ମାତା କୌଶଲ୍ୟା ମନ୍ଦିର

ଏହା ଏକ ହିନ୍ଦୁ ମନ୍ଦିର ଯାହା ପ୍ରଭୁ ରାମଚନ୍ଦ୍ରଙ୍କ ମାତା କୌଶଲ୍ୟାଙ୍କୁ ସମର୍ପିତ ହୋଇଛି ।

ମାତା କୌଶଲ୍ୟା ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ପ୍ରଭୁ ରାମଚନ୍ଦ୍ରଙ୍କ ମାତା କୌଶଲ୍ୟାଙ୍କୁ ସମର୍ପିତ ହୋଇଛି । ପୃଥିବୀରେ ଏହା ଏକମାତ୍ର ମନ୍ଦିର ଯାହା କୌଶଲ୍ୟାଙ୍କୁ ସମର୍ପିତ ହୋଇଛି ।[୧] ଏହା ଛତିଶଗଡ଼ର ରାୟପୁରଠାରୁ ୨୭ କିମି ଦୂର ଚାନ୍ଦଖୁରୀ ଗ୍ରାମରେ ଅବସ୍ଥିତ । [୨]

ମାତା କୌଶଲ୍ୟା ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictRaipur
ଦେବାଦେବୀକୌଶଲ୍ୟା
Location
ସ୍ଥାନRaipur
Stateଛତିଶଗଡ଼
Countryଭାରତ
ମାତା କୌଶଲ୍ୟା ମନ୍ଦିର is located in Chhattisgarh
ମାତା କୌଶଲ୍ୟା ମନ୍ଦିର
Location in Chhattisgarh
ଭୌଗଳିକ ଅବସ୍ଥିତି21°19′10″N 81°48′47″E / 21.3194°N 81.8131°E / 21.3194; 81.8131
Architecture
Completed୮ ଅକ୍ଟୋବର ୨୦୨୧ ମସିହାରେ ନବୀକରଣ
Elevation278 m (912 ft)

ଅଯୋଧ୍ୟା ରାମ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ କରିବା କିଛି ଦିନ ପୂର୍ବରୁ ୨୦୨୦ ମସିହାରେ ଛତିଶଗଡ଼ର ମୂଖ୍ୟ ମନ୍ତ୍ରୀ ଶ୍ରୀ ଭୂପେଷ ବାଘେଲ ଏହି ମନ୍ଦିରର ବିସ୍ତାର ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।[୩] ନବୀକରଣ ପରେ ଏହି ମନ୍ଦିରର ମୂଳ ଢାଞ୍ଚା ଓ ଆକାର ସଠିକ ରଖିବା ସହିତ ଏକ ସୁନ୍ଦର ବାହ୍ୟ ଉପସ୍ଥାପନ ଦିଆଯିବ ବୋଲି ସେ କହିଥିଲେ ।

ସ୍ଥାନ ସମ୍ପାଦନା

ଛତିଶଗଡ଼ର ରାଜଧାନୀ ରାୟପୁରଠାରୁ ପ୍ରାୟ ୨୨ କିମିରୁ[୪] ୨୭ କିମି[୨] ଦୂରରେ ଏହି ମନ୍ଦିର ଅବସ୍ଥିତ । ଚାନ୍ଦଖୁରୀ ଗ୍ରାମରେ ଥିବା ଏକ ହ୍ରଦ ମଝିରେ ଏହି ମନ୍ଦିର ଅଛି । ମନ୍ଦିରକୁ ଯିବା ପାଇଁ ଏକ ପୋଲ ଉପରେ ଯିବାକୁ ହୁଏ ଯାହାର ନାମ ହନୁମାନ ପୋଲ ଓ ସେଠାରେ ହନୁମାନଙ୍କର ଏକ ବିଗ୍ରହ ଅଛି ।[୪]

ମନ୍ଦିର ବିଷୟରେ ସମ୍ପାଦନା

 
ରାମ ଜନ୍ମର ଚିତ୍ର

ଏହି ମନ୍ଦିରରେ ମାତା କୌଶଲ୍ୟା କୋଳରେ ରାମଙ୍କୁ ଧରିଥିବା ମୂର୍ତ୍ତି ଅଛି । ଅଷ୍ଟମ ଶତାବ୍ଦୀରେ ଏହି ମନ୍ଦିର ତିଆରି ହୋଇଥିବା ବିଶ୍ୱାସ କରାଯାଏ । ୧୯୭୩ ମସିହାରେ ଏହାର ନବୀକରଣ ହୋଇଥିଲା ।. [୪]

ରାମ ବନ ଗମନ ପଥ ସମ୍ପାଦନା

ଛତିଶଗଡ଼ ସହିତ ପ୍ରଭୁ ରାମଙ୍କ ନିବିଡ଼ ସମ୍ପର୍କ ରହିଛି ଯେହେତୁ ଏହା ମାତା କୌଶଲ୍ୟାଙ୍କର ଜନ୍ମସ୍ଥାନ । ଛତିଶଗଡ଼ ହେଉଛି ରାମଙ୍କର ମାମୁଁ ଘର । ରାମଙ୍କ ବନବାସ ବେଳେ ଅଧିକାଂଶ ସମୟ ଏହି ରାଜ୍ୟର ଦଣ୍ଡକାରଣ୍ୟର ଜଙ୍ଗଲରେ କଟିଥିଲା ।[୫]

ପୌରାଣିକ ମହତ୍ତ୍ୱ ଥିବାରୁ ମୁଖ୍ୟ ମନ୍ତ୍ରୀ ଭୂପେସ ବାଘେଲ ‘ରାମ ଗମନ ପଥ’ ପ୍ରକଳ୍ପ ଆରମ୍ଭ କରିଥିଲେ । ବନବାସ ସମୟରେ ରାମ ରହିଥିବା ସମସ୍ତ ସ୍ଥାନ ସହିତ ଟୁରିଷ୍ଟଙ୍କୁ ପରିଚିତ କରେଇବାକୁ ଏହି ପ୍ରକଳ୍ପ କରାଯାଇଛି । ଅକ୍ଟୋବର ୨୦୨୧ ମସିହାରେ ଚାନ୍ଦଖୁରୀରେ ଥିବା ମାତା କୌଶଲ୍ୟା ମନ୍ଦିରଠାରୁ ଏହି ବିକାଶ କାମ ଆରମ୍ଭ କରାଯାଇଛି । ଏହି ମନ୍ଦିରକୁ ନବୀକରଣ କରାଯାଇଛି ।[୬]

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. Ejaz Kaiser (16 August 2020). "RSS chief Mohan Bhagwat ignored birthplace of Kaushalya: Congress". New Indian Express. Retrieved 24 August 2020.
  2. ୨.୦ ୨.୧ "Chhattisgarh CM Bhupesh Baghel announces fund for donations for Ram Van Gaman Path". 15 August 2020. Retrieved 24 August 2020.
  3. "Chhattisgarh CM says construction of temple for Ram's mother will begin in August third week His announcement came ahead of the foundation stone-laying ceremony for the Ram temple in Uttar Pradesh's Ayodhya city on August 5". Scroll. 30 July 2020. Retrieved 24 August 2020.
  4. ୪.୦ ୪.୧ ୪.୨ "Congress govt in Chhattisgarh to spend Rs 15 crore to develop temple dedicated to Lord Ram's mother Kaushalya". Financial Express. 5 August 2020. Retrieved 24 August 2020.
  5. "छत्तीसगढ़ ज्ञान : माता कौशल्या का मंदिर , चंदखुरी - Chandkhuri kaushalya temple". छत्तीसगढ़ ज्ञान. Retrieved 2022-05-02.
  6. "Chhattisgarh CM inaugurates renovated Chandkhuri Mata Kaushalya temple". The New Indian Express. Retrieved 2022-05-02.