ମାନସୀ ଦାସ
ଓଡ଼ିଆ ଗାଳ୍ପିକା ଓ ଔପନ୍ୟାସିକା
ମାନସୀ ଦାସ (ଜନ୍ମ: ୬ ମଇ ୧୯୪୩) ଜଣେ ଓଡ଼ିଆ ଗାଳ୍ପିକା ଓ ଔପନ୍ୟାସିକା । ସେ ତିନୋଟି କ୍ଷୁଦ୍ରଗଳ୍ପ ସଂକଳନ, ଚାରୋଟି ଉପନ୍ୟାସ ଓ ଗୋଟିଏ ଭ୍ରମଣ କାହାଣୀ ଲେଖିଛନ୍ତି । ତାଙ୍କର ରଚନା ନିମନ୍ତେ ସେ ୧୯୯୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୧] ଓ ୨୦୧୫ ମସିହାରେ ଉତ୍କଳ ସାହିତ୍ୟ ସମାଜ ତରଫରୁ ସମ୍ମାନୀତ ।[୨] ତାଙ୍କ ରଚନାବଳୀ ଛୋଟ ଛୋଟ ସହରନିବାସୀଙ୍କ ଜୀବନ ଓ ଅଙ୍ଗେନିଭା ପାରିବାରିକ ଘଟଣା ଆଧାରରେ ଲିଖିତ ।[୩] ଦାସ ଓଡ଼ିଶାର ଜଣାଶୁଣା ନାରୀବାଦୀ ଲେଖିକାମାନଙ୍କ ମଧ୍ୟରୁ ଅନ୍ୟତମ ।[୪] ତାଙ୍କ ଉପନ୍ୟାସ ନିସ୍ତବ୍ଧ କୋଳାହଳ ନିମନ୍ତେ ସେ ୧୯୯୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ମାନସୀ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୬ ମଇ ୧୯୪୩ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ନିସ୍ତବ୍ଧ କୋଳାହଳ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୬ |
ଆଧାର
ସମ୍ପାଦନା- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 22 February 2019.
- ↑ Patnaik, Lalmohan (1 July 2015). "Sahitya award for surgeon". www.telegraphindia.com (in ଇଂରାଜୀ). Retrieved 22 February 2019.
- ↑ National Book Trust (1996). Beyond the roots: an anthology of Oriya short stories. National Book Trust, India. ISBN 978-81-237-2246-7.
- ↑ Mohanty, J.N. "Oriya Scene: Many Women Writers". Sahitya Akademi. Retrieved 22 February 2019.