ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ହେଉଛି ଓଡ଼ିଶାରେ ମାଧ୍ୟମିକ ଶିକ୍ଷାର ପ୍ରଚାର, ପ୍ରସାର ତଥା ସୁପରିଚାଳନା ପାଇଁଁ ସରକାରଙ୍କଦ୍ୱାରା ପରିଚାଳିତ ଏକ ଶୈକ୍ଷିକ ସଂସ୍ଥା ।
ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା | |
---|---|
ସ୍ଥାପନା | ନଭେମ୍ବର 3, 1955 |
ପ୍ରକାର | ସରକାରୀ |
ମୁଖ୍ୟାଳୟ | କଟକ, ଓଡ଼ିଶା, ଭାରତ |
ଅବସ୍ଥାନ | ବଜ୍ରକବାଟି ରାସ୍ତା କଟକ |
ସଭ୍ୟପଦ | 89 |
ମୁଖ୍ୟ ଭାଷା | ଓଡ଼ିଆ & ଇଂରାଜୀ |
ୱେବ୍ସାଇଟ | www.bseodisha.nic.in |
ଇତିହାସ
ସମ୍ପାଦନାଓଡ଼ିଶା ଶିକ୍ଷା ଆଇନ,୧୯୫୩(Odisha Education Act, 1953 as amended in 1979)[୧] ଅନୁସାରେ ମାଧ୍ୟମିକ ଶିକ୍ଷା ପରିଷଦ କଟକଠାରେ ୧୯୫୫ ମସିହାରେ ପ୍ରତିଷ୍ଠିତ ହେଲା । ପରିଷଦ ଓଡ଼ିଶାର ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାକୁ ପରିଚାଳନା କରିଥାଏ ଓ ପରିଷଦଦ୍ୱାରା ପରିଚାଳିତ ବିଦ୍ୟାଳୟ ମାଧ୍ୟମରେ ବିଭିନ୍ନ ବିଭାଗରେ ଶିକ୍ଷା ଦିଆଯାଇ ଛାତ୍ର/ଛାତ୍ରୀଙ୍କୁ ମହାବିଦ୍ୟାଳୟ ଶିକ୍ଷା ପାଇଁଁ ପ୍ରସ୍ତୁତ କରାଯାଏ ।
କାର୍ଯ୍ୟ ସୂଚୀ
ସମ୍ପାଦନାପରିଷଦ ଓଡ଼ିଶାରେ ସମସ୍ତ ସରକାରୀ ତଥା ବେସରକାରୀ ବିଦ୍ୟାଳୟ ନିମିତ୍ତ ପାଠ୍ୟ ବହି ତଥା ପାଠ୍ୟ ଖସଡା ପ୍ରସ୍ତୁତ କରିବା ସହ ବିଦ୍ୟାଳୟ ଗୁଡିକୁ ସରକାରୀ ସ୍ୱୀକୃତି ପ୍ରଦାନ କରେ । ଏହାର ନିଜସ୍ୱ ମୁଖ୍ୟ କାର୍ଯ୍ୟାଳୟ କ୍ୟାମ୍ପସ୍ ମଧ୍ୟରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ବିଦ୍ୟାଳୟ ଏହି ପରିଷଦଦ୍ୱାରା ପରିଚାଳିତ । ଏହାଛଡା ପରିଷଦ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ମଧ୍ୟମା ପରୀକ୍ଷା, ଓଡ଼ିଶା ଶିକ୍ଷକ ଯୋଗ୍ୟତା(OTET) ପରୀକ୍ଷା, ଶିକ୍ଷକ ତାଲିମ ପରୀକ୍ଷା ତଥା ପରିଷଦଦ୍ୱାରା ସ୍ୱୀକୃତ ଅନ୍ୟାନ୍ୟ ପରୀକ୍ଷା ପରିଚାଳନା କରେ ।
ଆଞ୍ଚଳିକ କାର୍ଯ୍ୟାଳୟ
ସମ୍ପାଦନାପରିଷଦର କେନ୍ଦ୍ରୀୟ ଜୋନ କଟକ ବ୍ୟତୀତ ପରିଷଦ ଅଧୀନରେ ୬ଟି ଜୋନାଲ୍ କାର୍ଯ୍ୟାଳୟ ଯଥା; ଭୁବନେଶ୍ୱର, ବାଲେଶ୍ୱର, ବାରିପଦା, ବ୍ରହ୍ମପୁର, ସମ୍ବଲପୁର ଏବଂ ଜୟପୁରଠାରେ କାର୍ଯ୍ୟ କରୁଅଛି ।[୨]
ବାହାର ଲିଙ୍କ
ସମ୍ପାଦନାଆଧାର
ସମ୍ପାଦନା- ↑ "The Orissa Secondary Education ACT 1953". Retrieved 29 May 2017.
- ↑ "Zone Offices". Retrieved 29 May 2017.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |