । ସେ ୨୦୧୨ ମସିହାରେ ଦ୍ୱାଦଶ ଶ୍ରେଣୀରେ ପରୀକ୍ଷାରେ ଇଂରାଜୀରେ CBSE ବୋର୍ଡ଼ର ସର୍ବଭାରତୀୟ ଟପ୍ପର ହୋଇଥିଲେ ଏବଂ ଏହି ପରୀକ୍ଷାରେ ୯୬ ପ୍ରତିଶତ ନମ୍ବର ରଖିଥିଲେ ।[୮] ଏହାପରେ ସେ ମିରଣ୍ଡା ହାଉସ୍‌ରେ ଗୋଟିଏ ବର୍ଷ ପଢ଼ିଥିଲେ ଏବଂ ପ୍ରଥମ ପ୍ରଚେଷ୍ଟାରେ ସେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।[୯] ପରେ ସେ ସୋନିପତରେ ମେଡିକାଲ ଡୀଗ୍ରି ପାଇଁ ପଢ଼ୁଛନ୍ତି ।[୧୦][୧୧]

ତାଙ୍କ ବାପା ବାଙ୍ଗାଲୋରରେ ଚାକିରୀ କରୁଥିବାବେଳେ ସେ ବାଙ୍ଗାଲୋରରେ ମଧ୍ୟ କିଛିଦିନ ଅଧ୍ୟୟନ କରିଥିଲେ । ସେ ଜଣେ ପ୍ରଶିକ୍ଷିତା କୁଚିପୁଡ଼ି ନର୍ତ୍ତକୀ ।[୧୨]

ଆଧାର ସମ୍ପାଦନା

  1. "Miss Mondo 2017 è l'indiana Manushi Chhillar". Vanity Fair (in Italian). 19 ନଭେମ୍ବର 2017. Archived from the original on 28 ମାର୍ଚ୍ଚ 2019. Retrieved 24 ମଇ 2019.{{cite news}}: CS1 maint: unrecognized language (link)
  2. Goyal, Sandeep. "Blog: Why Manushi Chhillar's Miss World Crown should mean more to us". Campaign. Archived from the original on 8 December 2017. Retrieved 24 May 2019.
  3. Das, Tina (14 May 2018). "Four times birthday girl Manushi Chhillar won our hearts". India Today. Retrieved 4 January 2018.
  4. "CM Khattar, ministers laud Manushi Chhillar; native village erupts in joy". The Indian Express. 19 November 2017.
  5. Sura, Ajay (20 November 2017). "Jat Sabha condemns Shashi Tharoor for his tweet on Manushi Chillar". The Times of India. Retrieved 4 January 2019.
  6. Singh, Swati (25 November 2017). "Haryana girl brings back the coveted 'blue crown' to India". The Sunday Guardian. Indo-Asian News Service (IANS). Archived from the original on 8 December 2017. Retrieved 8 December 2017.
  7. "DRDO, friends and family celebrate Manushi Chillar's Miss India victory". The Times of India. 6 July 2017.
  8. "All you need to know about Miss World 2017 Manushi Chhillar". India Today. 18 November 2017.
  9. "WATCH: This old video of Miss World Manushi Chhillar after clearing the medical exam is going viral now". The Indian Express. 22 November 2017. Retrieved 9 January 2018.
  10. "Femina Miss India World 2017: Haryana girl Manushi Chhillar walks away with crown, title". Firstpost. 25 June 2017.
  11. "Haryana girl Manushi Chhillar is Femina Miss India World 2017". Hindustan Times. 25 June 2017. Retrieved 26 June 2017.
  12. "5 unknown facts about Miss India Haryana 2017". The Times of India. 17 April 2017. Retrieved 26 June 2017.

ବାହାର ଆଧାର ସମ୍ପାଦନା