ମାନବ ଦୁଗ୍ଧ ବ୍ୟାଙ୍କ

ଏହି ବ୍ୟାଙ୍କରେ ଅସମ୍ପର୍କିତ କ୍ଷୀରଦାନ‌କାରି ମହିଳାଙ୍କଠାରୁ ସଂଗ୍ରହ ଓ ପ୍ରୋସେସିଙ୍ଗ କରି ଆବଶ୍ୟକ କରୁଥିବା

ମାନବ ଦୁଗ୍ଧ ବ୍ୟାଙ୍କ ବା ମା କ୍ଷୀର ବ୍ୟାଙ୍କ ଏକ ଅନୁଷ୍ଠାନ ଯେଉଁଠାରେ ମା'ମାନଙ୍କର ବଳକା କ୍ଷୀରକୁ ସଂଗ୍ରହ ଓ ପ୍ରକ୍ରିୟାକରଣ କରାଯାଇ ଆବଶ୍ୟକ କରୁଥିବା ଶିଶୁମାନଙ୍କୁ ଦିଆଯାଏ । ଜନ୍ମର ପ୍ରଥମ ବର୍ଷେ ପର୍ଯ୍ୟନ୍ତ ଶିଶୁପାଇଁ ମା କ୍ଷୀର ବହୁତ ଜରୁରୀ ।[] କୌଣସି କାରଣରୁ ମା କ୍ଷୀର ନପାଇଲେ ଶିଶୁମାନଙ୍କୁ ଯଥେଷ୍ଟ ରୋଗ ପ୍ରତିରୋଧକ ଶକ୍ତି ମିଳି ପାରିନଥାଏ ଓ ସେମାନେ ବିଭିନ୍ନ ରୋଗର ଶିକାର ହୁଅନ୍ତି ।[] ଏହି ଅସୁବିଧାକୁ ଦୂର କରିବାକୁ ମାନବ ଦୁଗ୍ଧ ବ୍ୟାଙ୍କ ପ୍ରୟାସ କରିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ନିଜ ମାଠାରୁ କ୍ଷୀର ପାଉନଥିବା ଶିଶୁକୁ ଅନ୍ୟଠୁ ମା କ୍ଷୀର ଦିଆଯିବା ଜରୁରୀ ।[]

ମା'ଠୁ ସଂଗ୍ରହ କରାଯାଇ ବୋତଲରେ ରଖାଯାଇଥିବା କ୍ଷୀର. ଏହି କ୍ଷୀର ପରେ ପ୍ରକ୍ରିୟାକରଣ କରାଯାଇ ରେଫ୍ରିଜରେଟରରେ ସଂରକ୍ଷଣ କରାଯାଏ
ରେଫ୍ରିଜରେଟରରେ ସଂରକ୍ଷିତ କ୍ଷୀର ଶିଶୁଙ୍କୁ ବଣ୍ଟାଯିବା ପାଇଁ ପ୍ରସ୍ତୁତ

ଇତିହାସ

ସମ୍ପାଦନା

ବାବିଲନିୟ ସାମ୍ରାଜ୍ୟ ଓ ୟୁରୋପର ଧନୀ ପରିବାରରେ ନିଜ ମା ଭିନ୍ନ ଅନ୍ୟଏକ ନାରୀଦ୍ୱାରା ଶିଶୁର ଲାଳନପାଳନର ପରମ୍ପରା ରହିଥିଲା । ମା କ୍ଷୀରଦାନ ବ୍ୟବସ୍ଥା ଏହି ପରମ୍ପରାରୁ ଆସି ଥାଇପାରେ ।[] ଭିଏନା ବିଶ୍ୱବିଦ୍ୟାଳୟର ଥିଓଡ଼ର ଏସେରିଚ ୧୯୦୨ରୁ ୧୯୧୧ ମସିହା ମଧ୍ୟରେ କରିଥିବା ବିଭିନ୍ନ ଶୋଧକ୍ରିୟା ମଧ୍ୟରେ ଜାଣିବାକୁ ପାଇଥିଲେ ଯେ, ମା କ୍ଷୀର ଖାଇଥିବା ଓ ଖାଇନଥିବା ଶିଶୁର ଅନ୍ତନଳୀମାନଙ୍କରେ ଥିବା ଜୀବାଣୁ ଅଲଗା ପ୍ରକାରର ଥିଲେ । ଏହି ନିସ୍କର୍ଷ ପାଇ ସେ ୧୯୦୯ ମସିହାରେ ବିଶ୍ୱର ପ୍ରଥମ ମାନବ ଦୁଗ୍ଧ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ ।[] ୧୯୧୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ବୋଷ୍ଟନ ଭାସମାନ ହାସପାତାଲଠାରେ ଆମେରିକାର ପ୍ରଥମ ମାନବ ଦୁଗ୍ଧ ବ୍ୟାଙ୍କ ପ୍ରତିଷ୍ଠା ହୋଇଥିଲା । କ୍ରମେ ଅଧିକରୁ ଅଧିକ ମାନବ ଦୁଗ୍ଧ ବ୍ୟାଙ୍କ ପ୍ରତିଷ୍ଠା ହୋଇ ଦୁଗ୍ଧ ଦାନ ବଢ଼ିଥିଲା । ୧୯୬୦ ଦଶକରେ ଗୁଣ୍ଡଦୁଗ୍ଧ ଓ ଅନ୍ୟ ଶିଶୁଖାଦ୍ୟର ଉଦଭାବନ ପରେ ବିଶ୍ୱସ୍ଥରରେ ଦୁଗ୍ଧ ଦାନର ପରିମାଣ କମିଥିଲା । ଏଚଆଇଭି/ଏଡସର ପ୍ରଭାବରୁ ମଧ୍ୟ ଦୁଗ୍ଧ ଦାନ କମ ହୋଇଥିଲା ।[] ବର୍ତ୍ତମାନ ଉନ୍ନତ ପ୍ରକ୍ରିୟାକରଣ ଓ ସଂରକ୍ଷଣ ପ୍ରଣାଳୀ ଯୋଗୁ ମାନବ ଦୁଗ୍ଧ ବ୍ୟାଙ୍କରେ ୮ମାସ ପର୍ଯ୍ୟନ୍ତ ମାନବ ଦୁଗ୍ଧ ରଖାଯାଇପାରୁଛି ।[]

ଭାରତରେ ଥିବା ମାନବ ଦୁଗ୍ଧ ବ୍ୟାଙ୍କ

ସମ୍ପାଦନା
  • ୧୯୮୯ - ଏସିଆର ପ୍ରଥମ ଦୁଗ୍ଧ ବ୍ୟାଙ୍କ ମୁମ୍ବାଇର ଶିୟନ ହାସପାତାଲରେ ଆର୍ମିଡ଼ା ଫର୍ଣ୍ଣାଡେଜଙ୍କ ନେତୃତ୍ୱରେ ପ୍ରତିଷ୍ଠା କରାଯାଇଥିଲା[]
  • ୨୦୧୩ - ପୁନେର ଡି ୱାଇ ମେଡିକାଲ କଲେଜଠାରେ ଯଶୋଦା ଦୁଗ୍ଧ ବ୍ୟାଙ୍କ ପ୍ରତିଷ୍ଠା
  • ୨୦୧୩ - କଲିକତାର ଏସଏସକେଏମ ହାସପାତାଲରେ ଭାରତର ପ୍ରଥମ ସରକାରୀ ଦୁଗ୍ଧ ବ୍ୟାଙ୍କ ପ୍ରତିଷ୍ଠା[]
  • ୨୦୧୬ - ଅମରାବତୀର ଡ଼ ପଞ୍ଜାବରାଓ ଦେଶମୁଖ ମେଡିକାଲ କଲେଜରେ ଦୁଗ୍ଧ ବ୍ୟାଙ୍କ ପ୍ରତିଷ୍ଠା
  • ୨୦୧୭ - ଦିଲ୍ଲୀର ଲେଡ଼ି ହେଡିଙ୍ଗ ମେଡିକାଲ କଲେଜଠାରେ ବତ୍ସାଳୟ- ମାତୃ ଅମୃତ କୋଷ ପ୍ରତିଷ୍ଠା[୧୦]
  • ୨୦୨୨ - ଭୁବନେଶ୍ୱରର କ୍ୟାପିଟାଲ ହାସପାତାଲରେ ଓଡ଼ିଶାର ପ୍ରଥମ ଦୁଗ୍ଧ ବ୍ୟାଙ୍କ ପ୍ରତିଷ୍ଠା[୧୧]
  1. Bertino, Enrico; Giuliani, Francesca; Occhi, Luciana; Coscia, Alessandra; Tonetto, Paola; Marchino, Federica; Fabris, Claudio (October 2009). "Benefits of donor human milk for preterm infants: Current evidence". Early Human Development. 85 (10): S9–S10. doi:10.1016/j.earlhumdev.2009.08.010. PMID 19800748.
  2. When Not to Breastfeed: Safety Issues for You and Baby
  3. Carr, Tim. "Milk Banks | Amazing Breast Milk" (in ଆମେରିକୀୟ ଇଂରାଜୀ). Retrieved 2019-04-25.
  4. Moro, Guido E. (April 2018). "History of Milk Banking: From Origin to Present Time". Breastfeeding Medicine. 13 (S1): S–16–S–17. doi:10.1089/bfm.2018.29077.gem. ISSN 1556-8253. PMID 29624424.
  5. Jones, Frances (August 2003). "History of North American Donor Milk Banking: One Hundred Years of Progress". Journal of Human Lactation. 19 (3): 313–318. doi:10.1177/0890334403255857. ISSN 0890-3344. PMID 12931784.
  6. Haiden, Nadja; Ziegler, Ekhard E. (2016). "Human Milk Banking". Annals of Nutrition and Metabolism (in ଇଂରାଜୀ). 69 (2): 8–15. doi:10.1159/000452821. ISSN 0250-6807. PMID 28103607.
  7. de Waard, Marita; Mank, Elise; van Dijk, Karin; Schoonderwoerd, Anne; van Goudoever, Johannes B. (March 2018). "Holder-Pasteurized Human Donor Milk: How Long Can It Be Preserved?". Journal of Pediatric Gastroenterology and Nutrition. 66 (3): 479–483. doi:10.1097/MPG.0000000000001782. ISSN 1536-4801. PMID 29019853.
  8. Lokmanya Tilak Municipal General Hospital and Lokmanya Tilak Municipal Medical College, Sion, Mumbai [୧]
  9. "SSKM gets a human milk bank". www.thestatesman.com. the statesman. Archived from the original on 10 March 2022. Retrieved 10 March 2022.
  10. Health Secretary inaugurates ‘Vatsalya – Maatri Amrit Kosh’, a National Human Milk Bank and Lactation Counselling Centre [୨]
  11. "Odisha Gets First Human Milk Bank". www.news.abplive.com. ABP NEWS. Archived from the original on 10 March 2022. Retrieved 10 March 2022.

ଅଧିକ ପଠନ

ସମ୍ପାଦନା
  • Kara W. Swanson, Banking on the Body: The Market in Blood, Milk, and Sperm in Modern America. Cambridge, MA: Harvard University Press, 2014.
  • Newman, Susan; Nahman, Michal (2021). "Nurture commodified? An investigation into commercial human milk supply chains". Review of International Political Economy.

ବାହାର ଆଧାର

ସମ୍ପାଦନା